ଅମାନୁଷିକ ପ୍ରତିଶୋଧ: ରାଜନୈତିକ ଲଢ଼େଇରେ ବଳି ପଡ଼ିଲା ବିଚରା ଗଧ

ନୂଆଦିଲ୍ଲୀ: ଏମିତି ଘଟଣା, ଯାହା ଶୁଣିଲେ ଲୋମ ଟାଙ୍କୁରି ଉଠିବ। ଦେହ ଶୀତେଇ ଉଠିବ। ରାଜନୈତିକ ଲଢ଼େଇରେ ଏକ ନିରୀହ ପଶୁ ଯେ, ଏକ ନୃଶଂସକାଣ୍ଡର ଶିକାର ହୋଇପାରେ, ତାହା ସହଜରେ ବିଶ୍ୱାସ କରିହେଉ ନାହିଁ। ପାକିସ୍ତାନରେ ସମ୍ପ୍ରତି ଚାଲିଥିବା ରାଜନୈତିକ ଲଢ଼େଇର ପ୍ରତିପକ୍ଷଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ ଏକ ଗଧ ପ୍ରତି ହୋଇଥିବା ମରଣାନ୍ତକ ଆକ୍ରମଣର ନଗ୍ନଚିତ୍ର ପାକିସ୍ତାନରେ ଦେଖିବାକୁ ମିଳିଛି। ରାଜନୈତିକ ଯୁଦ୍ଧରେ ଗଧ ପ୍ରତି ଅମାନବୀୟ ଆକ୍ରମଣ ସାରାବିଶ୍ୱକୁ ଦୋହଲାଇ ଦେଇଛି। […]

king

king

Rakesh Mallick
  • Published: Saturday, 21 July 2018
  • Updated: 21 July 2018, 07:28 PM IST

Sports

Latest News

ନୂଆଦିଲ୍ଲୀ: ଏମିତି ଘଟଣା, ଯାହା ଶୁଣିଲେ ଲୋମ ଟାଙ୍କୁରି ଉଠିବ। ଦେହ ଶୀତେଇ ଉଠିବ। ରାଜନୈତିକ ଲଢ଼େଇରେ ଏକ ନିରୀହ ପଶୁ ଯେ, ଏକ ନୃଶଂସକାଣ୍ଡର ଶିକାର ହୋଇପାରେ, ତାହା ସହଜରେ ବିଶ୍ୱାସ କରିହେଉ ନାହିଁ। ପାକିସ୍ତାନରେ ସମ୍ପ୍ରତି ଚାଲିଥିବା ରାଜନୈତିକ ଲଢ଼େଇର ପ୍ରତିପକ୍ଷଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ ଏକ ଗଧ ପ୍ରତି ହୋଇଥିବା ମରଣାନ୍ତକ ଆକ୍ରମଣର ନଗ୍ନଚିତ୍ର ପାକିସ୍ତାନରେ ଦେଖିବାକୁ ମିଳିଛି। ରାଜନୈତିକ ଯୁଦ୍ଧରେ ଗଧ ପ୍ରତି ଅମାନବୀୟ ଆକ୍ରମଣ ସାରାବିଶ୍ୱକୁ ଦୋହଲାଇ ଦେଇଛି। କୌଣସି ଭୁଲ୍‌ ନ ଥାଇ ଗଧଟି ମରଣାନ୍ତକ ଆକ୍ରମଣର ଶିକାର ହୋଇଛି। ତା’ ଆଖି ତାଡ଼ିଲେ, ନାକ କାଟିଲେ। ଖାଲି ସେତିକି ନୁହେଁ ଗଧର ଶରୀର ଉପରେ ଛୁରିରେ ଲେଖିଲେ ‘ନୱାଜ୍‌। ଗଧଟିକୁ ଅତି ନୃଶଂସ ଭାବେ ନିର୍ଯାତନା ଦେବା ପରେ ତାକୁ ରାସ୍ତାକଡ଼ରେ ଫୋଫାଡ଼ି ଦେଇ ଚାଲିଗଲେ। ତେବେ ରାସ୍ତାକଡ଼ରେ ଜୀବନମରଣ ସହ ସଂଘର୍ଷ କରୁଥିବା ବେଳେ କିଛି ଦୟାଳୁ ଲୋକଙ୍କ ହସ୍ତକ୍ଷେପ ପରେ ଗଧଟିକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି। ଏବେ ବି ସେ ସଙ୍କଟାପନ୍ନ ଅବସ୍ଥାରେ ରହିଛି।

ସୂଚନା ଅନୁଯାୟୀ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ଶରିଫ୍‌ ଏବଂ କ୍ରିକେଟର୍‌ରୁ ରାଜନେତା ପାଲଟିଥିବା  ଇମ୍ରାନ୍‌ ଖାନ୍‌ ହେଲେ ପରସ୍ପରର ପରମ ରାଜନୈତିକ ଶତ୍ରୁ।  ଗତ କିଛିଦିନ ତଳେ ଦୁର୍ନୀତି ଅଭିଯୋଗରେ ପାକିସ୍ତାନ ସୁପ୍ରିମକୋର୍ଟ ନୱାଜ୍‌ ଶରିଫଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ଗିରଫ କରି ଜେଲ୍‌ ପଠାଇ ଦିଆଯାଇଛି। ତେବେ ଆଗକୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ଇମ୍ରାନ୍‌ ଖାନ୍‌ ନୱାଜ୍‌ ଶରିଫଙ୍କୁ ଏକ ସଭାରେ ଜବରଦସ୍ତ ଆକ୍ରମଣ କରିଥିଲେ। ଦୁର୍ନୀତିଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ନୱାଜ୍‌ ଶରିଫଙ୍କୁ କଡ଼ା ସମାଲୋଚନା କରିଥିଲେ। ଏଥିସହ ତାଙ୍କ ସମର୍ଥକଙ୍କୁ  ‘ଗଧା’ ବୋଲି ଆକ୍ଷେପ କରିଥିଲେ। ତେବେ ଏଥିରେ  ଇମ୍ରାନ୍‌ ଖାନ୍‌ ସମର୍ଥକମାନେ ଉତ୍ତ୍ୟକ୍ତ ହୋଇ ଏଭଳି ନୃଶଂସ କାଣ୍ଡ ଘଟାଇଛନ୍ତି ବୋଲି ସନ୍ଦେହ କରାଯାଉଛି। କାରଣ ଇମ୍ରାନ୍‌ଙ୍କ ଏହି ଉତ୍ତେଜକ ଭାଷଣ ପରେ ତାଙ୍କ ସମର୍ଥକମାନେ ଅଧିକ ଉତ୍ସାହିତ ହୋଇପଡ଼ିଥିଲେ।

ସହରରେ ଏମିତି ମାତିଲେ ଯେ, ସହରର ସବୁ ଗଧଙ୍କ ଜୀବନ ପ୍ରତି ବିପଦ ଘନେଇ ଆସିଲା। ସେମାନେ ନୱାଜ୍‌ ଶରିଫଙ୍କ ବିପକ୍ଷରେ ପ୍ରତିଶୋଧ ନେବାକୁ ଯାଇ ଶେଷରେ ଗୋଟିଏ ନିରୀହ ଗଧକୁ ଟାର୍ଗେଟ୍‌ କରିଥିଲେ।  ଗଧଟିକୁ ନିର୍ଘାତ ମାଡ଼ ମାରିବା ପରେ  ତା’ର ପାଟି, ନାକ,ଆଖି ଓ ଶରୀରକୁ ଛୁରିରେ କାଟି ପକାଇଥିଲେ। ନାକ ଆଖି ତାଡ଼ି ଦେଇଥିଲେ। ଆଉ ଚମଡ଼ା ବିଦାରି ତା’ଦେହରେ ‘ନୱାଜ୍‌’ ଲେଖିଦେଇ ଚାଲିଯାଇଥିଲେ। ଗଧଟି ଅତି ମୁମୂର୍ଷୁ ଅବସ୍ଥାରେ ଛଟପଟ ହେଉଥିବା ବେଳେ କେହି ଜଣେ ଗଧର ଏପରି ହାଲ୍ ଦେଖି ତା’ର ଚିକିତ୍ସା ପାଇଁ ଅନ୍ୟମାନଙ୍କ ସହାୟତା ଲୋଡ଼ିଥିଲେ।

ଏଥିପାଇଁ ସେ ଗଧଟିର ଫଟୋ ଉଠାଇ ଫେସ୍‌ବୁକ୍‌ର ପୋଷ୍ଟ୍‌ କରିଥିଲେ। ଆଉ ଗଧ ଚିକିତ୍ସା ଲାଗି ସହାୟତା ପାଇଁ ନିବେଦନ କରିଥିଲେ। ଏହି ଦୃଶ୍ୟ ଦେଖିବା ପରେ ପାକିସ୍ତାନର ଆୟେଶା ଫାଉଣ୍ଡେସନ୍‌ ନାମକ ଏକ ଏନ୍‌ଜିଓ ସଂସ୍ଥା ଗଧଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଥିଲା। ଉକ୍ତ ସଂସ୍ଥାର ଜଣେ ମହିଳା ଗଧଟିକୁ ଆଣି ତା’ର ଚିକିତ୍ସା କରୁଛନ୍ତି। ସମ୍ପୃକ୍ତ ମହିଳାଙ୍କ ଏହି ପ୍ରଶଂସନୀୟ ଉଦ୍ୟମ ପାଇଁ ତାଙ୍କୁ ଅନେକ ତାରିଫ୍‌ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story