କ’ଣ ଗାନ୍ଧି ପରିବାର ବାହାରୁ କେହି କଂଗ୍ରେସ ମଙ୍ଗ ସମ୍ଭାଳିବେ? ଜବାବ ରଖିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସର ମଙ୍ଗ ଆଗାମୀ ଭବିଷ୍ୟତରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ସମ୍ଭାଳିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଖୋଦ ପ୍ରିୟଙ୍କା ଏହା ସ୍ପଷ୍ଟ କରିବା ସହ ରାହୁଲ ଗାନ୍ଧି ତାଙ୍କର ନେତା ବୋଲି ସେ କହିଛନ୍ତି। ଗୋଟିଏ ସାକ୍ଷାତକାରରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ମୁଁ ଆଗାମୀ ଭବିଷ୍ୟତରେ ବି କଂଗ୍ରେସ ମଙ୍ଗ ସମ୍ଭାଳିବା ଦୌଡ଼ରେ ନାହିଁ। ମୁଁ ଉତ୍ତର ପ୍ରଦେଶରେ କଂଗ୍ରେସ କେମିତି ପୁଣି ଶକ୍ତିଶାଳୀ ହେବ, […]

dg

dg

Hemant Lenka
  • Published: Wednesday, 19 August 2020
  • Updated: 19 August 2020, 04:35 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସର ମଙ୍ଗ ଆଗାମୀ ଭବିଷ୍ୟତରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ସମ୍ଭାଳିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଖୋଦ ପ୍ରିୟଙ୍କା ଏହା ସ୍ପଷ୍ଟ କରିବା ସହ ରାହୁଲ ଗାନ୍ଧି ତାଙ୍କର ନେତା ବୋଲି ସେ କହିଛନ୍ତି।
ଗୋଟିଏ ସାକ୍ଷାତକାରରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ମୁଁ ଆଗାମୀ ଭବିଷ୍ୟତରେ ବି କଂଗ୍ରେସ ମଙ୍ଗ ସମ୍ଭାଳିବା ଦୌଡ଼ରେ ନାହିଁ। ମୁଁ ଉତ୍ତର ପ୍ରଦେଶରେ କଂଗ୍ରେସ କେମିତି ପୁଣି ଶକ୍ତିଶାଳୀ ହେବ, ତା’ ଉପରେ ଫୋକସ କରୁଛି। ଏପରି କି ମୁଁ ଗାନ୍ଧି ପରିବାର ବାହାରୁ କେହି ନେତା ହେଲେ, ତାଙ୍କ ଅଧୀନରେ କାମ କରିବାକୁ ପ୍ରସ୍ତୁତ ରହିଛି।

ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଘଟଣାକୁ ପୂରା ଗାନ୍ଧି ପରିବାର ସମ୍ମାନ କରେ ଓ ଗାନ୍ଧି ପରିବାର ବାହାରୁ କେହି ନେତା ଅଧ୍ୟକ୍ଷ ହେବା ଭଲ ବୋଲି ମଧ୍ୟ ପ୍ରିୟଙ୍କା କହିଛନ୍ତି।

ପ୍ରିୟଙ୍କା ଆହୁରି କହିଛନ୍ତି, “ମୋ ଭାଇ(ରାହୁଲ ଗାନ୍ଧି) ମୋ ନେତା। ସେ ସର୍ବଦା ମୋ ନେତା ହୋଇ ରହିବେ। ମୁଁ ଦେଖିବାକୁ ପାଉଛି ଯେ ଶତାଧିକ ଲୋକ ଉତ୍ତର ପ୍ରଦେଶ ଓ ଦେଶର ବିଭିନ୍ନ ପ୍ରାନ୍ତରେ ବିଜେପି ବିରୋଧରେ ଲଢ଼େଇ କରିବାକୁ ପ୍ରସ୍ତୁତ ରହିଛନ୍ତି। ବର୍ତ୍ତମାନ ଅନେକ ଦକ୍ଷ ଓ ଯୁବ ନେତା ରହିଛନ୍ତି। ଅନେକ ଲୋକ ଦଳର ନେତୃତ୍ୱ ନେବାର କ୍ଷମତା ରଖିଛନ୍ତି। ଆପଣ ଯଦି ୩-୪ ବର୍ଷର କଥା ଦେଖିବେ ମୋଦିଙ୍କ ସହ ମୋ ଭାଇଙ୍କ ବ୍ୟତୀତ କେହି ବି ଅଧିକ ଲଢ଼େଇ କରିନାହାନ୍ତି। ଗତ ନିର୍ବାଚନରେ ମୁଁ ତାଙ୍କ ଭଳି ଅଧିକ ଭୋକାଲ ହୋଇପାରି ନଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos