ଚରିତ୍ର ପ୍ରମାଣପତ୍ର ଆଣିବାକୁ ଯାଇଥିବା ଆରଜେଡି ନେତାଙ୍କୁ ଗିରଫ କଲା ପୁଲିସ

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପୁଲିସ୍‌ର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ବିହାରରେ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଥିବା ଆରଜେଡିର ଜଣେ ଟିକେଟ ଆଶାୟୀଙ୍କୁ ଆଜି ପୁଲିସ୍‌ ଗିରଫ କରିନେଇଛି। ସେ ନିଜ ଚରିତ୍ର ପ୍ରମାଣପତ୍ର ଆଣିବାକୁ ଯାଇଥିବା ବେଳେ ପୁଲିସ୍‌ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସିଂହେଶ୍ୱର ବିଧାନସଭା ଆସନରୁ ଆରଜେଡି ଟିକେଟ ଆଶାରେ ଥିବା ଚନ୍ଦ୍ରାହସ ଚୌପାଲଙ୍କୁ ୨୦୧୬ର ଅପହରଣ ମାମଲାରେ ପୁଲିସ୍‌ ଗିରଫ କରିଛି। ତେବେ ଜେଡିୟୁ ନେତୃତ୍ୱାଧୀନ ବିହାର […]

d

Hemant Lenka
  • Published: Friday, 09 October 2020
  • , Updated: 09 October 2020, 05:51 PM IST

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପୁଲିସ୍‌ର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ବିହାରରେ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଥିବା ଆରଜେଡିର ଜଣେ ଟିକେଟ ଆଶାୟୀଙ୍କୁ ଆଜି ପୁଲିସ୍‌ ଗିରଫ କରିନେଇଛି। ସେ ନିଜ ଚରିତ୍ର ପ୍ରମାଣପତ୍ର ଆଣିବାକୁ ଯାଇଥିବା ବେଳେ ପୁଲିସ୍‌ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସିଂହେଶ୍ୱର ବିଧାନସଭା ଆସନରୁ ଆରଜେଡି ଟିକେଟ ଆଶାରେ ଥିବା ଚନ୍ଦ୍ରାହସ ଚୌପାଲଙ୍କୁ ୨୦୧୬ର ଅପହରଣ ମାମଲାରେ ପୁଲିସ୍‌ ଗିରଫ କରିଛି। ତେବେ ଜେଡିୟୁ ନେତୃତ୍ୱାଧୀନ ବିହାର ସରକାର ତାଙ୍କୁ ଫସାଇବାକୁ ଚେଷ୍ଟା କରୁଥିବା ଚୌପାଲ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ପୁଲିସ୍‌ କହିଛି ଯେ ଚୌପାଲଙ୍କ ନାଁରେ ଗିରଫ ପରୱାନା ଜାରି କରାଯାଇଥିଲା। ସେ ମାଧେପୁରାରେ ଥିବା ଜଣାପଡ଼ିବା ପରେ ପୁଲିସ୍‌ ତାଙ୍କୁ ଗିରଫ କରିଛି। ୨୧/୨୦୧୬ରେ ତାଙ୍କ ନାଁରେ ଶଙ୍କରପୁର ପୁଲିସ୍‌ ଷ୍ଟେସନରେ ମାମଲା ହୋଇଥିଲା। ତାଙ୍କୁ ସବ ଡିଭିଜନାଲ ଅଫିସ ମଧ୍ୟରୁ ଗିରଫ କରାଯାଇଛି।

ଚୌପାଲ ବିହାର ବିଧାନସଭା ନିର୍ବାଚନ ଲଢ଼ିବା ଏକ ପ୍ରକାରର ନିଶ୍ଚିତ ଥିଲା। ଆରଜେଡି ତାଙ୍କୁ ସିଂହେଶ୍ୱର ଆସନରୁ ପ୍ରାର୍ଥୀ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଟିକେଟ ଦେବା ପୂର୍ବରୁ ଦଳ ପକ୍ଷରୁ ତାଙ୍କୁ ପ୍ରଥମେ ଚରିତ୍ର ପ୍ରମାଣପତ୍ର ଆଣିବା ପାଇଁ କୁହାଯାଇଥିଲା। ଏହାକୁ ଆଣିବା ପାଇଁ ସେ ସବ ଡିଭିଜନ ଅଫିସ ଯାଇଥିବା ବେଳେ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ଚୌପାଲ କହିଛନ୍ତି ଯେ “ମୁଁ ରହିବୀର ପଞ୍ଚାୟତର ମୁଖିଆ। ପୁଲିସ୍‌ ଯେଉଁ ଅପହରଣ ମାମଲାରେ ମୋତେ ଗିରଫ କରିଛି, ସେଥିରେ କୌଣସି ସତ୍ୟତା ନାହିଁ।”

Related story