ଗଛରୁ ଓହ୍ଲାଇବା ପାଇଁ ଅନୁରୋଧ କଲେ ମୋଦି

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ଋତୁ ଚାଲିଥିବା ବେଳେ ସ୍ଥାନ ଅନୁଯାୟୀ ବଦଳୁଛି ରାଜନୀତିକ ଦଳର ପାଣିପାଗ। ଶନିବାର ଉତ୍ତର ପ୍ରଦେଶର ଆଜମଗଡ଼ରେ ନିର୍ବାଚନ ମଣ୍ଡଳୀରେ ବିଜେପି ରାଲିରେ ଚେୟାର ଖାଲି ପଡ଼ିଥିବା ବେଳେ ସମାନ ସମୟରେ କର୍ଣ୍ଣାଟକର ମାଙ୍ଗାଲୁରୁରେ ଦଳୀୟ ରାଲିରେ ଠିକ୍ ଓଲଟା ଚିତ୍ର ଦେଖିବାକୁ ମିଳିଥିଲା। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ତାଙ୍କୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା। ସଭାସ୍ଥଳ ଫୁଲ୍ ହୋଇ ଯାଇଥିଲା। ଚୌକି ଅଭାବ ପଡ଼ିଥିଲା। ତେବେ ମୋଦିଙ୍କୁ ଦେଖିବା […]

modi at managluru

modi at managluru

Subhransu Sekhar
  • Published: Sunday, 14 April 2019
  • Updated: 14 April 2019, 11:18 AM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ଋତୁ ଚାଲିଥିବା ବେଳେ ସ୍ଥାନ ଅନୁଯାୟୀ ବଦଳୁଛି ରାଜନୀତିକ ଦଳର ପାଣିପାଗ। ଶନିବାର ଉତ୍ତର ପ୍ରଦେଶର ଆଜମଗଡ଼ରେ ନିର୍ବାଚନ ମଣ୍ଡଳୀରେ ବିଜେପି ରାଲିରେ ଚେୟାର ଖାଲି ପଡ଼ିଥିବା ବେଳେ ସମାନ ସମୟରେ କର୍ଣ୍ଣାଟକର ମାଙ୍ଗାଲୁରୁରେ ଦଳୀୟ ରାଲିରେ ଠିକ୍ ଓଲଟା ଚିତ୍ର ଦେଖିବାକୁ ମିଳିଥିଲା। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ତାଙ୍କୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା। ସଭାସ୍ଥଳ ଫୁଲ୍ ହୋଇ ଯାଇଥିଲା। ଚୌକି ଅଭାବ ପଡ଼ିଥିଲା। ତେବେ ମୋଦିଙ୍କୁ ଦେଖିବା ନିଶାରେ କିଛି ଲୋକ ସଭାସ୍ଥଳ ନିକଟରେ ଥିବା ଗଛଗୁଡ଼ିକ ଉପରେ ଚଢ଼ି ଯାଇଥିଲେ। ତା’ ସହିତ ସେମାନେ ମୋଦି..ମୋଦି ନାରା ଦେଇଥିଲେ।

ଏଭଳି ଜନସମାଗମ ଦେଖି ପ୍ରଧାନମନ୍ତ୍ରୀ ଖୁବ୍ ଖୁସି ହୋଇଥିଲେ ସତ, କିନ୍ତୁ ଲୋକେ ତାଙ୍କୁ ଦେଖିବା ପାଇଁ ଗଛରେ ଚଢ଼ିବା କଥାକୁ ସେ ଗ୍ରହଣ କରିପାରି ନଥିଲେ। ତେଣୁ ସଭାକୁ ସମ୍ବୋଧିତ କରିବା ପୂର୍ବରୁ ସେ ଉକ୍ତ ଲୋକମାନଙ୍କୁ ଗଛରୁ ଓହ୍ଲାଇ ଆସିବାକୁ ଅନୁରୋଧ କରିଥିଲେ। ଥରେ ନୁହେଁ ସେ ଏକାଧିକ ଥର ସେମାନଙ୍କୁ ଗଛରୁ ଓହ୍ଲାଇବା ପାଇଁ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ,“ଆପଣମାନେ ନିଜକୁ ସମ୍ଭାଳନ୍ତୁ। ଆପଣମାନଙ୍କର ଯଦି କିଛି ହୋଇଯିବ, ତା’ହେଲେ ମତେ ବହୁତ କଷ୍ଟ ହେବ। ମୁଁ ଆପଣମାନଙ୍କର। ଆଉ କେତେବେଳେ ଆସିଲେ ଆପଣମାନଙ୍କ ସହ ମିଶିବି। ଏଣୁ ଦୟାକରି ଗଛରୁ ଓହ୍ଲାଇ ଯାଆନ୍ତୁ।”

ଅନ୍ୟପକ୍ଷରେ ଆଜମଗଡ଼ରେ ରାଲି ବେଳେ ଚେୟାର ଖାଲି ପଡ଼ିଥିବା ଦେଖି ବିଜେପି ସାଂସଦ ପ୍ରାର୍ଥୀ କାନ୍ଦି ପକାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story