ବାୟୁସେନାରେ ସ୍ଥାୟୀ କମିଶନ୍ ନ ମିଳିବା ବିରୋଧରେ କୋର୍ଟକୁ ଗଲେ ପୂଜା ଠାକୁର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମାଙ୍କୁ ଗାର୍ଡ ଅଫ ଅନ୍‌ର ଦେଇଥିବା ପୂଜା ଠାକୁରଙ୍କୁ  ସ୍ଥାୟୀ କମିଶନ୍‌ ଦେବାକୁ ଏୟାରଫୋର୍ସ ମନା କରିଛି। ଏୟାରଫୋର୍ସର ଏହି ନିଷ୍ପତ୍ତିକୁ ପକ୍ଷପାତିତା ଓ ଭେଦଭାବ ପୂର୍ଣ୍ଣ କହି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂଜା। ସେନା ବାହିନୀରେ ମହିଳାଙ୍କୁ ସଶକ୍ତ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକର କହୁଥିବା ବେଳେ ବାୟୁ ସେନାର ଏହି ପଦକ୍ଷେପ ମହିଳା ବିରୋଧୀ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଭାରତୀୟ ବାୟୁ ସେନାର କମାଣ୍ଡର […]

puja-thakur

Rakesh Mallick
  • Published: Thursday, 14 July 2016
  • , Updated: 14 July 2016, 05:36 PM IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମାଙ୍କୁ ଗାର୍ଡ ଅଫ ଅନ୍‌ର ଦେଇଥିବା ପୂଜା ଠାକୁରଙ୍କୁ  ସ୍ଥାୟୀ କମିଶନ୍‌ ଦେବାକୁ ଏୟାରଫୋର୍ସ ମନା କରିଛି। ଏୟାରଫୋର୍ସର ଏହି ନିଷ୍ପତ୍ତିକୁ ପକ୍ଷପାତିତା ଓ ଭେଦଭାବ ପୂର୍ଣ୍ଣ କହି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂଜା। ସେନା ବାହିନୀରେ ମହିଳାଙ୍କୁ ସଶକ୍ତ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକର କହୁଥିବା ବେଳେ ବାୟୁ ସେନାର ଏହି ପଦକ୍ଷେପ ମହିଳା ବିରୋଧୀ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଭାରତୀୟ ବାୟୁ ସେନାର କମାଣ୍ଡର ପୂଜା ଠାକୁର ରାଷ୍ଟ୍ରପତି ଭବନରେ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସ୍ୱାଗତ ସମାରୋହ ଅବସରରେ ଗାର୍ଡ ଅଫର୍‌ ଦେଇ ଇତିହାସ ରଚିଥିଲେ। ଏହାସହିତ ସେ ରାଷ୍ଟ୍ରପତି ଭବନରେ କୌଣସି ରାଜକୀୟ ଅତିଥିଙ୍କୁ ଗାର୍ଡ ଅଫର୍‌ ଦେଇଥିବା ପ୍ରଥମ ମହିଳା ଅଧିକାରୀ ମଧ୍ୟ ହୋଇଛନ୍ତି।

Related story