କେଜ୍ରିଓ୍ୱାଲଙ୍କୁ ଟକ୍କର ଦେବେ ଦୁଇ ମହିଳା ଷ୍ଟଲଓ୍ୱାର୍ଟଙ୍କ ଦାୟାଦ!

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବିରୋଧରେ ବିଜେପି ଓ କଂଗ୍ରେସରୁ କିଏ ପ୍ରାର୍ଥୀ ହେବେ? ଏ ନେଇ ଏବେ ସାରା ଦେଶର ନଜର ରହିଛି। ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷା ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଥିବାରୁ ଏବେ ଏହି ପ୍ରସଙ୍ଗକୁ ଆୟୁଧ କରି ବିଜେପି ଓ କଂଗ୍ରେସ କେଜ୍ରିଓ୍ୱାଲଙ୍କ ବିରୋଧରେ ମହିଳା ପ୍ରାର୍ଥୀ ଦେବେ ବୋଲି ଯୋଜନା କରିଛନ୍ତି। ଯଦିଓ ନିଷ୍ପତ୍ତି ଚୂଡ଼ାନ୍ତ ନୁହେଁ। ତଥାପି, ଦିଲ୍ଲୀର ଦୁଇ ଦବିଂଗତ ପୂର୍ବତନ ମୁଖ୍ୟମନ୍ତ୍ରୀ […]

kejriwall

Subhransu Sekhar
  • Published: Thursday, 16 January 2020
  • , Updated: 16 January 2020, 04:02 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବିରୋଧରେ ବିଜେପି ଓ କଂଗ୍ରେସରୁ କିଏ ପ୍ରାର୍ଥୀ ହେବେ? ଏ ନେଇ ଏବେ ସାରା ଦେଶର ନଜର ରହିଛି। ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷା ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଥିବାରୁ ଏବେ ଏହି ପ୍ରସଙ୍ଗକୁ ଆୟୁଧ କରି ବିଜେପି ଓ କଂଗ୍ରେସ କେଜ୍ରିଓ୍ୱାଲଙ୍କ ବିରୋଧରେ ମହିଳା ପ୍ରାର୍ଥୀ ଦେବେ ବୋଲି ଯୋଜନା କରିଛନ୍ତି। ଯଦିଓ ନିଷ୍ପତ୍ତି ଚୂଡ଼ାନ୍ତ ନୁହେଁ। ତଥାପି, ଦିଲ୍ଲୀର ଦୁଇ ଦବିଂଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ଏବଂ ସୁଷମା ସ୍ୱରାଜଙ୍କ ଝିଅଙ୍କୁ କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଦୀର୍ଘ ଦଶନ୍ଧି ଧରି ଦିଲ୍ଲୀରେ ଶୀଲା ଦୀକ୍ଷିତ ଥିଲେ କଂଗ୍ରେସର ଚେହେରା। ତେଣୁ ଚଳିତ ନିର୍ବାଚନରେ ତାଙ୍କର ଭୋଟ୍ ବ୍ୟାଙ୍କକୁ କଂଗ୍ରେସ ନିଜ ପକେଟରେ ରଖିବା ପାଇଁ ଚେଷ୍ଟା କରୁଛି। ଏଥିସହିତ ଶୀଲାଙ୍କ ଝିଅ ଲତିକା ଦୀକ୍ଷିତଙ୍କୁ ପ୍ରାର୍ଥୀ କରି ନୂଆଦିଲ୍ଲୀ ଆସନରୁ କଂଗ୍ରେସ ଜିତିବ ବୋଲି ସମ୍ଭାବନାର ବାଟ ଦେଖୁଛି। ସେହିପରି ଦିଲ୍ଲୀ ପଲିଟିକ୍ସରେ ସ୍ୱତନ୍ତ୍ର କ୍ରେଜ ରଖିଥିବା ଅନ୍ୟତମ ଲେଡି ଆଇକନ ତଥା ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଝିଅ ବାଁସୁରୀଙ୍କୁ ବିଜେପି ପ୍ରାର୍ଥୀ କରାଇ ନିଜ ସପକ୍ଷରେ ଭୋଟ୍ ଭିଡ଼ିବ ବୋଲି ଯୋଜନା କରିଛି।

୨୦୧୩ରେ ନୂଆଦିଲ୍ଲୀ ଆସନରେ ଶୀଲା ଦୀକ୍ଷିତଙ୍କ ବିରୋଧରେ ପ୍ରଥମ ଥର ପ୍ରାର୍ଥୀ ହୋଇ ଅରବିନ୍ଦ କେଜ୍ରିଓ୍ୱାଲ ସଫଳ ହୋଇଥିଲେ। ଲତିକା ଏବଂ ବାଁସୁରୀ ଯଦିଓ ସକ୍ରିୟ ରାଜନୀତିରେ ସାମିଲ୍ ନାହାନ୍ତି, ହେଲେ ଦୁଇ ଜଣ ଦିଲ୍ଲୀବାସୀଙ୍କ ପାଇଁ ଅପରିଚିତ ମଧ୍ୟ ନୁହଁନ୍ତି।

ଲତିକାଙ୍କ ବ୍ୟତୀତ ନୂଆଦିଲ୍ଲୀ ଆସନ ପାଇଁ ରାଜେଶ ଲିଲୋଠିଆ ମଧ୍ୟ ପ୍ରାର୍ଥୀ ହେବେ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ କହିଥିବା ସୂଚନା ରହିଛି। ଅନ୍ୟପଟେ ଆମ୍ ଆଦମୀ ପାର୍ଟିର ପୂର୍ବତନ ନେତା ଅଳକା ଲାମ୍ୱାଙ୍କୁ କଂଗ୍ରେସ କେଜ୍ରିଓ୍ୱାଲଙ୍କ ବିରୋଧରେ ପ୍ରାର୍ଥୀ କରିବ ବୋଲି ଯୋଜନା ରହିଛି।

୩ ଡିସେମ୍ୱର ୧୯୯୮ରୁ ଦିଲ୍ଲୀ କ୍ଷମତାରୁ ଦୂରେଇ ରହିଥିବା ଗେରୁଆ ଦଳ ଏବେ ଆପକୁ ଟକ୍କର ଦେବା ପାଇଁ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନୂଆ ରଣନୀତି ପ୍ରସ୍ତୁତି କରୁଛି।

Related story