ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା: ପୂର୍ବ ଇଣ୍ଡୋନେସିଆର ମାଲୁକୁ ଦ୍ୱୀପପୁଞ୍ଜରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ବୋଲି ଜଣାପଡ଼ିଛି। ଭୂକମ୍ପ ଝଟ୍‌କା ପରେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଯଦିଓ ସରକାରୀ ଭାବେ ଏଯାଏ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ତଥାପି ବିଭିନ୍ନ ସ୍ଥାନରେ ଘରଦ୍ୱାର ଭାଙ୍ଗି ଯାଇଥିବା ବେସରକାରୀ ସୂତ୍ରରୁ ଜଣାପଡ଼ିଛି। ଭୂକମ୍ପ ପରେ କୌଣସି ସୁନାମି ଆଲର୍ଟ ମଧ୍ୟ ଜାରି କରାଯାଇନାହିଁ। ସ୍ଥାନୀୟ ସମୟ ସକାଳ […]

r

Hemant Lenka
  • Published: Sunday, 14 July 2019
  • , Updated: 14 July 2019, 04:21 PM IST

ଜାକର୍ତ୍ତା: ପୂର୍ବ ଇଣ୍ଡୋନେସିଆର ମାଲୁକୁ ଦ୍ୱୀପପୁଞ୍ଜରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ବୋଲି ଜଣାପଡ଼ିଛି। ଭୂକମ୍ପ ଝଟ୍‌କା ପରେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା।

ଯଦିଓ ସରକାରୀ ଭାବେ ଏଯାଏ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ତଥାପି ବିଭିନ୍ନ ସ୍ଥାନରେ ଘରଦ୍ୱାର ଭାଙ୍ଗି ଯାଇଥିବା ବେସରକାରୀ ସୂତ୍ରରୁ ଜଣାପଡ଼ିଛି। ଭୂକମ୍ପ ପରେ କୌଣସି ସୁନାମି ଆଲର୍ଟ ମଧ୍ୟ ଜାରି କରାଯାଇନାହିଁ। ସ୍ଥାନୀୟ ସମୟ ସକାଳ ୬.୨୮ରେ ହୋଇଥିବା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଟେରନେଟ୍‌ ଠାରୁ ୧୬୫ କିମି ଦୂରରେ ବୋଲି ଜଣାପଡ଼ିଛି।

ଭୂକମ୍ପ ଝଟ୍‌କା ପରେ ଲୋକମାନେ ରାସ୍ତା ଉପରକୁ ଚାଲି ଆସିଥିଲେ। ଦୀର୍ଘ ସମୟ ଧରି ସେମାନେ ଖୋଲା ସ୍ଥାନରେ ବିଶ୍ରାମ ନେଇଥିବା ଦେଖିବାକୁ ମିଳିଥିଲା। ଗତ ସପ୍ତାହରେ ଏହି ଅଞ୍ଚଳରେ ୬.୯ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୁତ ହୋଇଥିଲା।

Related story