ପୁଲଓ୍ୱାମା ଆତ୍ମଘାତୀର ସହଯୋଗୀ ଗିରଫ୍

ନୂଆଦିଲ୍ଲୀ: ଫେବୃଆରୀ ୧୪, ୨୦୧୯ରେ ହୋଇଥିଲା ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ। ସେନାର ଗାଡ଼ି ଉପରକୁ ଆତ୍ମଘାତୀ ଆକ୍ରମଣ କରାଯିବାରୁ ୪୦ ଜଣ ଯବାନ ସହିଦ ହୋଇଥିଲେ। ଆତ୍ମଘାତୀ ଆକ୍ରମଣ କରି ନିହତ ହୋଇଥିଲା ଅଦିଲ୍ ଅହମଦ ଦର। ଏବେ ଅଦିଲକୁ ସହଯୋଗ କରିଥିବା ଆତଙ୍କବାଦୀକୁ ବର୍ଷେ ପରେ ଏନଆଇଏ ଗିରଫ କରିବାରେ ସଫଳ ହୋଇଛି। ଏନଆଇଏ ଗିରଫ କରିଥିବା ଶକିର ବସିର ମଗ୍ରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ସଦସ୍ୟ। ଏନଆଇର ରିପୋର୍ଟ ଅନୁଯାୟୀ ଶକିରର ବୟସ […]

pulwama

pulwama

Subhransu Sekhar
  • Published: Friday, 28 February 2020
  • Updated: 28 February 2020, 09:42 PM IST

Sports

Latest News

ନୂଆଦିଲ୍ଲୀ: ଫେବୃଆରୀ ୧୪, ୨୦୧୯ରେ ହୋଇଥିଲା ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ। ସେନାର ଗାଡ଼ି ଉପରକୁ ଆତ୍ମଘାତୀ ଆକ୍ରମଣ କରାଯିବାରୁ ୪୦ ଜଣ ଯବାନ ସହିଦ ହୋଇଥିଲେ। ଆତ୍ମଘାତୀ ଆକ୍ରମଣ କରି ନିହତ ହୋଇଥିଲା ଅଦିଲ୍ ଅହମଦ ଦର। ଏବେ ଅଦିଲକୁ ସହଯୋଗ କରିଥିବା ଆତଙ୍କବାଦୀକୁ ବର୍ଷେ ପରେ ଏନଆଇଏ ଗିରଫ କରିବାରେ ସଫଳ ହୋଇଛି।

ଏନଆଇଏ ଗିରଫ କରିଥିବା ଶକିର ବସିର ମଗ୍ରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ସଦସ୍ୟ। ଏନଆଇର ରିପୋର୍ଟ ଅନୁଯାୟୀ ଶକିରର ବୟସ ୨୨। ସେ ପୁଲଓ୍ୱାମାର କକପୋରାରେ ଏକ ଫର୍ଣ୍ଣିଚର ଦୋକାନ କରିଛି। ଏହି ସମୟରେ ସେ ଘର ପାଖରୁ ଆରମ୍ଭ କରି ସମସ୍ତ ପ୍ରକାର ସହଯୋଗ ଅଦୀଲ ଅହମଦ ଦରକୁ କରିଥିଲା।

୨୦୧୮ ଜୁନ-ଜୁଲାଇ ବେଳେ ଶକିର ସହିତ ଓ ଅଦୀଲ ମଧ୍ୟରେ ଭେଟଘାଟ ହୋଇଥିଲା। ପାକିସ୍ତାନର ଆତଙ୍କବାଦୀ ମହମ୍ମଦ ଉମର ଫାରୁକ ଶକିର ସହିତ ଅଦୀଲକୁ ଭେଟାଇଥିଲା। ଉମର ଜୈଶ-ଏ-ମହମ୍ମଦ ପାଇଁ ଆତଙ୍କବାଦୀ ନିଯୁକ୍ତି କରୁଥିଲା। ଏହି ଭେଟଘାଟ ବେଳେ ଉମର ଅଲୀଦ ଓ ବସିରକୁ ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର, ଆର୍ଥିକ ସହଯୋଗ କରିଥିଲା। ଶକିରକୁ ଏନଆଇଏ ପଚରାଉଚରା କରିବା ବେଳେ ଏହି ସବୁ ତଥ୍ୟ ପାଇଛି। ଏମିତିକି ୨୦୧୮ ଅଧାରୁ ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଯାଏ ଶକିର ନିଜ ଘରେ ଆତଙ୍କବାଦୀ ଉମର ଏବଂ ଅଦିଲକୁ ରଖିଥିଲା। ଏହି ସମୟରେ ଆତ୍ମଘାତୀ ବିସ୍ଫୋରକ ସାମଗ୍ରୀ ଆଇଡି ପ୍ରସ୍ତୁତ କରିବାରେ ଶକିର ସମସ୍ତ ପ୍ରକାର ସହଯୋଗ କରିଥିଲା ବୋଲି ଏନଆଇଏ ଆଗରେ ସ୍ୱୀକାର କରିଛି।

ଶକିରର ଦୋକାନ ଲେଥପୋରା ବ୍ରିଜ ନିକଟରେ ରହିଛି। ତେଣୁ ସେନାର ସମସ୍ତ ଗତିବିଧି ଉପରେ ଏହିଠାରୁ ନଜର ରଖିବାକୁ ଆତଙ୍କବାଦୀ ମହମ୍ମଦ ଉମରକୁ କହିଥିଲା ଶକିର। କାରଣ ଏହି ବ୍ରିଜ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥକୁ ସଂଯୋଗ କରିଥିଲା।

ଏହାପରେ ମାରୁତୀର Eeco କାରକୁ ଆତ୍ମଘାତୀ କାରରେ ପରିଣତ କରାଯାଇଥିଲା ବୋଲି ଶକିର ଏନଆଇଏ ଆଗରେ ସ୍ୱୀକାର କରିଛି। ଶୁକ୍ରବାର ଏନଆଇ ସ୍ପେଶାଲ କୋର୍ଟରେ ଶକିରକୁ ଏନଆଇଏ ହାଜର କରିଥିଲା। ଏହାପରେ ୧୫ ଦିନିଆ ବିଚାରବିଭାଗୀୟ ହେପାଜତକୁ ନେଇଛି।

ସୂଚନାଯୋଗ୍ୟ, ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏନଆଇଏ ଭଳି ସଂସ୍ଥା କରୁଥିଲେ ମଧ୍ୟ ବର୍ଷେ ହେବ ଚାର୍ଜସିଟ୍ ଦାଖଲ କରିପାରିନଥିଲା। ଏଥିପାଇଁ ଅନେକ ସମାଲୋଚନାର ଶିକାର ହୋଇଥିଲା। ଏହି ଆତଙ୍କବାଦୀ ଆକ୍ରମଣ ଘଟଣାରେ ଯେଉଁ ୫ ଜଣଙ୍କୁ ଷଡ଼ଯନ୍ତ୍ରକାରୀ ବୋଲି ଏନଆଇଏ ଚିହ୍ନଟ କରିଥିଲା ସେମାନଙ୍କର ମୃତ୍ୟୁ ଘଟିଥିଲା। ତେଣୁ ଏନଆଇଏ ଚାର୍ଜସିଟ୍ ଦାଖଲ କରିପାରିନଥିଲା।

ଗତବର୍ଷ ଫେବୃଆରୀ ୧୪ରେ ଜମ୍ମୁ କଶ୍ମୀରର ପୁଲଓ୍ୱାମାରେ ହୋଇଥିଲା ଏହି ଆତଙ୍କବାଦୀ ଆକ୍ରମଣ। ଏହି ଦିନ ସିଆରପିଏଫର ୨୫୪୭ ଜଣ ସୁରକ୍ଷା କର୍ମୀ ୭୮ଟି ବସ୍‌ରେ ଜମ୍ମୁରୁ ଶ୍ରୀନଗର ଯାଉଥିଲେ। ଭୋର୍ ୩ଟା ୩୦ରୁ ଶ୍ରୀନଗର ଅଭିମୁଖେ ବାହାରିଥିବା ଏହି ବସ୍‌ଗୁଡ଼ିକ ସନ୍ଧ୍ୟା ସୁଦ୍ଧା ଶ୍ରୀନଗରରେ ପହଞ୍ଚିବା ନିମନ୍ତେ ଧାର୍ଯ୍ୟ ହୋଇଥିଲା । ହେଲେ ଅପରାହ୍ନ ୩ଟା ସମୟରେ ୭୬ ସିଆରପିଏଫ ବାଟାଲିୟନର HR 49F 0637 ନମ୍ୱର ବସ୍‌ଟି ଆତ୍ମଘାତୀ ଆକ୍ରମଣର ଶିକାର ହୋଇଥିଲା। ଏକା ସାଙ୍ଗରେ ୭୮ଟି ବସ୍ ଧାଡ଼ିରେ ଯାଉଥିବା ବେଳେ ଆତ୍ମଘାତୀ କାର୍‌ର ଶିକାର ହୋଇଥିବା ଏହି ବସ୍‌ଟି ୫ ନମ୍ୱରରେ ଥିଲା। ଏହି ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ସିଆରପିଏଫ ଯବାନ ଶହୀଦ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story