ନୂଆଦିଲ୍ଲୀ: ଏବେ ଗୁଜରାଟରେ ଆଉ କେହି ଖେଳି ପାରିବେନି PUBG। କାରଣ ଗୁଜରାଟ ସରକାର ସମସ୍ତ ଜିଲ୍ଲା ପ୍ରଶାସକଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ସ୍କୁଲ ପରିସରରେ ଏହି ମୋବାଇଲ ଗେମ୍ PUBGକୁ ବ୍ୟାନ୍ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି। ବ୍ୟାନର ମୁଖ୍ୟ କାରଣ ଥିଲା ଏହି ଗେମ୍ ପିଲାଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଏହାବ୍ୟତୀତ ପିଲାଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହେଉଛି।
ଏବେ ରାଜକୋଟ୍ ସିଟି ପୁଲିସ ଟ୍ୱିଟରରେ ଘୋଷଣା କରିଛନ୍ତି ଯେ, ଏବେ ୧୦ମ ଓ +2ର ବୋର୍ଡ଼ ପରୀକ୍ଷା ଚାଲୁଥିବାରୁ ମାର୍ଚ୍ଚ ୯ ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ସହରରେ PUBG ମୋବାଇଲ ଗେମ୍ ପୁରା ବନ୍ଦ ରହିବ। ଯଦି କୌଣସି ବ୍ୟକ୍ତି ଏହି ଆଦେଶର ଉଲ୍ଲଘଂନ କରନ୍ତି ତେବେ ତାଙ୍କୁ ରାଜକୋଟ ସିଟି ପୁଲିସ୍ ଅଧିନିୟମ ୧୯୭୩ର ଧାରା ୧୪୪ ଓ ଗୁଜରାଟ ପୁଲିସ ଅଧିନିୟମ ଧାରା ୩୭(୩) ଅନୁଯାୟୀ ତଦନ୍ତର ସାମ୍ନା କରିବାକୁ ପଡ଼ିବ। ଏପରିକି ସୁରଟ ଜିଲ୍ଲା ପ୍ରଶାସନ ମଧ୍ୟ ମାର୍ଚ୍ଚ ୯ରୁ ଏହି ଗେମ୍ ଉପରେ ପ୍ରତିବନ୍ଧକ ଲାଗୁ କରିଛି। ଟିନଏଜ୍ ସୁସାଇଡ୍ ଗେମ୍ ‘ମୋମୋ ଚ୍ୟାଲେଞ୍ଜ ଉପରେ ମଧ୍ୟ ରାଜକୋଟ୍ ପୁଲିସ ପ୍ରତିବନ୍ଧକ ଲଗାଇଛି।’
ସୂଚନା ଥାଉ କି, ୨୦୧୮ର ଶେଷ ସୁଦ୍ଧା PUBG ମୋବାଇଲ ଗେମ୍ ଖେଳି ୧୨୦ରୁ ଅଧିକ ଯୁବକ ପ୍ରଭାବିତ ହୋଇଥିଲେ। ସେମାନଙ୍କୁ ବେଙ୍ଗାଲୁରୁର NIMHANS(ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ ହେଲ୍ଥ ଆଣ୍ଡ ନ୍ୟୁରୋ ସାଇନ୍ସ)ରେ SHUT(ସର୍ଭିସେସ୍ ଫର୍ ହେଲ୍ଦି ୟୁଜ୍ ଫ୍ ଟେକ୍ନୋଲୋଜି) କ୍ଲିନିକ୍ରେ ଚକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।