Advertisment

'ସ୍ୱାମିତ୍ୱ ଯୋଜନା'ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲୋକନାୟକ ଜୟପ୍ରକାଶ ନାରାୟଣ ଏବଂ ନାନାଜୀ ଦେଶମୁଖଙ୍କ ଜୟନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୋଦି କହିଛନ୍ତି ଯେ, ଏବେ ଆପଣଙ୍କ ପାଖରେ ଗୋଟିଏ ଅଧିକାର ରହିଛି, ଗୋଟିଏ ଆଇନଗତ ଦସ୍ତାବିଜ୍ ଅଛି ଯେ ଆପଣଙ୍କ ଘର କେବଳ ଆପଣଙ୍କର ହୋଇ ରହିବ। ଏହି ଯୋଜନା ଆମ ଦେଶର ଗାଁଗୁଡ଼ିକରେ ଐତିହାସିକ ପରିବର୍ତ୍ତନ ଆଣିବାକୁ ଯାଉଛି ବୋଲି […]

author-image
Pragnya Choudhury
ଅଦ୍ୟତନ ହୋଇଛି
'ସ୍ୱାମିତ୍ୱ ଯୋଜନା'ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

modi

ନୂଆଦିଲ୍ଲୀ: ଲୋକନାୟକ ଜୟପ୍ରକାଶ ନାରାୟଣ ଏବଂ ନାନାଜୀ ଦେଶମୁଖଙ୍କ ଜୟନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୋଦି କହିଛନ୍ତି ଯେ, ଏବେ ଆପଣଙ୍କ ପାଖରେ ଗୋଟିଏ ଅଧିକାର ରହିଛି, ଗୋଟିଏ ଆଇନଗତ ଦସ୍ତାବିଜ୍ ଅଛି ଯେ ଆପଣଙ୍କ ଘର କେବଳ ଆପଣଙ୍କର ହୋଇ ରହିବ। ଏହି ଯୋଜନା ଆମ ଦେଶର ଗାଁଗୁଡ଼ିକରେ ଐତିହାସିକ ପରିବର୍ତ୍ତନ ଆଣିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହାସହ ଆଜି ଯେଉଁ ଏକ ଲକ୍ଷ ଲୋକଙ୍କୁ ନିଜ ଘରର ସ୍ୱାମିତ୍ୱ ପତ୍ର ଅର୍ଥାତ୍ ପ୍ରପର୍ଟି କାର୍ଡ ମିଳିଛି, ଯେଉଁମାନେ ନିଜ କାର୍ଡ ଡାଉନଲୋର୍ଡ କରିଛନ୍ତି, ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦି।

Advertisment

ମୋଦି ଏହି ଅବସରରେ ଲୋକନାୟକ ଜୟପ୍ରକାଶ ନାରାୟଣ ଏବଂ ନାନାଜୀ ଦେଶମୁଖଙ୍କ ସ୍ମୃତିଚାରଣ କରିଛନ୍ତି। ସେ କହିଛନ୍ତି, ଏହି ଦୁଇ ମହାପୁରୁଷଙ୍କ ଗୋଟିଏ ତାରିଖରେ ଜନ୍ମଦିନ ପଡ଼ୁଥିବା ବେଳେ ଏମାନଙ୍କ ସଂଘର୍ଷ ଏବଂ ଆଦର୍ଶ ମଧ୍ୟ ସମାନ ଧରଣର। ସେମାନେ ଗ୍ରାମ ଓ ଗରିବଙ୍କ ସ୍ୱର ଶାଣିତ କରିବା ଉଭୟଙ୍କ ଜୀବନର ସଂକଳ୍ପ ଥିଲା। ନାନାଜୀ କହୁଥିଲେ, ଯେତେବେଳେ ଗାଁର ଲୋକେ ବିବାଦରେ ଫସି ରହିବେ ତେବେ ସେ ନା ନିଜର ବିକାଶ କରିପାରିବା ଆଉ ନା ସମାଜର ବିକାଶରେ ଯୋଗଦେଇ ପାରିବେ। ମୋର ବିଶ୍ୱାସ ରହିଛି, ସ୍ୱାମିତ୍ୱ ଯୋଜନା ମଧ୍ୟ ଆମ ଗାଁରେ ଚାଲିଥିବା ଅନେକ ବିବାଦଗୁଡ଼ିକର ସମାଧାନ କରିବାରେ ଅନେକାଂଶରେ ସାହାଯ୍ୟ କରିବ।

ଗ୍ରାମୀଣ ଭାରତର ପରିବର୍ତ୍ତନ ଦିଗରେ ଏହି ଯୋଜନା ଏକ ଐତିହାସିକ ସମାଧାନ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସରକାରଙ୍କ ଏହି ଯୋଜନା ଗ୍ରାମବାସୀଙ୍କୁ ତାଙ୍କ ଜମି ଏବଂ ସମ୍ପତ୍ତିକୁ ଏକ ଆର୍ଥିକ ସମ୍ପତ୍ତି ଭାବରେ ବ୍ୟବହାର କରିବାକୁ ଅନୁମତି ଦେବ, ଯାହା ପ୍ରତିବଦଳରେ ବ୍ୟାଙ୍କରୁ ସେମାନେ ଋଣ ତଥା ଅନ୍ୟାନ୍ୟ ସହାୟତା ନେଇପାରିବେ। ପିଏମଓ କହିଛି ଯେ, ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପ୍ରାୟ 1 ଲକ୍ଷ ସମ୍ପତ୍ତି ମାଲିକ ସେମାନଙ୍କ ମୋବାଇଲରେ ଏସଏମଏସ ଲିଙ୍କ୍ ମାଧ୍ୟମରେ ନିଜ ସମ୍ପତ୍ତି ସମ୍ବନ୍ଧୀୟ କାର୍ଡଗୁଡ଼ିକ ଡାଉନଲୋର୍ଡ କରିପାରିବେ। ଏହା ପରେ ରାଜ୍ୟ ସରକାରମାନଙ୍କ ଦ୍ୱାରା ପ୍ରପର୍ଟ କାର୍ଡ ବଣ୍ଟନ କରାଯିବ।

Advertisment

ସ୍ୱାମିତ୍ୱ ଯୋଜନା ପଞ୍ଚାୟତିରାଜ ମନ୍ତ୍ରାଳୟର ଯୋଜନା ଅଟେ। ପ୍ରଧାନମନ୍ତ୍ରୀ ଏପ୍ରିଲ 24ରେ ପଞ୍ଚାୟତିରାଜ ଦିବସ ଅବସରରେ ଏହାର ଘୋଷଣା କରିଥିଲେ। ଗ୍ରାମ୍ୟାଞ୍ଚଳରେ ଥିବା ଘର ମାଲିକଙ୍କୁ ତାଙ୍କ ଅଧିକାର ସମ୍ବନ୍ଧୀୟ ସମ୍ପତ୍ତି କାର୍ଡ ଯୋଗାଇଦେଇ ରେକର୍ଡଭୁକ୍ତ କରିବା ଏହି ଯୋଜନାର ଉଦ୍ଦେଶ୍ୟ। ଯୋଜନା ଅଧୀନରେ ପ୍ରାୟ 6.62 ଲକ୍ଷ ଗ୍ରାମ ରହିବ ଏବଂ 2020-24 ସୁଦ୍ଧା ସାରା ଦେଶରେ ଏହାକୁ ଲାଗୁ କରାଯିବ।

PM Modi