ହାଥରସ ଯିବାକୁ ଅନୁମତି ପାଇଲେ ରାହୁଲ ଓ ପ୍ରିୟଙ୍କା

ନୂଆଦିଲ୍ଲୀ: ଶେଷରେ ଉତ୍ତର ପ୍ରଦେଶର ହାଥରସ ଯିବାକୁ ଅନୁମତି ପାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଉଭୟ ଦୁଇ ଦିନ ତଳେ ହାଥରସ ଯାଇ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଚାହିଁଥିଲେ। ହେଲେ ସେମାନଙ୍କୁ ଅଧା ବାଟରେ ପୁଲିସ୍‌ ଅଟକାଇବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଜି ପୁଣିଥରେ ଉଭୟ ନେତା ହାଥରସ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ଦିଲ୍ଲୀ-ୟୁପି ସୀମାରେ ପ୍ରବଳ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା। କୁହାଯାଉଥିଲା, […]

m

Hemant Lenka
  • Published: Saturday, 03 October 2020
  • , Updated: 03 October 2020, 04:28 PM IST

ନୂଆଦିଲ୍ଲୀ: ଶେଷରେ ଉତ୍ତର ପ୍ରଦେଶର ହାଥରସ ଯିବାକୁ ଅନୁମତି ପାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଉଭୟ ଦୁଇ ଦିନ ତଳେ ହାଥରସ ଯାଇ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଚାହିଁଥିଲେ। ହେଲେ ସେମାନଙ୍କୁ ଅଧା ବାଟରେ ପୁଲିସ୍‌ ଅଟକାଇବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଆଜି ପୁଣିଥରେ ଉଭୟ ନେତା ହାଥରସ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ଦିଲ୍ଲୀ-ୟୁପି ସୀମାରେ ପ୍ରବଳ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା। କୁହାଯାଉଥିଲା, ଆଜି ବି ଉଭୟଙ୍କୁ ନିରାଶ ହେବାକୁ ପଡ଼ିବ। କିନ୍ତୁ ହଠାତ୍‌ ଉତ୍ତର ପ୍ରଦେଶ ସରକାର ରାହୁଲ ଓ ପ୍ରିୟଙ୍କାଙ୍କୁ ହାଥରସ ଯିବାକୁ ଅନୁମତି ଦେଇଛନ୍ତି।

ଏମାନଙ୍କ ସହ ଆଉ ୩ ନେତାଙ୍କୁ ମଧ୍ୟ ଯିବାକୁ ଅନୁମତି ମିଳିଛି। ରାହୁଲ ଓ ପ୍ରିୟଙ୍କା ହାଥରସ ଯିବାକୁ ଥିବାରୁ ଶତାଧିକ କଂଗ୍ରେସ କର୍ମୀ ଦିଲ୍ଲୀ-ୟୁପିର ଜାତୀୟ ରାଜପଥରେ ଏକାଠି ହୋଇଥିଲେ। ଭିଡ଼ ପାଇଁ ଟ୍ରାଫିକ ଜାମ ମଧ୍ୟ ହୋଇଥିଲା। ଶତାଧିକ କର୍ମୀଙ୍କ ସହ ଉଭୟ ହାଥରସ ଯିବାର ଥିଲା। କିନ୍ତୁ ପ୍ରଶାସନ କେବଳ ୫ଜଣଙ୍କୁ ଯିବାକୁ ଅନୁମତି ଦେଇଛି।

Related story