ପୁଣି ଦିଲ୍ଲୀରେ ଗଣଦୁଷ୍କର୍ମ ଅଭିଯୋଗ,୫ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ପୁଣି ନୂଆଦିଲ୍ଲୀ ଗଣଦୁଷ୍କର୍ମ ପାଇଁ ଚର୍ଚ୍ଚାରେ। ପୁଣି ୨୫ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରେ ଦକ୍ଷିଣପୂର୍ବ ଦିଲ୍ଲୀର ଦକ୍ଷୀଣପୁରୀଠାରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଏଥିରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ନୂଆଦିଲ୍ଲୀ ପୁଲିସ ଗରିଫ କରିଛି। ଗଣଦୁଷ୍କର୍ମର ଶିକାର ହୋଇଥିବା ମହିଳାଜଣଙ୍କ ପଶ୍ଚିମ ଦିଲ୍ଲୀର ଉତ୍ତମ ନଗରରୁ ଦକ୍ଷିଣ ଦିଲ୍ଲୀର ଡିଫେନ୍ସ କଲୋନୀକୁ ଅଟୋ ଯୋଗେ ଯାଉଥିଲେ। ଏହି ସମୟରେ ୪ ଜଣ ଲୋକ ଏକ ସେଣ୍ଟ୍ରୋ କାର ଆସି ତାଙ୍କୁ କାର ଭିତରକୁ ଭଡି ନେବା ସହ ଅଟୋ ଡ୍ରାଇଭରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ, କାରରେ ଥିବା ଚାରିଜଣ ଅଭିଯୁକ୍ତ ପିଡିତାଙ୍କୁ ଦକ୍ଷୀଣପୁରୀଙ୍କୁ ନେଇଯାଇଥିଲେ। ସେଠାରେ ପୂର୍ବରୁ ଥିବା ଆଉଜଣେ ଅଭିଯୁକ୍ତଙ୍କ ସହ ମିଶି ଉକ୍ତ ମହିଳାଙ୍କୁ ଗଣବଳାତ୍କାର କରିଥିଲେ ଅଭିଯୁକ୍ତ । ଏହାପରେ ପଡିତାଙ୍କୁ ଡିଫେନ୍ସ କଲୋନୀ ନିକଟରେ ଚଳନ୍ତା କାରରୁ ଠେଲି ଦେଇଥିଲେ। ଅଟୋ ଡ୍ରାଇଭର ଓ ପିଡିତାଙ୍କ ବୟାନ ରେକର୍ଡ କରିବା ପରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଏଥିରେ ବ୍ୟବହୃତ ହୋଇଥିବା କାରକୁ ଜବତ କରାଯାଇଛି। ପିଡିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ

ଚୋରା ଚାଲାଣର ପର୍ଦ୍ଦାଫାସ: ୩ କୋଟି ଟଙ୍କାର ହାତ ଘଣ୍ଟା ଜବତ

ରବି କିଶନଙ୍କୁ ମିଳୁଛି ହତ୍ୟା ଧମକ!

ଲଦାଖରେ ମୁତୟନ ହେଲା ଟ୍ୟାଙ୍କ, ବିଯୁକ୍ତ ୪୦ ଡିଗ୍ରୀରେ ବି ଦେଖାଇବ ପରାକ୍ରମ

ଉମା ଭାରତୀ କରୋନାରେ ଆକ୍ରାନ୍ତ

ଦିନକରେ ୮୮,୬୦୦ ଆକ୍ରାନ୍ତ, ୯୨ ହଜାର ସୁସ୍ଥ

ଆଜି ନୀତୀଶ କୁମାରଙ୍କ ଦଳରେ ସାମିଲ ହେବେ ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

ସଞ୍ଜୟ-ଫଡନାଭିସ ବୈଠକ ପଛର ଉଦ୍ଦେଶ୍ୟ ‘ସାମ୍ନା’କୁ ସାକ୍ଷାତକାର ନୁହେଁ!

‘କୃଷକ ସଶକ୍ତ ହେଲେ, ମଜବୁତ୍ ହେବ ଆତ୍ମନିର୍ଭର ଭାରତର ମୂଳଦୁଆ’

‘ଶିରୋମଣି ଅକାଳି ଦଳ ଓ ଶିବସେନା ବିନା ଏନଡିଏର ଅସ୍ଥିତ୍ୱ ନାହିଁ’

ଠକି ପାରିବେନି, ବଦଳିଗଲା ଡ୍ରାଇଭିଂ ଲାଇସେନ୍ସ ଏବଂ ଇ-ଚାଲାଣ ନିୟମ

ବଢ଼ୁଛି କରୋନା ସଂକ୍ରମଣ, ବିଡି ଓ ସିଗାରେଟ୍ ଉପରେ ରୋକ୍ ଲଗାଇଲେ ସରକାର

ସାଂଗଠିନକ ପରିବର୍ତ୍ତନକୁ ନେଇ ବିଜେପିରେ ଅସନ୍ତୋଷ, ଦଳ ଛାଡ଼ିବେ ରାହୁଲ୍!