ମୃତ ପ୍ରତ୍ୟୁଷାଙ୍କ ବୟଫ୍ରେଣ୍ଡ୍‌ ହସ୍ପିଟାଲରେ ଭର୍ତ୍ତି

ମୁମ୍ୱାଇ: ଆତ୍ମହତ୍ୟା କରିଥିବା ଲୋକପ୍ରିୟ ଧାରାବାହିକ ‘ବାଲିକା ବଧୂ’ର ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ବୟଫ୍ରେଣ୍ଡ୍ ରାହୁଲ ରାଜ୍‌ ସିଂଙ୍କ ରବିବାର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ପୋଲିସ୍ ପ୍ରତ୍ୟୁଷାଙ୍କ ବୟଫ୍ରେଣ୍ଡ୍ ରାହୁଲଙ୍କୁ ୧୪ ଘଣ୍ଟା ଧରି ଜେରା କରିଥିଲା। ପ୍ରତ୍ୟୁଷାଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିଲେ, ଶୀଘ୍ର ସେମାନେ ବିବାହ କରିଥାନ୍ତେ ବୋଲି ରାହୁଲ ପୋଲିସକୁ କହିଥିଲେ। ଅନ୍ୟପକ୍ଷରେ ଶନିବାର ସନ୍ଧ୍ୟାରେ ପ୍ରତ୍ୟୁଷାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପ୍ରତ୍ୟୁଷା ଆତ୍ମହତ୍ୟାର କାରଣ […]

Pratyusha Banerje

Rakesh Mallick
  • Published: Sunday, 03 April 2016
  • , Updated: 03 April 2016, 08:05 AM IST

ମୁମ୍ୱାଇ: ଆତ୍ମହତ୍ୟା କରିଥିବା ଲୋକପ୍ରିୟ ଧାରାବାହିକ ‘ବାଲିକା ବଧୂ’ର ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ବୟଫ୍ରେଣ୍ଡ୍ ରାହୁଲ ରାଜ୍‌ ସିଂଙ୍କ ରବିବାର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତକାଲି ପୋଲିସ୍ ପ୍ରତ୍ୟୁଷାଙ୍କ ବୟଫ୍ରେଣ୍ଡ୍ ରାହୁଲଙ୍କୁ ୧୪ ଘଣ୍ଟା ଧରି ଜେରା କରିଥିଲା। ପ୍ରତ୍ୟୁଷାଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିଲେ, ଶୀଘ୍ର ସେମାନେ ବିବାହ କରିଥାନ୍ତେ ବୋଲି ରାହୁଲ ପୋଲିସକୁ କହିଥିଲେ।

ଅନ୍ୟପକ୍ଷରେ ଶନିବାର ସନ୍ଧ୍ୟାରେ ପ୍ରତ୍ୟୁଷାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପ୍ରତ୍ୟୁଷା ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି।

Related story