ପ୍ରେମିକା ମେଘନଙ୍କ ହାତ ଧରିଲେ ପ୍ରିନ୍ସ ହ୍ୟାରି

<p>ନୂଆଦିଲ୍ଲୀ: ବିବାହ କଲେ ପ୍ରିନ୍ସ ହ୍ୟାରି । ବ୍ରିଟେନ ରାଜକୁମାର ହ୍ୟାରି ତାଙ୍କ ଦୀର୍ଘ ଦିନର ପ୍ରେମିକା ମେଘନ ମର୍କେଲଙ୍କୁ ଆଜି ବିବାହ କରିଛନ୍ତି। &nbsp;ଲଣ୍ଡନର ଓ୍ୱିଣ୍ଡସର ପ୍ୟାଲେସରେ ଏହି ରାଜକୀୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଧୂମଧାମରେ ଆୟୋଜିତ ହୋଇଥିବା ଏହି ବିବାହ ଉତ୍ସବରେ ଉଭୟ ବର ଓ କନ୍ୟା ରାଜକୀୟ ଠାଣିରେ ଘୋଡ଼ା ସବରୀରେ ବସି ରାଜମହଲ ଅତିକ୍ରମ କରିଥିଲେ। &nbsp;ଏହି ସମୟରେ ରାଜମହଲରେ ୧୦ ହଜାରରୁ ଅଧିକ ଶୁଭେଚ୍ଛୁଙ୍କ ଭିଡ଼ ଜମିଥିଲା । ପ୍ରିନ୍ସ ଓ ମର୍କେଲଙ୍କ ବର୍ଣ୍ଣାଢ୍ୟ ବିବାହ ଉତ୍ସବରେ ଯୋଗ ଦେବା ଲାଗି ସାରା ବିଶ୍ୱରୁ ବିଭିନ୍ନ ନାମିଦାମି ବ୍ୟକ୍ତିତ୍ୱ ଲଣ୍ଡନ ଯାଇଛନ୍ତି। &nbsp;ଭାରତରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ବିବାହରେ ଯୋଗ ଦେଇଛନ୍ତି । ହ୍ୟାରୀଙ୍କ ପାଣି ଗ୍ରହଣ କରିଥିବା ମର୍କେଲ ହେଉଛନ୍ତି ଆମେରିକାର ଟେକ୍ସାସର । ଉଭୟଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିବା ବେଳେ ଆଜି ତାହା ବିବାହର ରୂପ ନେଇଛି।</p>

Ordigital Desk
  • Published: Saturday, 19 May 2018
  • Updated: 19 May 2018, 10:30 PM IST

Sports

Latest News

<p>ନୂଆଦିଲ୍ଲୀ: ବିବାହ କଲେ ପ୍ରିନ୍ସ ହ୍ୟାରି । ବ୍ରିଟେନ ରାଜକୁମାର ହ୍ୟାରି ତାଙ୍କ ଦୀର୍ଘ ଦିନର ପ୍ରେମିକା ମେଘନ ମର୍କେଲଙ୍କୁ ଆଜି ବିବାହ କରିଛନ୍ତି। &nbsp;ଲଣ୍ଡନର ଓ୍ୱିଣ୍ଡସର ପ୍ୟାଲେସରେ ଏହି ରାଜକୀୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଧୂମଧାମରେ ଆୟୋଜିତ ହୋଇଥିବା ଏହି ବିବାହ ଉତ୍ସବରେ ଉଭୟ ବର ଓ କନ୍ୟା ରାଜକୀୟ ଠାଣିରେ ଘୋଡ଼ା ସବରୀରେ ବସି ରାଜମହଲ ଅତିକ୍ରମ କରିଥିଲେ। &nbsp;ଏହି ସମୟରେ ରାଜମହଲରେ ୧୦ ହଜାରରୁ ଅଧିକ ଶୁଭେଚ୍ଛୁଙ୍କ ଭିଡ଼ ଜମିଥିଲା । ପ୍ରିନ୍ସ ଓ ମର୍କେଲଙ୍କ ବର୍ଣ୍ଣାଢ୍ୟ ବିବାହ ଉତ୍ସବରେ ଯୋଗ ଦେବା ଲାଗି ସାରା ବିଶ୍ୱରୁ ବିଭିନ୍ନ ନାମିଦାମି ବ୍ୟକ୍ତିତ୍ୱ ଲଣ୍ଡନ ଯାଇଛନ୍ତି। &nbsp;ଭାରତରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ବିବାହରେ ଯୋଗ ଦେଇଛନ୍ତି । ହ୍ୟାରୀଙ୍କ ପାଣି ଗ୍ରହଣ କରିଥିବା ମର୍କେଲ ହେଉଛନ୍ତି ଆମେରିକାର ଟେକ୍ସାସର । ଉଭୟଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିବା ବେଳେ ଆଜି ତାହା ବିବାହର ରୂପ ନେଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos