ଯୋଗୀଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ ପ୍ରସଙ୍ଗ: ଆସନ୍ତାକାଲି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ ଘଟଣାରେ ସାମ୍ବାଦିକ ଗିରଫ ହେବା ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆଜି ଗିରଫ ସାମ୍ବାଦିକ ପ୍ରଶାନ୍ତ କନୋଜିଆଙ୍କ ପତ୍ନୀ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିବା ସହ ଆସନ୍ତାକାଲି ଶୁଣାଣି କରିବେ ବୋଲି କହିଛନ୍ତି। ଯୋଗୀଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ କରିବା ଅଭିଯୋଗରେ ପୁଲିସ୍ ସାମ୍ବାଦିକ ପ୍ରଶାନ୍ତଙ୍କ ସମେତ ୫ ଜଣଙ୍କୁ ଦୁଇ ଦିନ ମଧ୍ୟରେ ଗିରଫ […]

o

o

Hemant Lenka
  • Published: Monday, 10 June 2019
  • Updated: 10 June 2019, 04:25 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ ଘଟଣାରେ ସାମ୍ବାଦିକ ଗିରଫ ହେବା ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆଜି ଗିରଫ ସାମ୍ବାଦିକ ପ୍ରଶାନ୍ତ କନୋଜିଆଙ୍କ ପତ୍ନୀ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିବା ସହ ଆସନ୍ତାକାଲି ଶୁଣାଣି କରିବେ ବୋଲି କହିଛନ୍ତି। ଯୋଗୀଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ କରିବା ଅଭିଯୋଗରେ ପୁଲିସ୍ ସାମ୍ବାଦିକ ପ୍ରଶାନ୍ତଙ୍କ ସମେତ ୫ ଜଣଙ୍କୁ ଦୁଇ ଦିନ ମଧ୍ୟରେ ଗିରଫ କରିଛି।

ପ୍ରଶାନ୍ତଙ୍କ ପତ୍ନୀ ଜଗିଶା ଅରୋରା କହିଛନ୍ତି, “ମୋ ସ୍ୱାମୀଙ୍କୁ ଯେଉଁ ପୁଲିସ୍‌ ଅଫିସରମାନେ ଗିରଫ କରିଛନ୍ତି, ସେମାନେ ଘଟଣାରେ ଉପଯୁକ୍ତ ନିୟମର ପାଳନ କରିନାହାନ୍ତି। ତେଣୁ ପ୍ରଶାନ୍ତଙ୍କ ଗିରଫଦାରୀ ବେଆଇନ୍। ପ୍ରକୃତରେ କ’ଣ ଘଟିଛି ମୁଁ ଜାଣିନାହିଁ। ୫ ମିନିଟ୍‌ ମଧ୍ୟରେ ସବୁ କିଛି ଓଲଟପାଲଟ ହୋଇଗଲା। ପ୍ରଶାନ୍ତ ପ୍ରଥମେ ତଳକୁ ଯାଇଥିଲେ। ଏହାପରେ ସେ ତୁରନ୍ତ ରୁମକୁ ଆସି କପଡ଼ା ବଦଳାଇଥିଲେ। ଏହାପରେ ସେ ଦୁଇ ଜଣ ବ୍ୟକ୍ତିଙ୍କ ସହ ଚାଲି ଯାଇଥିଲେ।”

ଶ୍ରୀମତୀ ଅରୋରାଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି, “ ପ୍ରଶାନ୍ତଙ୍କ ବିରୋଧରେ ଯେଉଁ ଏଫ୍‌ଆଇଆର ରୁଜୁ ହୋଇଛି, ତାହା ବେଆଇନ୍‌ ଏବଂ ତାଙ୍କ ନାଁରେ କୌଣସି ଆରେଷ୍ଟ ୱାରେଣ୍ଟ ମଧ୍ୟ ପ୍ରକାଶ ପାଇ ନଥିଲା। ମାନହାନି ମାମଲାରେ କୌଣସି ଏଫ୍‌ଆଇଆର ହୁଏ ନାହିଁ। ମାଜିଷ୍ଟ୍ରେଟ୍‌ ହିଁ ଏହାପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତି। ପୁଲିସ୍‌ ଏଭଳି ମାମଲାରେ କିଛି କରିପାରିବ ନାହିଁ। ସେହିପରି ଏଫ୍‌ଆଇଆର୍‌ରେ ଯେଉଁ ସବୁ ଅଭିଯୋଗ ହୋଇଛି, ସେଥିରେ ଜଣଙ୍କୁ ଜାମିନ ମଧ୍ୟ ମିଳିପାରିବ। ତେଣୁ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ପ୍ରଶାନ୍ତଙ୍କୁ ଖଲାସ କରିବାକୁ ନିର୍ଦ୍ଦେଶ ଦେବା ସହ ତାଙ୍କୁ ଗିରଫ କରିଥିବା ପୁଲିସ୍‌ ଅଫିସରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।” କୋର୍ଟ ଆସନ୍ତାକାଲି ଏହାର ଶୁଣାଣି କରିବେ।

ଯୋଗୀଙ୍କ ସମ୍ପର୍କରେ ‘ନ୍ୟାଶନାଲ ଲାଇଭ’ ଟିଭି ଚ୍ୟାନେଲ ଏକ ବିବାଦୀୟ ଓ ସମ୍ମାନହାନି କଲାଭଳି ଭିଡିଓ ପ୍ରସାରଣ କରିଥିଲା। ଏଥିପାଇଁ ଉକ୍ତ ଟିଭି ଚ୍ୟାନେଲର ମାଲିକ, ସମ୍ପାଦକ ଓ ସାମ୍ୱାଦିକ ଗିରଫ ହୋଇଥିଲେ।

ପ୍ରଶାନ୍ତ ଷ୍ଟ୍ରିଞ୍ଜର-ରିପୋର୍ଟର ଭାବରେ ଏହି ଚ୍ୟାନେଲରେ କାମ କରୁଥିଲେ। ଜଣେ ମହିଳା ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ପ୍ରଶାନ୍ତ ଜୁନ ୬ ତାରିଖ ଦିନ ଉକ୍ତ ଚ୍ୟାନେଲର ଡିବେଟ କାର୍ଯ୍ୟକ୍ରମରେ ଏହି ଭିଡିଓକୁ ବ୍ୟବହାର କରି ଯୋଗୀଙ୍କ ସମ୍ପର୍କରେ ମନ୍ତବ୍ୟ ରଖିଥିଲେ। ଏଥିପାଇଁ ପ୍ରଶାନ୍ତଙ୍କ ସହ ଚ୍ୟାନେଲର ମାଲିକ ଇଶିକା ସିଂହ ଏବଂ ସମ୍ପାଦକ ଅନୁଜ ଶୁକ୍ଳା ମଧ୍ୟ ଗିରଫ ହୋଇଛନ୍ତି। ଏହାବାଦ୍‌ ଗତକାଲି ସନ୍ଧ୍ୟାରେ ଉତ୍ତର ପ୍ରଦେଶର ଗୋରଖପୁରରୁ ଆଉ ୨ ଜଣଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story