ନୂଆଦିଲ୍ଲୀ: କିଏ କେତେ ପ୍ରକାରେ ଲକ୍ଡାଉନ୍ ସମୟକୁ କଟାଉଛନ୍ତି। କିନ୍ତୁ ଏହି ସମୟକୁ ଭିନ୍ନ ଉପାୟରେ ଉପଯୋଗ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ଠାକୁର ପ୍ରଧାନ ଏବଂ ଝିଅ ନୈମିଶା ପ୍ରଧାନ। ଏ ଦୁହେଁ ନିଜ ପାଇଁ ଏବଂ ଅନ୍ୟମାନଙ୍କୁ ବାଣ୍ଟିବା ପାଇଁ ଘରେ ବସି ମାସ୍କ ତିଆରି କରୁଛନ୍ତି। ଖୋଦ୍ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଏନେଇ ଏକ ଟ୍ୱିଟ୍ କରିଛନ୍ତି।
https://twitter.com/dpradhanbjp/status/1247566547243028480?s=20
ଏହି ଟ୍ୱିଟ୍ରେ ଧର୍ମେନ୍ଦ୍ର ଲେଖିଛନ୍ତି, “ଏଭଳି ସମସ୍ୟା ସମୟରେ ଆମେ ସମାଜ ପାଇଁ କିଛି ନା କିଛି କରିବା ପାଇଁ ଉଦ୍ୟମ କରିବା ଉଚିତ। ମୋ ପତ୍ନୀ ଏବଂ ଝିଅ ପାଇଁ ମୁଁ ଗର୍ବିତ। ସେ ଦୁହେଁ ଆମ ଘରର ସମସ୍ତଙ୍କ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ନିଜେ ମାସ୍କ ତିଆରି କରୁଛନ୍ତି। ନିଜ କୌଶଳ ବିକାଶ ପାଇଁ ଏବଂ ନୂଆ କଥା ଶିଖିବା ପାଇଁ ଏବେଠାରୁ ପ୍ରକୃଷ୍ଟ ସମୟ ଆଉ କିଛି ନୁହେଁ।”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଦିନ ପୂର୍ବରୁ ହିଁ ଘରେ ତିଆରି ମାସ୍କ ମଧ୍ୟ ବ୍ୟବହାର କରାଯାଇପାରିବ ଏବଂ ଏହାକୁ ପ୍ରୋତ୍ସାହନ ଦେବାକୁ ଆହ୍ୱାନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପତ୍ନୀ ଏବଂ ଝିଅ ଆଜି ନିଜେ ମାସ୍କ ତିଆରି କରିବାକୁ ଟ୍ୱିଟରରେ ବେଶ ପ୍ରଶଂସା କରାଯାଇଛି। ସୂଚନାଯୋଗ୍ୟ ଯେ, ଧର୍ମେନ୍ଦ୍ରଙ୍କ ପରି ମୃଦୁଳା ମଧ୍ୟ ଛାତ୍ର ଜୀବନରେ ଛାତ୍ର ସଂଗଠନ ଏବିଭିପି ସହ କାର୍ଯ୍ୟ କରିବା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡ଼ିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।