ଜାଣନ୍ତୁ ଜିଏସ୍‌ଟି ଲାଗୁ ହେଲେ କାହାର ଦର ବଢ଼ିବ

ଜୁଲାଇ ୧ରେ କେନ୍ଦ୍ର ସରକାର ଜିଏସ୍‌ଟି ଲାଗୁ କରିବାକୁ ଯାଉଛନ୍ତି। ୮୧ ପ୍ରତିଶତ ଜିନିଷରେ ସରକାର ଟିକସ୍‌ ୧୮ ପ୍ରତିଶତରୁ କମ୍‌ ରଖିଛନ୍ତି। ବାକି ୧୯ ପ୍ରତିଶତ ଦ୍ରବ୍ୟର ଟିକସ୍ ୨୮ ପ୍ରତିଶତ ରହିଛି। ଏହି ଦ୍ରବ୍ୟ ଆପଣଙ୍କ ପକେଟ୍‌ ଖାଲି କରି ଦେବା ସହ ଘର ଖର୍ଚ୍ଚର ବଜେଟ ବଢାଇ ଦେବ। ଆସନ୍ତୁ ଜାଣିବା ଏହି ଦ୍ରବ୍ୟ ସମ୍ପର୍କରେ ଯାହା ଆପଣଙ୍କ ପକେଟ୍‌ କରିଦେବ ଖାଲି। ୧. ଜିଏସ୍‌ଟି ଲାଗୁ ପରେ ଏସି, ଫ୍ରିଜ୍‌, ୱାସିଂ […]

gst

Rakesh Mallick
  • Published: Thursday, 29 June 2017
  • , Updated: 29 June 2017, 10:43 AM IST

ଜୁଲାଇ ୧ରେ କେନ୍ଦ୍ର ସରକାର ଜିଏସ୍‌ଟି ଲାଗୁ କରିବାକୁ ଯାଉଛନ୍ତି। ୮୧ ପ୍ରତିଶତ ଜିନିଷରେ ସରକାର ଟିକସ୍‌ ୧୮ ପ୍ରତିଶତରୁ କମ୍‌ ରଖିଛନ୍ତି। ବାକି ୧୯ ପ୍ରତିଶତ ଦ୍ରବ୍ୟର ଟିକସ୍ ୨୮ ପ୍ରତିଶତ ରହିଛି। ଏହି ଦ୍ରବ୍ୟ ଆପଣଙ୍କ ପକେଟ୍‌ ଖାଲି କରି ଦେବା ସହ ଘର ଖର୍ଚ୍ଚର ବଜେଟ ବଢାଇ ଦେବ। ଆସନ୍ତୁ ଜାଣିବା ଏହି ଦ୍ରବ୍ୟ ସମ୍ପର୍କରେ ଯାହା ଆପଣଙ୍କ ପକେଟ୍‌ କରିଦେବ ଖାଲି।

୧. ଜିଏସ୍‌ଟି ଲାଗୁ ପରେ ଏସି, ଫ୍ରିଜ୍‌, ୱାସିଂ ମେସିନ ଉପରେ ୨୮ ପ୍ରତିଶତରୁ ଅଧିକ ଟିକସ୍‌ ଲାଗିବ । ଏହାଦ୍ୱାରା ଏହି ଦ୍ରବ୍ୟଗୁଡ଼ିକର ମୂଲ୍ୟ ବୃଦ୍ଧି ଘଟିବ। ଯାହା ଜଣେ ମଧ୍ୟବିତ୍ତ ପରିବାରକୁ ସମସ୍ୟାରେ ପକାଇବ।

୨. ଭାକ୍ୟୁମ୍‌ କ୍ଲିନର ଉପରେ ମଧ୍ୟ ୨୮ ପ୍ରତିଶତ ଟିକସ ଲାଗିବ। ଶୀତଦିନେ ବ୍ୟବହାର ହେଉଥିବା ଜିନିଷ ଯେମିତିକି ୱାଟର ହିଟରର ମଧ୍ୟ ମୂଲ୍ୟ ବୃଦ୍ଧି ପାଇବ।

୩. ଜିଏସ୍‌ଟି ଆସିବା ପରେ ପାନ ମସଲା ମୂଲ୍ୟ ବୃଦ୍ଧି ଘଟିବ। ଏହାସହ ଚୁଇଙ୍ଗମ, ସୋଡା ଓ କୋକୋଆ ବଟର ପରି ଦ୍ରବ୍ୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ।

୪. ଜିଏସ୍‌ଟି ଆସିବା ପରେ ଜଣେ ସଜେଇ ହେବା ପୂର୍ବରୁ ଟିକେ ଚିନ୍ତା କରିବେ। କାରଣ ବିୟୁଟି ପ୍ରଡକ୍ଟଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି। ଡିଓ, ଆଫ୍ଟର ସେଭ, ସନ୍‌ ସ୍କିନ୍ ଲୋସନ୍‌, ହେୟାର ଡ୍ରାୟର, ସେଭିଂ କ୍ରିମ୍‌, ହେୟାର କ୍ରିମ୍‌ ଓ ପରଫ୍ୟୁମ୍‌ର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି।

୫. ସେହିପରି ଡିଜିଟାଲ୍‌ ଓ ଅଟୋ ସେକ୍ଟରରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। ହାତଘଣ୍ଟା, ଡିଜିଟାଲ କ୍ୟାମେରାର ମୂଲ୍ୟ ଜିଏସ୍‌ଟି ଆସିବା ପରେ ବୃଦ୍ଧି ପାଇବ। ବ୍ୟବସାୟିକ ଗାଡ଼ି, କାର ଓ ବାଇକ୍‌ କିଣିବାକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ।

୬. ଘର ତିଆରି କରିବା ଯୋଜନାରେ ଅଛନ୍ତି କି ? ଯଦି ହଁ, ତେବେ ଜିଏସ୍‌ଟି ଆସିବା ପରେ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ। କାରଣ ମାର୍ବଲ, ଗ୍ରାନାଇଟ୍‌, ଡିସ୍‌ଟେମ୍ପର ଓ ସିମେଣ୍ଟର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି।

Related story