କଶ୍ମୀରରେ ଶୁଭିଲା ହ୍ୟାଲୋ! ଇଣ୍ଟରନେଟ୍‌ କେବେ

ଶ୍ରୀନଗର: ଦୀର୍ଘ ୭୨ ଦିନ ହେଲା ମୋବାଇଲା ସେବାରୁ ବଞ୍ଚିତ ଥିବା କଶ୍ମୀରବାସୀଙ୍କ ଫୋନ ଆଜି ମଧ୍ୟାହ୍ଣରୁ ରିଗିଂ ହେବା ଆରମ୍ଭ ହୋଇଛି। ଅର୍ଥାତ ଜମ୍ମୁ-କଶ୍ମୀରରେ ଆଜି ଠାରୁ ପୋଷ୍ଟ ପେଡ୍‌ ମୋବାଇଲ ସେବାକୁ ପ୍ରଶାସନ କାର୍ଯ୍ୟକ୍ଷମ କରିଛି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଦିନଠାରୁ ହିଁ କଶ୍ମୀରବାସୀ ମୋବାଇଲ ସେବା ଠାରୁ ଆରମ୍ଭ କରି ଇଣ୍ଟରନେଟ୍‌ ସେବାକୁ ବଞ୍ଚିତ ରହିଥିଲେ। ଏବେ ପୋଷ୍ଟପେଡ୍‌ ମୋବାଇଲ ସେବା ଆରମ୍ଭ ହୋଇଥିଲେ […]

c

c

Hemant Lenka
  • Published: Monday, 14 October 2019
  • Updated: 14 October 2019, 04:49 PM IST

Sports

Latest News

ଶ୍ରୀନଗର: ଦୀର୍ଘ ୭୨ ଦିନ ହେଲା ମୋବାଇଲା ସେବାରୁ ବଞ୍ଚିତ ଥିବା କଶ୍ମୀରବାସୀଙ୍କ ଫୋନ ଆଜି ମଧ୍ୟାହ୍ଣରୁ ରିଗିଂ ହେବା ଆରମ୍ଭ ହୋଇଛି। ଅର୍ଥାତ ଜମ୍ମୁ-କଶ୍ମୀରରେ ଆଜି ଠାରୁ ପୋଷ୍ଟ ପେଡ୍‌ ମୋବାଇଲ ସେବାକୁ ପ୍ରଶାସନ କାର୍ଯ୍ୟକ୍ଷମ କରିଛି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଦିନଠାରୁ ହିଁ କଶ୍ମୀରବାସୀ ମୋବାଇଲ ସେବା ଠାରୁ ଆରମ୍ଭ କରି ଇଣ୍ଟରନେଟ୍‌ ସେବାକୁ ବଞ୍ଚିତ ରହିଥିଲେ।

ଏବେ ପୋଷ୍ଟପେଡ୍‌ ମୋବାଇଲ ସେବା ଆରମ୍ଭ ହୋଇଥିଲେ ହେଁ ଲୋକମାନେ ଇଣ୍ଟରନେଟ୍‌ ସେବା ପାଇପାରିବେ ନାହିଁ। ସେହିପରି ପ୍ରିପେଡ୍‌ ମୋବାଇଲ ସେବା କେବେ ଆରମ୍ଭ ହେବ, ସେନେଇ ସୂଚନା ମଧ୍ୟ କାହା ପାଖରେ ନାହିଁ।

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ଣରୁ ପ୍ରାୟ ୪୦ ଲକ୍ଷ ପୋଷ୍ଟ ପେଡ୍‌ ମୋବାଇଲ ସେବା ଆରମ୍ଭ ହୋଇଛି। ଏବେ ବି ୩୦ ଲକ୍ଷ ପ୍ରି-ପେଡ୍‌ ମୋବାଇଲ ସେବା କିମ୍ବା ଇଣ୍ଟରନେଟ୍ ଲୋକଙ୍କୁ ମିଳିନାହିଁ।

ଜମ୍ମୁ-କଶ୍ମୀର ପ୍ରିନ୍ସିପାଲ ସଚିବ ରୋହିତ କନସାଲ କହିଛନ୍ତି, “ଉପତ୍ୟକାର ସୁରକ୍ଷା ସ୍ଥିତି ସମୀକ୍ଷା କରିବା ପରେ ମୋବାଇଲ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଉପତ୍ୟକାରେ ଥିବା ସମସ୍ତ ପୋଷ୍ଟ ପେଡ୍‌ ମୋବାଇଲ୍‌ ସେବା ଆଜି ମଧ୍ୟାହ୍ଣରୁ କାର୍ଯ୍ୟକ୍ଷମ ହୋଇଛି। ଏହା ଜମ୍ମୁ ସମେତ କଶ୍ମୀରର ସମସ୍ତ ୧୦ଟି ଜିଲ୍ଲାରେ ଉପଲବ୍ଧ ହେଉଛି।”

ଅନ୍ୟପକ୍ଷରେ ଆଜି ପୋଷ୍ଟ ପେଡ୍‌ ମୋବାଇଲ ସେବା ପାଇଥିବା ଲୋକମାନେ ଖୁସିରେ ଫାଟି ପଡ଼ିଛନ୍ତି। ତଥାପି ପ୍ରି-ପେଡ୍‌ ମୋବାଇଲ ବ୍ୟବହାର କରୁଥିବା ଲୋକମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ଇଣ୍ଟରନେଟ୍‌ ସେବା ମିଳୁ ନଥିବାରୁ ଲୋକମାନେ ବିଭିନ୍ନ ଜରୁରୀ କାର୍ଯ୍ୟ କରିବାରେ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି।

ନିକଟରେ କେନ୍ଦ୍ର ସରକାର ପର୍ଯ୍ୟଟକଙ୍କୁ ଆସିବା ପାଇଁ ଅନୁମତି ଦେଇଥିଲେ। ହେଲେ ମୋବାଇଲ ସେବା ବନ୍ଦ ରହିଥିବାରୁ ପର୍ଯ୍ୟଟକ ଆସିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ। ଏହାପରେ କେବଳ ପୋଷ୍ଟପେଡ ମୋବାଇଲ ସେବାକୁ କେନ୍ଦ୍ର ସରକାର ସକ୍ରିୟ କରିଛନ୍ତି।

ଧାରା ୩୭୦ ଉଚ୍ଛେଦ ପ୍ରକ୍ରିୟାକୁ ରାଜ୍ୟରେ ଥିବା ଆଞ୍ଚଳିକ ଦଳ ଗୁଡ଼ିକ ବିରୋଧ କରିଥିଲେ। ଏହାପରେ ହିଂସା ଆଶଙ୍କା ବଢ଼ିଥିଲା। ତେଣୁ ପ୍ରଶାସନ ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଜାରି କରିବା ସହିତ ମୋବାଇଲ୍ ଓ ଇଣ୍ଟରନେଟ ସେବା ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏବେ ସ୍ଥିତି ସ୍ୱାଭାବିକ ଆଡ଼କୁ ମୁହାଁଉଥିବା ଦେଖି ପ୍ରଶାସନ ମୋବାଇଲ ବ୍ୟବହାର ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇଛି।

ଏହାପୂର୍ବରୁ ୪ ସେପ୍ଚେମ୍ୱରରେ ୫୦ ହଜାର ଲ୍ୟାଣ୍ଡଲାଇନ୍ ସେବା ସକ୍ରିୟ କରାଯାଇଥିଲା। ପରେ ପରେ ମୋବାଇଲ୍ ଇଣ୍ଟରନେଟ୍ ସେବା ଅଗଷ୍ଟ ଅଧାରୁ ପର୍ଯ୍ୟାୟ କ୍ରମେ ସକ୍ରିୟ କରାଯାଇଥିଲା।

ସେହିପରି ଆତଙ୍କବାଦୀଙ୍କୁ ନଡରିବା ପାଇଁ ଖବର କାଗଜ ଜରିଆରେ ପ୍ରଶାସନ ବିଜ୍ଞାପନ ଦେଇ ଲୋକଙ୍କୁ ସଚେତନ କରାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story