ଦେଶଦ୍ରୋହୀ ଡିଏସପି ଦେବିନ୍ଦର ସିଂହଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାହୁଲ୍

ନୂଆଦିଲ୍ଲୀ: ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହ ଗିରଫ ହୋଇଥିବା ଜମ୍ମୁ-କଶ୍ମୀର ଡିଏସ୍‌ପି ଦବିନ୍ଦର ସିଂହଙ୍କୁ ନେଇ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଆତଙ୍କବାଦୀ ଲିଙ୍କରେ ବହିଷ୍କୃତ ହୋଇଥିବା ଏହି ଦେଶଦ୍ରୋହୀଙ୍କ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା କାହିଁକି ଚୁପ୍ ବୋଲି ରାହୁଲ ଆଜି ଟୁଇଟ୍ କରି ପ୍ରଶ୍ନ କରିଛନ୍ତି। ଟୁଇଟ୍ କରି ରାହୁଲ ଗାନ୍ଧି ଦେଶଦ୍ରୋହୀ ଦବିନ୍ଦରଙ୍କ ବାବଦରେ କହିଛନ୍ତି, ଡିଏସପି ଦବିନ୍ଦର ସିଂହ […]

modi rahul

Subhransu Sekhar
  • Published: Thursday, 16 January 2020
  • , Updated: 16 January 2020, 07:57 PM IST

ନୂଆଦିଲ୍ଲୀ: ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହ ଗିରଫ ହୋଇଥିବା ଜମ୍ମୁ-କଶ୍ମୀର ଡିଏସ୍‌ପି ଦବିନ୍ଦର ସିଂହଙ୍କୁ ନେଇ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଆତଙ୍କବାଦୀ ଲିଙ୍କରେ ବହିଷ୍କୃତ ହୋଇଥିବା ଏହି ଦେଶଦ୍ରୋହୀଙ୍କ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା କାହିଁକି ଚୁପ୍ ବୋଲି ରାହୁଲ ଆଜି ଟୁଇଟ୍ କରି ପ୍ରଶ୍ନ କରିଛନ୍ତି।

ଟୁଇଟ୍ କରି ରାହୁଲ ଗାନ୍ଧି ଦେଶଦ୍ରୋହୀ ଦବିନ୍ଦରଙ୍କ ବାବଦରେ କହିଛନ୍ତି, ଡିଏସପି ଦବିନ୍ଦର ସିଂହ ୩ ଜଣ ଆତଙ୍କବାଦୀଙ୍କୁ ନିଜ ଘରେ ଲୁଚାଇ ରଖିଥିଲା। ଏହି ୩ ଆତଙ୍କୀ ଅନେକ ଭାରତୀୟଙ୍କୁ ହତ୍ୟା କରିଛନ୍ତି। ଦିଲ୍ଲୀ ଯାଉଥିବା ବେଳେ ଏମାନେ ଗିରଫ ହୋଇଛନ୍ତି। ତେଣୁ ଏମାନଙ୍କ ବିରୋଧରେ ଫାଷ୍ଟ ଟ୍ରାକ କୋର୍ଟରେ ମାମଲା ରୁଜୁ କରି ୬ ମାସ ମଧ୍ୟରେ ଫଇସଲା ହେବା ଦରକାର। ଯଦି ସେମାନେ ଦୋଷୀ ସାବ୍ୟସ୍ତ ହେଉଛନ୍ତି ତା’ହେଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।

ଏହାବାଦ୍ ଚାରୋଟି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଦବିନ୍ଦର ସିଂହଙ୍କ ମାମଲାରେ କାହିଁକି ଚୁପ୍? ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ଦବିନ୍ଦର ସିଂହର କ’ଣ ଭୂମିକା ରହିଛି? ଏମିତି ଆଉ କେତେ ଆତଙ୍କବାଦୀ ରହିଛନ୍ତି ଯେଉଁମାନଙ୍କୁ ଦବିନ୍ଦର ସହଯୋଗ କରିଛି? ସେମାନଙ୍କୁ କିଏ ଏବେ ସୁରକ୍ଷା ଦେଉଛି?

https://twitter.com/RahulGandhi/status/1217789363460820992

ରାହୁଲଙ୍କ ବ୍ୟତୀତ କଂଗ୍ରେସ ସାଂସଦ ଶଶୀ ଥରୁର ମଧ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଜମ୍ମୁ କଶ୍ନୀର ଭଳି ସମ୍ୱେଦନଶୀଳ ଜାଗାରେ ଦବିନ୍ଦରର ନିଯୁକ୍ତି ହୋଇଥିଲା। ତାକୁ କେଉଁ ଆଧାରରେ ପ୍ରମୋଶନ ଏବଂ ମେଡ଼ାଲ ଦିଆଯାଇଥିଲା? ସଂସଦ ଆକ୍ରମଣ(୨୦୦୧) ଏବଂ ପୁଲଓ୍ୱାମା ଆକ୍ରମଣ (୨୦୧୯)ରେ ତା’ର ହାତ ଥିଲା କି? ଏ ବାବଦରେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ଏନଏସଏ କାହିଁକି ଚୁପ୍ ବୋଲି ସେ ପ୍ରଶ୍ନ କରିଛନ୍ତି।

https://twitter.com/ShashiTharoor/status/1217770237627531266

ସୂଚନାଯୋଗ୍ୟ, ଶନିବାର ୩ ଜଣ ଆତଙ୍କବାଦୀଙ୍କ ସହ ଦବିନ୍ଦରଙ୍କୁ ଶ୍ରୀନଗରରୁ ଗିରଫ କରାଯାଇଥିଲା। ସେ ଆତଙ୍କବାଦୀଙ୍କୁ ଦିଲ୍ଲୀ ପଠାଇବାକୁ ଯୋଜନା କରିଥିବା ଜଣାପଡ଼ିଛି। ଏହି ଗିରଫ ଆତଙ୍କବାଦୀମାନେ ଦିଲ୍ଲୀରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏହାପରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଲିଙ୍କ୍ ମାମଲାରେ ଦବିନ୍ଦର ସିଂହଙ୍କୁ ଗତକାଲି ବହିଷ୍କୃତ କରାଯାଇଛି। ଶନିବାର ଗିରଫ ହେବା ପରେ ତାଙ୍କୁ ପ୍ରଥମେ ନିଲମ୍ବିତ କରାଯାଇଥିଲା।

Related story