ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଭେଟିଲେ 'ବେଙ୍ଗଲ ଟାଇଗର'

କୋଲକାତା: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଜି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖାରଙ୍କୁ ଭେଟିଛନ୍ତି। ଦାଦାଙ୍କ ଏହି ଭେଟଘାଟକୁ ନେଇ ରାଜନୀତିକ ହଟଚମଟ ଆରମ୍ଭ ହୋଇଛି। କାରଣ ବିସିସିଆଇ ସଭାପତି ହେବା ପରଠାରୁ ଗାଙ୍ଗୁଲି ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜାରି ରହିଛି। ତେବେ ଗାଙ୍ଗୁଲି ଏ ବାବଦରେ କୌଣସି ମତ ରଖି ନାହାନ୍ତି। ରାଜ୍ୟପାଳଙ୍କ ସହ ବୈଠକ ବ୍ୟକ୍ତିଗତ ଥିଲା ବୋଲି ଜଣାପଡ଼ିଛି। ହେଲେ ଆଜି ଗାଙ୍ଗୁଲି ରାଜ୍ୟରେ ନିରପେକ୍ଷ ନିର୍ବାଚନ ହେବା ନେଇ […]

sourav-ganguly

sourav-ganguly

Subhransu Sekhar
  • Published: Sunday, 27 December 2020
  • Updated: 27 December 2020, 09:10 PM IST

Sports

Latest News

କୋଲକାତା: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଜି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖାରଙ୍କୁ ଭେଟିଛନ୍ତି। ଦାଦାଙ୍କ ଏହି ଭେଟଘାଟକୁ ନେଇ ରାଜନୀତିକ ହଟଚମଟ ଆରମ୍ଭ ହୋଇଛି। କାରଣ ବିସିସିଆଇ ସଭାପତି ହେବା ପରଠାରୁ ଗାଙ୍ଗୁଲି ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜାରି ରହିଛି। ତେବେ ଗାଙ୍ଗୁଲି ଏ ବାବଦରେ କୌଣସି ମତ ରଖି ନାହାନ୍ତି। ରାଜ୍ୟପାଳଙ୍କ ସହ ବୈଠକ ବ୍ୟକ୍ତିଗତ ଥିଲା ବୋଲି ଜଣାପଡ଼ିଛି। ହେଲେ ଆଜି ଗାଙ୍ଗୁଲି ରାଜ୍ୟରେ ନିରପେକ୍ଷ ନିର୍ବାଚନ ହେବା ନେଇ ମତ ରଖିଛନ୍ତି।

Sourav Ganguly meets West Bengal Governor Jagdeep Dhankhar

ତେବେ ପଶ୍ଚିମବଙ୍ଗର ବିଭିନ୍ନ ଅନ୍ ଲାଇନ ମିଡିଆର ରିପୋର୍ଟ ଅନୁଯାୟୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାନୁଆରୀ ୧୨ରେ ପଶ୍ଚିମବଙ୍ଗ ଗସ୍ତରେ ଆସିବେ। ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଅନେକ ବଡ଼ ବଡ଼ ଚେହେରା ବିଜେପିରେ ସାମିଲ୍ ହୋଇପାରନ୍ତି। କୁହାଯାଉଛି ଏହି ସମୟରେ ପ୍ରିନ୍ସ ଅଫ୍ କୋଲକାତା ମଧ୍ୟ ବିଜେପିରେ ଯୋଗ ଦେଇ ପାରନ୍ତି।

ତେବେ ସୌରଭ ବିଜେପିରେ କାହିଁକି ସାମିଲ୍ ହେବା ଏକ ପ୍ରକାର ସୁନିଶ୍ଚିତ ବୋଲି ସୋଶାଲ ମିଡିଆରେ ଚର୍ଚ୍ଚା ହେଉଛି ? ନିକଟରେ ପଶ୍ଚିମବଙ୍ଗ ଗସ୍ତ ବେଳେ ଶ୍ରୀ ଶାହ କହିଥିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଜଣେ ଏହି ମାଟିର ବ୍ୟକ୍ତି ହେବେ। ଆଉ ଗାଙ୍ଗୁଲି ପଶ୍ଚିମବଙ୍ଗର ଜଣେ ବଡ଼ ଚେହେରା। ସେହିପରି ବିସିସିଆଇ ସମ୍ପାଦକ ହେଉଛନ୍ତି ଅମିତ ଶାହଙ୍କ ପୁଅ ଜୟ ଶାହ। ତେଣୁ ଏହି ଫର୍ମୁଲାରେ ବିଜେପିର କେନ୍ଦ୍ର ନେତୃତ୍ୱ ସହ ଗାଙ୍ଗୁଲିଙ୍କ ଖାତିରି ମଧ୍ୟ ଭଲ ରହିଛି। ଟିଏମସି ସୁପ୍ରିମୋ ବଙ୍ଗଳା କାର୍ଡ ଖେଳି ରାଜନୀତି କରୁଛନ୍ତି। ବିଜେପିକୁ ବାହାର ଦଳ ବୋଲି କହୁଛନ୍ତି। ଏଭଳି ସ୍ଥିତିରେ ବିଜେପି ଗାଙ୍ଗୁଲିଙ୍କୁ ଦଳର ଚେହେରା କରି ମମତାଙ୍କୁ ଚେକ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

ଏହାବାଦ୍ ଗାଙ୍ଗୁଲିଙ୍କ ନିକଟତମ ବ୍ୟକ୍ତି ତଥା ଟିଏମସି ନେତା ବୈଶାଲି ଡାଲମିଆ ମଧ୍ୟ ବିଜେପିରେ ସାମିଲ୍ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos