ଜେଲରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଆଜୀବନ ସଜା କାଟୁଥିଲା କଏଦୀ

ନୂଆଦିଲ୍ଲୀ: ଜେଲରେ ଆଜୀବନ ସଜା କାଟୁଥିବା କଏଦୀର କରୋନାରେ ମୃତ୍ୟୁ। ଦିଲ୍ଲୀ ମଣ୍ଡଳୀ ଜେଲରେ ଆଜୀବନ ସଜା କାଟୁଥିଲା ୬୨ ବର୍ଷୀୟ କଏଦୀ କନଓ୍ୱର ସିଂହ। ଜୁନ୍ ୧୫ରେ କନଓ୍ୱରର ମୃତ୍ୟୁ ହୋଇଥିଲା। ଜେଲରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଦେଶରେ ଏହା ପ୍ରଥମ ଘଟଣା। ପ୍ରଥମେ ମୃତ୍ୟୁର କାରଣ ଜଣାପଡ଼ିନଥିଲା। ଏହାପରେ କଏଦୀଙ୍କ ନମୁନା ପରୀକ୍ଷା ହେବା ପରେ ଜଣାପଡ଼ିଥିଲା ସେ କରୋନାରେ ଆକ୍ରାନ୍ତ ଥିଲେ। ୬୨ ବର୍ଷୀୟ ଏହି କଏଦୀ ଜଣଙ୍କ ୨୦୧୬ ମସିହାରେ […]

jail

jail

Subhransu Sekhar
  • Published: Monday, 22 June 2020
  • Updated: 22 June 2020, 09:50 AM IST

Sports

Latest News

ନୂଆଦିଲ୍ଲୀ: ଜେଲରେ ଆଜୀବନ ସଜା କାଟୁଥିବା କଏଦୀର କରୋନାରେ ମୃତ୍ୟୁ। ଦିଲ୍ଲୀ ମଣ୍ଡଳୀ ଜେଲରେ ଆଜୀବନ ସଜା କାଟୁଥିଲା ୬୨ ବର୍ଷୀୟ କଏଦୀ କନଓ୍ୱର ସିଂହ। ଜୁନ୍ ୧୫ରେ କନଓ୍ୱରର ମୃତ୍ୟୁ ହୋଇଥିଲା। ଜେଲରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଦେଶରେ ଏହା ପ୍ରଥମ ଘଟଣା।

ପ୍ରଥମେ ମୃତ୍ୟୁର କାରଣ ଜଣାପଡ଼ିନଥିଲା। ଏହାପରେ କଏଦୀଙ୍କ ନମୁନା ପରୀକ୍ଷା ହେବା ପରେ ଜଣାପଡ଼ିଥିଲା ସେ କରୋନାରେ ଆକ୍ରାନ୍ତ ଥିଲେ। ୬୨ ବର୍ଷୀୟ ଏହି କଏଦୀ ଜଣଙ୍କ ୨୦୧୬ ମସିହାରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିଲେ।

୬ ଜୁଲାଇ ୨୦୧୮ରେ ଏହି ମଣ୍ଡଳୀ ଜେଲକୁ ଆସିଥିଲେ। ଏଠାରେ ସେ ବରିଷ୍ଠ ନାଗରିକଙ୍କ ପାଇଁ ଥିବା ଜେଲରେ ରହୁଥିଲେ। ତାଙ୍କର ବାରାକ ନମ୍ୱର ସିଜେ-୧୪ ରହିଥିଲା। ଏହି ବାରକରେ ୨୮ ଜଣ ଅନ୍ୟ କଏଦୀ ମଧ୍ୟ ରୁହନ୍ତି। ଜେଲ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏବେ ସମସ୍ତ କଏଦୀ ସୁସ୍ଥ ରହିଛନ୍ତି। ଏକ ଡାକ୍ତରୀ ଟିମ୍ କଏଦୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।

ତେବେ କନଓ୍ୱର ସିଂହ କରୋନାରେ ମୃତ୍ୟୁ ହେବା ଜଣାପଡ଼ିବା ପରେ ତା ସହିତ ମିଳାମିଶା କରିଥିବା କଏଦୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଜେଲରେ ଥିବା ବେଳେ କନଓ୍ୱର କିଭଳି କରୋନାରେ ସଂକ୍ରମିତ ହେଲେ ସେ ନେଇ ପୁଲିସ ଏବଂ ସ୍ୱାସ୍ଥ୍ୟବିଭାଗର ଟିମ୍ ତଦନ୍ତ କରୁଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos