ନିର୍ବାଚନ ପୂର୍ବରୁ ବଡ଼ଧରଣର ହମ୍‌ଲା ଯୋଜନା ପଣ୍ଡ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ବଡ଼ଧରଣର ହମଲା କରିବାକୁ ନକ୍ସଲଙ୍କ ଯୋଜନାକୁ ଆଜି ସୁରକ୍ଷାକର୍ମୀ ପଣ୍ଡ କରିଦେଇଛନ୍ତି। ନକ୍ସଲମାନେ ଆକ୍ରମଣ ପାଇଁ ଯୋଜନା କରୁଥିବା ନେଇ ଗଡ଼ଚିରୋଲି ପୁଲିସ୍‌ର ସି୬୦ କମାଣ୍ଡୋମାନେ ଖବର ପାଇଥିଲେ। ଏହାପରେ ପେଣ୍ଡରୀ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ଜଙ୍ଗଲ ମଧ୍ୟରୁ କମାଣ୍ଡୋମାନେ ୧୫ଟି ହ୍ୟାଣ୍ଡ ଗ୍ରେନେଡ, ୧୫ ଜିଲେଟିନ୍‌ ଷ୍ଟିକ୍‌, ଗୋଟିଏ ପ୍ରେସର କୁକର ବୋମା […]

xc

Hemant Lenka
  • Published: Friday, 04 October 2019
  • , Updated: 04 October 2019, 07:54 PM IST

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ବଡ଼ଧରଣର ହମଲା କରିବାକୁ ନକ୍ସଲଙ୍କ ଯୋଜନାକୁ ଆଜି ସୁରକ୍ଷାକର୍ମୀ ପଣ୍ଡ କରିଦେଇଛନ୍ତି। ନକ୍ସଲମାନେ ଆକ୍ରମଣ ପାଇଁ ଯୋଜନା କରୁଥିବା ନେଇ ଗଡ଼ଚିରୋଲି ପୁଲିସ୍‌ର ସି୬୦ କମାଣ୍ଡୋମାନେ ଖବର ପାଇଥିଲେ। ଏହାପରେ ପେଣ୍ଡରୀ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା।

ସର୍ଚ୍ଚ ଅପରେସନ ବେଳେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ଜଙ୍ଗଲ ମଧ୍ୟରୁ କମାଣ୍ଡୋମାନେ ୧୫ଟି ହ୍ୟାଣ୍ଡ ଗ୍ରେନେଡ, ୧୫ ଜିଲେଟିନ୍‌ ଷ୍ଟିକ୍‌, ଗୋଟିଏ ପ୍ରେସର କୁକର ବୋମା ଓ ୫ରୁ ୬ କେଜି ବିସ୍ଫୋରକ ଜବତ କରାଯାଇଛି। ଗଡ଼ଚିରୋଲିରେ ନିର୍ବାଚନ ବେଳେ ନକ୍ସଲମାନେ ଆକ୍ରମଣ ପାଇଁ ଏଭଳି ବିସ୍ଫୋରକ ଆଣିଥିବା ଜଣାପଡ଼ିଛି।

Related story