କେନ୍ଦ୍ରର କୃଷି ଆଇନକୁ କାଉଣ୍ଟର ପାଇଁ ବିଲ୍‌ ପାସ, ଏମଏସପି ନିୟମ ଭାଙ୍ଗିଲେ ଜେଲ

ଚଣ୍ଡିଗଡ଼: ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ସରକାର କେନ୍ଦ୍ର ଆଣିଥିବା ୩ଟି ଯାକ କୃଷି ଆଇନକୁ କାଉଣ୍ଟର କରିବା ପାଇଁ ବିଲ୍ ପାରିତ କରିଛି। ମଙ୍ଗଳବାର ପଞ୍ଜାବ ବିଧାନସଭା ଅଧିବେଶନ ବସିଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବାର ମାତ୍ର ଗୋଟିଏ ମିନିଟ୍‌ରେ କେନ୍ଦ୍ରର କୃଷି ଆଇନ ବିରୋଧରେ ପ୍ରସ୍ତାବ ପାରିତ କରାଯାଇଥିଲା। ଏହାପରେ କେନ୍ଦ୍ରର ୩ଟି ଯାକ କୃଷି ଆଇନକୁ କାଉଣ୍ଟର କରିବା ପାଇଁ ୩ଟି ବିଲ୍‌ ସର୍ବସମ୍ମତିକ୍ରମେ ପାରିତ କରାଯାଇଥିଲା। ଏହି ୩ ବଲ୍‌ […]

nz

Hemant Lenka
  • Published: Tuesday, 20 October 2020
  • , Updated: 20 October 2020, 10:53 PM IST

ଚଣ୍ଡିଗଡ଼: ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ସରକାର କେନ୍ଦ୍ର ଆଣିଥିବା ୩ଟି ଯାକ କୃଷି ଆଇନକୁ କାଉଣ୍ଟର କରିବା ପାଇଁ ବିଲ୍ ପାରିତ କରିଛି। ମଙ୍ଗଳବାର ପଞ୍ଜାବ ବିଧାନସଭା ଅଧିବେଶନ ବସିଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବାର ମାତ୍ର ଗୋଟିଏ ମିନିଟ୍‌ରେ କେନ୍ଦ୍ରର କୃଷି ଆଇନ ବିରୋଧରେ ପ୍ରସ୍ତାବ ପାରିତ କରାଯାଇଥିଲା। ଏହାପରେ କେନ୍ଦ୍ରର ୩ଟି ଯାକ କୃଷି ଆଇନକୁ କାଉଣ୍ଟର କରିବା ପାଇଁ ୩ଟି ବିଲ୍‌ ସର୍ବସମ୍ମତିକ୍ରମେ ପାରିତ କରାଯାଇଥିଲା।

ଏହି ୩ ବଲ୍‌ ମଧ୍ୟରେ ଏମଏସପିକୁ ପାଇଁ ବଡ଼ ଆଇନର ବ୍ୟବସ୍ଥା କରାଯାଇଛି। ବିଲ୍‌ ଅନୁସାରେ, ଯଦି କୌଣସି ବ୍ୟକ୍ତି ବା ସଂସ୍ଥା ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଏମଏସପି ଠାରୁ କମ ମୂଲ୍ୟରେ ଧାନ କିମ୍ବା ଗହମ କିଣିବେ, ତା’ହେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ଜୋରିମାନା ଓ ଜେଲଦଣ୍ଡ ମିଳିବ। ଏମଏସପି ନିୟମ ଉଲ୍ଲଙ୍ଘନ କଲେ ଜଣେ ବ୍ୟକ୍ତିଙ୍କୁ ସର୍ବାଧିକ ୩ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା କରାଯାଇଛି।

କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା କୃଷି ଆଇନ୍‌ରେ ଏମଏସପି ପାଇଁ ଏଭଳି ବ୍ୟବସ୍ଥା କରିବାକୁ ଚାଷୀମାନେ ବାରମ୍ବାର ଦାବି କରିବା ସହ ବିକ୍ଷୋଭ ମଧ୍ୟ କରିଥିଲେ। ସେହିପରି ପଞ୍ଜାବ ସରକାରଙ୍କ ନୂଆ ବିଲ୍‌ର ବ୍ୟବସ୍ଥା ଅନୁଯାୟୀ, ଯଦି କେହି ଚାଷୀଙ୍କୁ ହଇରାଣ କରି ଏମଏସପି ତଳେ ଦ୍ରବ୍ୟ ବିକିବାକୁ ବାଧ୍ୟ କରିବ, ତା’ହେଲେ ତା’ଙ୍କୁ ମଧ୍ୟ ଦଣ୍ଡ ମିଳିବ।

ଏହି ବିଲ୍‌ ପାସ୍‌ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କହିଥିଲେ ଯେ ମୁଁ କେବେ ହେଲେ ଇସ୍ତଫା ଦେବାକୁ ଡରିନାହିଁ। ସେହିପରି ଚାଷୀଙ୍କୁ କଷ୍ଟ ମଧ୍ୟରେ ଛାଡ଼ି ଦେବି ନାହିଁ। ଆଜି ପାରିତ ହୋଇଥିବା ୩ଟି ବଲ୍‌ ରାଜ୍ୟପାଳ ଭିପି ସିଂହ ବନ୍ଦୋରେଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହେବ।

Related story