ପ୍ରିୟଙ୍କାଙ୍କୁ ଜାତିସଂଘ ଆମ୍ବାସଡର ପଦରୁ ହଟାଇବାକୁ ପାକିସ୍ତାନ ଲେଖିଲା ଚିଠି

ନୂଆଦିଲ୍ଲୀ: କଶ୍ମୀରକୁ ନେଇ ଭାରତକୁ ଅଡ଼ୁଆରେ ପକାଇବାର ସମସ୍ତ ପ୍ରୟାସ ବିଫଳ ହେବା ପରେ ପାକିସ୍ତାନର ନଜର ଏବେ ପ୍ରିୟଙ୍କା ଚୋପ୍ରାଙ୍କ ଉପରେ ପଡ଼ିଛି। ପ୍ରିୟଙ୍କା ବର୍ତ୍ତମାନ ଜାତିସଂଘରେ ‘ଗୁଡ୍‌ୱିଲ ଆମ୍ବାସଡର ଫର ପିସ୍‌’ ପଦରେ ଥିବାରୁ ତାଙ୍କୁ ଏହି ପଦରୁ ହଟାଇବାକୁ ପାକିସ୍ତାନ ଚିଠି ଲେଖିଛି। ପାକିସ୍ତାନ ଦର୍ଶାଇଛି ପ୍ରିୟଙ୍କା ଏଭଳି କିଛି ବନ୍ତବ୍ୟ ଦେଇଛନ୍ତି ଯାହାକି ‘ଗୁଡ୍‌ୱିଲ ଆମ୍ବାସଡର ଫର ପିସ୍‌’ ହିସାବରେ ତାଙ୍କୁ ଦେବାର ନଥିଲା। ଏହି ବିବୃତିରେ ପାକିସ୍ତାନ ପକ୍ଷରୁ କୁହାଯାଇଛି, […]

pc

pc

Subrat Kumar Nayak
  • Published: Wednesday, 21 August 2019
  • Updated: 21 August 2019, 04:33 PM IST

Sports

Latest News

ନୂଆଦିଲ୍ଲୀ: କଶ୍ମୀରକୁ ନେଇ ଭାରତକୁ ଅଡ଼ୁଆରେ ପକାଇବାର ସମସ୍ତ ପ୍ରୟାସ ବିଫଳ ହେବା ପରେ ପାକିସ୍ତାନର ନଜର ଏବେ ପ୍ରିୟଙ୍କା ଚୋପ୍ରାଙ୍କ ଉପରେ ପଡ଼ିଛି। ପ୍ରିୟଙ୍କା ବର୍ତ୍ତମାନ ଜାତିସଂଘରେ ‘ଗୁଡ୍‌ୱିଲ ଆମ୍ବାସଡର ଫର ପିସ୍‌’ ପଦରେ ଥିବାରୁ ତାଙ୍କୁ ଏହି ପଦରୁ ହଟାଇବାକୁ ପାକିସ୍ତାନ ଚିଠି ଲେଖିଛି। ପାକିସ୍ତାନ ଦର୍ଶାଇଛି ପ୍ରିୟଙ୍କା ଏଭଳି କିଛି ବନ୍ତବ୍ୟ ଦେଇଛନ୍ତି ଯାହାକି ‘ଗୁଡ୍‌ୱିଲ ଆମ୍ବାସଡର ଫର ପିସ୍‌’ ହିସାବରେ ତାଙ୍କୁ ଦେବାର ନଥିଲା।

ଏହି ବିବୃତିରେ ପାକିସ୍ତାନ ପକ୍ଷରୁ କୁହାଯାଇଛି, କଶ୍ମୀରରେ ବର୍ତ୍ତମାନ ଉପୁଜିଥିବା ସମସ୍ୟା ହେଉଛି ମୋଦି ସରକାର ସମସ୍ତ ଅନ୍ତର୍ଜାତୀୟ ନିୟମ ଉଲ୍ଲଂଘନ କରିବାର ପରିଣାମ। ପାକିସ୍ତାନ କହିଛି ଭାରତ କୁଆଡ଼େ ‘ଭାରତୀୟ ମୁସ୍‌ଲିମ୍‌’ଙ୍କ ପାଇଁ ଆସାମରେ ‘ନାଜି କନ୍‌ସେଣ୍ଟ୍ରେସନ୍‌ ସେଣ୍ଟର’ ଶୈଳୀରେ ଡିଟେନ୍‌ସନ୍‌ ସେଣ୍ଟର ଖୋଲିଛି। ବିଜେପି ସରକାରର ପଲିସି ନାଜି ସରକାର ଭଳି ବୋଲି ଏଥିରେ କୁହାଯାଇଛି। ଏଥିରେ କୁହାଯାଇଛି ଏହି ସରକାର ନୀତି ଫାଶୀବାଦ ଏବଂ ଗଣହତ୍ୟା ଉପରେ ପର୍ଯ୍ୟବସିତ।

ପାକିସ୍ତାନ ଏହାପରେ ପ୍ରିୟଙ୍କାଙ୍କ ବାବଦରେ ମଧ୍ୟ ଲେଖିଛି। ପ୍ରିୟଙ୍କା କୁଆଡ଼େ ଖୋଲାଖୋଲି ଭାରତୀୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ପରମାଣୁ ମନ୍ତବ୍ୟକୁ ସମର୍ଥନ ଜଣାଇଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଭାରତର ମତକୁ ପ୍ରିୟଙ୍କା ସମର୍ଥନ ଜଣାଇଆସିଛନ୍ତି ବୋଲି ଏହି ଅଭିଯୋଗ ପତ୍ରରେ କୁହାଯାଇଛି।

ପାକିସ୍ତାନ କହିଛି, “ଏସବୁ ଶାନ୍ତି ଏବଂ ଗୁଡ୍‌ୱିଲ ସମ୍ପର୍କିତ ନିୟମର ପରିପନ୍ଥୀ, ତେଣୁ ପ୍ରିୟଙ୍କା ଗୁଡ୍‌ୱିଲ ଆମ୍ବାସଡର ରହିବା ଠିକ୍‌ ନୁହେଁ। ଅନ୍ୟ ଦେଶକୁ ନେଇ ତାଙ୍କର ଘୃଣା ଏବଂ ମୋଦି ସରକାର ଅନ୍ତର୍ଜାତୀୟ ବ୍ୟବସ୍ଥା ଏବଂ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପକୁ ଉଲ୍ଲଂଘନ କରିବାକୁ ପ୍ରିୟଙ୍କାଙ୍କ ସମର୍ଥନ, ଯୁଦ୍ଧ ବିଷ କରି ପରମାଣୁ ଯୁଦ୍ଧକୂ ତାଙ୍କ ସମର୍ଥନ ଏକ ଜାତିସଂଘ ପଦାଧିକାରୀଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ।” ପାକିସ୍ତାନ ଶେଷରେ କହିଛି ପ୍ରିୟଙ୍କାଙ୍କୁ ଏହି ପଦବୀରୁ ତୁରନ୍ତ ହଟାନଗଲେ ‘ଗୁଡ୍‌ୱିଲ ଆମ୍ବାସଡର ଫର ପିସ୍‌’ ବିଶ୍ୱସ୍ତରରେ ଏକ ହାସ୍ୟାସ୍ପଦ ପଦ ପାଲଟିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos