ସିକ୍କିମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପିଏସ୍‌ ଗୋଲେ

ଗ୍ୟାଙ୍ଗଟକ୍‌: ସିକ୍କିମର ନୂଆ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଓରଫ ପିଏସ୍‌ ଗୋଲେ ଆଜି ଶପଥ ଗ୍ରହଣ କରିଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭାରେ ପିଏସ୍‌ ଗୋଲେଙ୍କ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସ୍‌କେଏମ୍‌) ୩୨ଟି ଆସନରୁ ୧୭ଟିରେ ବିଜୟ ଲାଭ କରି ସରକାର ଗଠନ କରିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ଆଜି ରାଜ୍ୟପାଳ ଗଗନ ପ୍ରସାଦ ଗ୍ୟାଙ୍ଗଟକ୍‌ର ପାଲଜୋର ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଶ୍ରୀ ଗୋଲେଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶ୍ରୀ […]

ps

Hemant Lenka
  • Published: Monday, 27 May 2019
  • , Updated: 27 May 2019, 05:00 PM IST

ଗ୍ୟାଙ୍ଗଟକ୍‌: ସିକ୍କିମର ନୂଆ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଓରଫ ପିଏସ୍‌ ଗୋଲେ ଆଜି ଶପଥ ଗ୍ରହଣ କରିଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭାରେ ପିଏସ୍‌ ଗୋଲେଙ୍କ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସ୍‌କେଏମ୍‌) ୩୨ଟି ଆସନରୁ ୧୭ଟିରେ ବିଜୟ ଲାଭ କରି ସରକାର ଗଠନ କରିବାକୁ ଯୋଗ୍ୟତା ଅର୍ଜନ କରିଥିଲା।

ଆଜି ରାଜ୍ୟପାଳ ଗଗନ ପ୍ରସାଦ ଗ୍ୟାଙ୍ଗଟକ୍‌ର ପାଲଜୋର ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଶ୍ରୀ ଗୋଲେଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶ୍ରୀ ଗୋଲେଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ଥିବା ୧୧ ଜଣ ବିଧାୟକଙ୍କୁ ମଧ୍ୟ ରାଜ୍ୟପାଳ ଗଗନ ପ୍ରସାଦ ଶପଥ ପାଠ କରାଇଛନ୍ତି।

ସିକ୍କିମର ୬ଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ପିଏସ୍‌ ଗୋଲେ ଜଣେ ଶିକ୍ଷକ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଦୀର୍ଘ ୨୫ ବର୍ଷ ହେଲା ରାଜ୍ୟରେ ଶାସନ କରୁଥିବା ସିକ୍କିମ ଡେମୋକ୍ରାଟିକ୍‌ ଫ୍ରଣ୍ଟ(ଏସ୍‌ଡିଏଫ୍‌)ର ମୁଖ୍ୟ ପୱନ କୁମାର ଚାମଲିଙ୍ଗଙ୍କ ସରକାରକୁ ଭାଙ୍ଗିବାରେ ସେ ସକ୍ଷମ ହୋଇଛନ୍ତି।

ପିଏସ୍‌ ଗୋଲେ ପ୍ରଥମେ ଏସ୍‌ଡିଏଫ୍‌ରେ ରହିଥିଲେ ଏବଂ ୧୯୯୪ରୁ କ୍ରମାଗତ ଭାବେ ୫ଥର ବିଧାନସଭାକୁ ନିର୍ବାଚିତ ହେବା ସହ ୨୦୦୯ ଯାଏ ମନ୍ତ୍ରୀ ରହିଥିଲେ।

କିନ୍ତୁ ୨୦୧୪ରେ ଚାମଲିଙ୍ଗ ତାଙ୍କୁ ମନ୍ତ୍ରୀ ପଦ ଦେବାକୁ ମନା କରିବା ପରେ ସେ ଏସ୍‌ଡିଏଫ୍‌ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ଏଥିସହ ସେ ୨୦୧୩ରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ଗଠନ କରିଥିଲେ। ତେବେ ୨୦୧୬ରେ ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। ୨୦୧୮ରେ ସେ ଜେଲ୍‌ରୁ ବାହାରି ପୁଣିଥରେ ନିଜର ସଂଗଠନ ଗଢ଼ିବା ଆରମ୍ଭ କରିଥିଲେ।

Related story