ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ମୋଦି ସରକାରକୁ ରାହୁଲଙ୍କ ସମାଲୋଚନା

ପ୍ରବାସୀ ଶ୍ରମିକକୁ ନେଇ ସରକାରଙ୍କୁ ଘେରିଲେ ରାହୁଲ ସୋମବାର ସରକାର କହିଥିଲେ ପ୍ରବାସୀ ଶ୍ରମିକଙ୍କ ତଥ୍ୟ ନାହିଁ ସରକାରଙ୍କ ଅଂହକାର ପାଇଁ ପ୍ରବାସୀ ଶ୍ରମିକ ଅଡ଼ୁଆରେ ବୋଲି କହିଛନ୍ତି ରାହୁଲ୍ ନୂଆଦିଲ୍ଲୀ: ମା’ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆମେରିକା ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। କରୋନା ଭାଇରସର ମୁକାବିଲା କରିବା ପାଇଁ ସରକାରଙ୍କ କାର୍ଯ୍ୟଶୈଳୀକୁ ରାହୁଲ ସମାଲୋଚନା କରିଛନ୍ତି।  ରାହୁଲ ଗାନ୍ଧି […]

rahul-gandhi

Subhransu Sekhar
  • Published: Tuesday, 15 September 2020
  • , Updated: 15 September 2020, 02:12 PM IST
  • ପ୍ରବାସୀ ଶ୍ରମିକକୁ ନେଇ ସରକାରଙ୍କୁ ଘେରିଲେ ରାହୁଲ
  • ସୋମବାର ସରକାର କହିଥିଲେ ପ୍ରବାସୀ ଶ୍ରମିକଙ୍କ ତଥ୍ୟ ନାହିଁ
  • ସରକାରଙ୍କ ଅଂହକାର ପାଇଁ ପ୍ରବାସୀ ଶ୍ରମିକ ଅଡ଼ୁଆରେ ବୋଲି କହିଛନ୍ତି ରାହୁଲ୍

ନୂଆଦିଲ୍ଲୀ: ମା’ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆମେରିକା ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। କରୋନା ଭାଇରସର ମୁକାବିଲା କରିବା ପାଇଁ ସରକାରଙ୍କ କାର୍ଯ୍ୟଶୈଳୀକୁ ରାହୁଲ ସମାଲୋଚନା କରିଛନ୍ତି। 

ରାହୁଲ ଗାନ୍ଧି ଟ୍ୱିଟ୍ କରି ଲେଖିଛନ୍ତି ଯେ କେତେ ପ୍ରବାସୀ ଶ୍ରମିକ ଲକଡାଉନରେ ଫସିଛନ୍ତି ଏବଂ କେତେ ଚାକିରି ହରାଇଛନ୍ତି ସେ ବାବଦରେ ମୋଦି ସରକାର ପାଖରେ ତଥ୍ୟ ନାହିଁ।

https://twitter.com/RahulGandhi/status/1305706617539760128

ସୋମବାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ସରକାରୀ ପ୍ରବାସୀ ଶ୍ରମିକଙ୍କ ବାବଦରେ କୌଣସି ରେକର୍ଡ ସରକାରଙ୍କ ପାଖରେ ନାହିଁ ବୋଲି କହିଥିଲେ। ଏହାପରେ ରାହୁଲ୍ ଟ୍ୱିଟ୍ କରି ସରକାରଙ୍କୁ ଘେରିଛନ୍ତି।

ସେ କହିଛନ୍ତି ଯେ 'ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଚଳିତ ସପ୍ତାହରେ ୫୦ ଲକ୍ଷ ଅତିକ୍ରମ କରିବ। ବିନା ଯୋଜନାରେ ଲକଡାଉନ୍ ପକାଇବା ଜଣେ ବ୍ୟକ୍ତିର ଅହଂକାରର ଫଳାଫଳ ବୋଲି ରାହୁଲ କହିଛନ୍ତି। ଏହି କାରଣ ପାଇଁ ଦେଶରେ କରୋନା ଭାଇରସ ବ୍ୟାପିଛି ବୋଲି ସେ କହିଛନ୍ତି।

Related story