ସୋନିଆଙ୍କ ସିଟ୍‌ରେ ଛିଡ଼ା ହୋଇପାରନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ: ଗାନ୍ଧି ପରିବାରର ଲଳନା ଓ ଶେଷ ଭରସା ପ୍ରିୟଙ୍କା ଗାନ୍ଧି ମଧ୍ୟ ରାଜନୀତିରେ ପାଦ ଦେଇଛନ୍ତି। ତାଙ୍କୁ ଏଆଇସିସି ମହାସଚିବ ଭାବେ ନିଯୁକ୍ତ କରାଯିବା ସହ ପୂର୍ବ ଉତ୍ତର ପ୍ରଦେଶ ଦାୟିତ୍ୱ ଦିଆଯାଇଛି। ତେବେ ତାଙ୍କ ନିଯୁକ୍ତି ପରେ କଂଗ୍ରେସ ଏବେ ଆକ୍ସନ୍‌ ମୋଡ୍‌କୁ ଚାଲିଆସିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ରାଏବରେଲୀ ଗସ୍ତରେ ଯାଇ ପରୋକ୍ଷରେ ପ୍ରିୟଙ୍କା ଏହି ଆସନରୁ ଲଢ଼ିବେ ବୋଲି ସଙ୍କେତ ଦେଇଛନ୍ତି। ଉତ୍ତର ପ୍ରଦେଶର ରାଏବରେଲୀରୁ କଂଗ୍ରେସର ପୂର୍ବତନ […]

priyanka-sonia

priyanka-sonia

Rakesh Mallick
  • Published: Thursday, 24 January 2019
  • Updated: 24 January 2019, 04:22 PM IST

Sports

Latest News

ନୂଆଦିଲ୍ଲୀ: ଗାନ୍ଧି ପରିବାରର ଲଳନା ଓ ଶେଷ ଭରସା ପ୍ରିୟଙ୍କା ଗାନ୍ଧି ମଧ୍ୟ ରାଜନୀତିରେ ପାଦ ଦେଇଛନ୍ତି। ତାଙ୍କୁ ଏଆଇସିସି ମହାସଚିବ ଭାବେ ନିଯୁକ୍ତ କରାଯିବା ସହ ପୂର୍ବ ଉତ୍ତର ପ୍ରଦେଶ ଦାୟିତ୍ୱ ଦିଆଯାଇଛି। ତେବେ ତାଙ୍କ ନିଯୁକ୍ତି ପରେ କଂଗ୍ରେସ ଏବେ ଆକ୍ସନ୍‌ ମୋଡ୍‌କୁ ଚାଲିଆସିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ରାଏବରେଲୀ ଗସ୍ତରେ ଯାଇ ପରୋକ୍ଷରେ ପ୍ରିୟଙ୍କା ଏହି ଆସନରୁ ଲଢ଼ିବେ ବୋଲି ସଙ୍କେତ ଦେଇଛନ୍ତି।
ଉତ୍ତର ପ୍ରଦେଶର ରାଏବରେଲୀରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ରାହୁଲ ଗାନ୍ଧିଙ୍କ ମା’ ସୋନିଆ ଗାନ୍ଧି ପ୍ରାର୍ଥୀ ହେଉଥିଲେ। କିନ୍ତୁ  ଏବେ ପ୍ରିୟଙ୍କା ଗାନ୍ଧି ଏଠାରେ ପ୍ରାର୍ଥୀ ହେବାର ସଙ୍କେତ ମିଳିଛି। ସୋନିଆ ଗାନ୍ଧି ଅନେକ ସମୟରେ ଅସୁସ୍ଥ ରହୁଛନ୍ତି।
ଖାସ୍‌ ସେଥିପାଇଁ ସେ ରାହୁଲ ଗାନ୍ଧିଙ୍କ ଉପରେ କଂଗ୍ରେସ ଦାୟିତ୍ୱ ଛାଡ଼ି ଦେଇଛନ୍ତି। ତେଣୁ ଏଥର ମଧ୍ୟ ସୋନିଆ ଗାନ୍ଧି ନିର୍ବାଚନ ଲଢ଼ି ନ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
 
ଆଜି ରାଏବରେଲୀଠାରେ ରାହୁଲ ଗାନ୍ଧି ଉଦବୋଧନ ଦେଇ କହିଛନ୍ତି,“ ପ୍ରିୟଙ୍କା ଗାନ୍ଧି ଔପଚାରିକ ଭାବେ କଂଗ୍ରେସ ଦାୟିତ୍ୱ ନେବା ପୂର୍ବରୁ ପ୍ରଥମେ ରାଏବରେଲୀ ଆସିବେ। ଏଠାରେ ସ୍ଥାନୀୟ ଲୋକଙ୍କ କଥା ବୁଝିବେ ଏବଂ ସେମାନଙ୍କ ଦର୍ଶନ କରିବେ।”
ରାହୁଲଙ୍କ ଏଭଳି ବୟାନରୁ ପ୍ରିୟଙ୍କା ରାଏବରେଲୀରୁ ପ୍ରାର୍ଥୀ ହେବା ଏକ ପ୍ରକାରର ସ୍ପଷ୍ଟ ହୋଇଛି।  ଏହି ଆସନରୁ ଗତ ୫ଟି ଲୋକସଭା ନିର୍ବାଚନରେ ସୋନିଆ ଜିତିଛନ୍ତି।

ସ୍ୱାମୀ ରବର୍ଟ ଭତ୍ରାଙ୍କୁ ED ସମନ୍‌ କରିବା ପରେ ପରେ ପ୍ରିୟଙ୍କା ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହୋଇଛନ୍ତି। ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ସେହିପରି ପ୍ରିୟଙ୍କା ରାଜନୀତିକୁ ଆସିବା ଓ ତାଙ୍କୁ ଦଳରେ ଗୁରୁତ୍ୱପୂର୍ଣ୍ଣ ପଦ ଏବଂ ଦାୟିତ୍ୱ ଦିଆଯିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ୍‌କୁ ଟାର୍ଗେଟ କରିଛନ୍ତି। ଏପରି କରି କଂଗ୍ରେସ୍‌ ପରିବାରବାଦ ରାଜନୀତି କରୁଛି ବୋଲି ମୋଦି କଟାକ୍ଷ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos