ଜାମିଆ ଛାତ୍ରୀ ସଫୋରାଙ୍କୁ ଜାମିନ, ଗର୍ଭବତୀ ଥିବାରୁ କୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଣ୍ଟି ଟେରର ଲ’ ଦ୍ୱାରା ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରୀ ସଫୋରା ଜରଗାରଙ୍କୁ ଆଜି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସେ ଗଭର୍ବତୀ ଥିବାରୁ ପୁଲିସ୍‌ ମଧ୍ୟ ତାଙ୍କ ଜାମିନକୁ ମାନବିକତା ଦୃଷ୍ଟି କୋଣରୁ ବିରୋଧ କରି ନଥିଲା। ସଫୋରା ଜରଗାରଙ୍କୁ ପୁଲିସ୍‌ ଅନଲଫୁଲ ଆକ୍ଟିଭିଟି ପ୍ରିଭେନସନ ଆକ୍ଟ ଜରିଆରେ ଏପ୍ରିଲ ୧୦ରେ ଗିରଫ କରିଥିଲା। ଫେବୃଆରୀ ମାସରେ ଦିଲ୍ଲୀରେ ସଂଗଠିତ ଦଙ୍ଗା ଘଟଣାରେ ସେ ସାମିଲ […]

t

Hemant Lenka
  • Published: Tuesday, 23 June 2020
  • , Updated: 23 June 2020, 03:50 PM IST

ନୂଆଦିଲ୍ଲୀ: ଆଣ୍ଟି ଟେରର ଲ’ ଦ୍ୱାରା ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରୀ ସଫୋରା ଜରଗାରଙ୍କୁ ଆଜି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସେ ଗଭର୍ବତୀ ଥିବାରୁ ପୁଲିସ୍‌ ମଧ୍ୟ ତାଙ୍କ ଜାମିନକୁ ମାନବିକତା ଦୃଷ୍ଟି କୋଣରୁ ବିରୋଧ କରି ନଥିଲା।

ସଫୋରା ଜରଗାରଙ୍କୁ ପୁଲିସ୍‌ ଅନଲଫୁଲ ଆକ୍ଟିଭିଟି ପ୍ରିଭେନସନ ଆକ୍ଟ ଜରିଆରେ ଏପ୍ରିଲ ୧୦ରେ ଗିରଫ କରିଥିଲା। ଫେବୃଆରୀ ମାସରେ ଦିଲ୍ଲୀରେ ସଂଗଠିତ ଦଙ୍ଗା ଘଟଣାରେ ସେ ସାମିଲ ଥିବା ପୁଲିସ୍‌ କହିଥିଲା। ତାଙ୍କୁ ସେତେବେଳେ ଜାମିନ ମିଳିଥିଲା। କିନ୍ତୁ ତାଙ୍କୁ ଜେଲରେ ରଖିବା ପାଇଁ ପୁଲିସ୍‌ ତାଙ୍କ ନାଁରେ ଆହୁରି ସଙ୍ଗୀନ ଦଫା ଲଗାଇ ପୁଣି ଗିରଫ କରିଥିଲା।

ଆଜି ହାଇକୋର୍ଟ ସଫୋରାଙ୍କୁ ଜାମିନ ଦେଇଥିଲେ ହେଁ କେତେକ ସର୍ତ୍ତ ରଖିଛନ୍ତି। ଜାମିନରେ ଥିବା ବେଳେ ସଫୋରା ଏମିତି କିଛି କାର୍ଯ୍ୟକଳାପ କରିବେ ନାହିଁ ଯାହାଦ୍ୱାରା ତଦନ୍ତ ପ୍ରଭାବିତ ହେବ। ସେହିପରି ସେ ବିନା ଅନୁମତିରେ ଦିଲ୍ଲୀ ଛାଡ଼ି ପାରିବେ ନାହିଁ।

ପ୍ରତି ୧୫ ଦିନରେ ସେ ତଦନ୍ତକାରୀ ଅଧିକାରୀଙ୍କୁ ଫୋନ କରି ଯୋଗାଯୋଗରେ ରହିବେ। କୋର୍ଟ ୧୦ ହଜାର ଟଙ୍କାର ବଣ୍ଡ ବଳରେ ସଫୋରାଙ୍କୁ ଜାମିନ ଦେଇଛନ୍ତି। ୨୩ ସପ୍ତାହର ଗର୍ଭ ଧାରଣା କରିଥିବା ସଫୋରା ଜାମିଆରେ ଏମଫିଲ କରୁଛନ୍ତି।

Related story