ଅବତରଣ ସମୟରେ ଖଣ୍ଡଖଣ୍ଡ ହେଲା ବିମାନ

ଆଲିଗଡ଼: ଅବତରଣ କରିବା ବେଳେ ଏୟାରଷ୍ଟ୍ରିପ୍‌ରେ ହିଁ ଏକ ଘରୋଇ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ବିମାନଟି ଖଣ୍ଡଖଣ୍ଡ ହୋଇଯାଇଥିଲେ ହେଁ ଏହା ମଧ୍ୟରେ ଥିବା ପାଇଲଟ ଓ ୬ ଜଣ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ଆଜି ସକାଳେ ଘରୋଇ ବିମାନ ଭିଟି-ଏଭିଭି ଆଲିଗଡ଼ ଧାନୁପୁର ଏୟାରଷ୍ଟ୍ରିପ୍‌ରେ ଲ୍ୟାଣ୍ଡିଂ କରୁଥିଲା। ଏହି ସମୟରେ ରନ୍‌ ୱେ ଉପରେ ଏହାର ଗୋଟିଏ ଚକା ବିଦ୍ୟୁତ ତାରରେ ଛନ୍ଦି ହୋଇଯିବାରୁ ଦୁର୍ଘଟଣା ଘଟିଥିଲା। ଫଳରେ ବିମାନଟି […]

we

Hemant Lenka
  • Published: Tuesday, 27 August 2019
  • , Updated: 27 August 2019, 02:31 PM IST

ଆଲିଗଡ଼: ଅବତରଣ କରିବା ବେଳେ ଏୟାରଷ୍ଟ୍ରିପ୍‌ରେ ହିଁ ଏକ ଘରୋଇ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ବିମାନଟି ଖଣ୍ଡଖଣ୍ଡ ହୋଇଯାଇଥିଲେ ହେଁ ଏହା ମଧ୍ୟରେ ଥିବା ପାଇଲଟ ଓ ୬ ଜଣ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି।

ଆଜି ସକାଳେ ଘରୋଇ ବିମାନ ଭିଟି-ଏଭିଭି ଆଲିଗଡ଼ ଧାନୁପୁର ଏୟାରଷ୍ଟ୍ରିପ୍‌ରେ ଲ୍ୟାଣ୍ଡିଂ କରୁଥିଲା। ଏହି ସମୟରେ ରନ୍‌ ୱେ ଉପରେ ଏହାର ଗୋଟିଏ ଚକା ବିଦ୍ୟୁତ ତାରରେ ଛନ୍ଦି ହୋଇଯିବାରୁ ଦୁର୍ଘଟଣା ଘଟିଥିଲା। ଫଳରେ ବିମାନଟି ଖଣ୍ଡଖଣ୍ଡ ହୋଇ ଭାଙ୍ଗି ଯାଇଥିଲା।

କିନ୍ତୁ ସୌଭାଗ୍ୟବଶତଃ ଏହା ମଧ୍ୟରେ ଥିବା ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏହା ଏକ ଟ୍ରେନର ବିମାନ ଏବଂ ମେଣ୍ଟେନାନ୍ସ କାମ ପାଇଁ ଏହା ଆଲିଗଡ଼ରେ ଓହ୍ଲାଉଥିଲା।

Related story