ଦୁର୍ନୀତି ଉପରେ ବିତର୍କ ପାଇଁ ମୋଦିଙ୍କୁ ରାହୁଲଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁର୍ନୀତି ଉପରେ ଖୋଲା ବିତର୍କ ପାଇଁ ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି, “ମୋଦି କହୁଛନ୍ତି ସେ ମାତ୍ର ୩ ଘଣ୍ଟା ଶୁଅନ୍ତି। ବାକି ସମୟରେ ସେ କୁଆଡ଼େ ଦେଶ ପାଇଁ କାମ କରନ୍ତି। ସେ ଯଦି କାମ କରନ୍ତି, ଏତେ ଦୁର୍ନୀତି କେମିତି ହେଉଛି। ଏ ବିଷୟରେ ସେ ମୋ ସହ ବିତର୍କ କରିବାକୁ ଆସନ୍ତୁ। ମୋ ପ୍ରତି ମୋଦିଙ୍କର ବ୍ୟକ୍ତିଗତ ଘୃଣା ଭାବ […]

r

Hemant Lenka
  • Published: Saturday, 11 May 2019
  • , Updated: 11 May 2019, 03:23 PM IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁର୍ନୀତି ଉପରେ ଖୋଲା ବିତର୍କ ପାଇଁ ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି, “ମୋଦି କହୁଛନ୍ତି ସେ ମାତ୍ର ୩ ଘଣ୍ଟା ଶୁଅନ୍ତି। ବାକି ସମୟରେ ସେ କୁଆଡ଼େ ଦେଶ ପାଇଁ କାମ କରନ୍ତି। ସେ ଯଦି କାମ କରନ୍ତି, ଏତେ ଦୁର୍ନୀତି କେମିତି ହେଉଛି। ଏ ବିଷୟରେ ସେ ମୋ ସହ ବିତର୍କ କରିବାକୁ ଆସନ୍ତୁ।

ମୋ ପ୍ରତି ମୋଦିଙ୍କର ବ୍ୟକ୍ତିଗତ ଘୃଣା ଭାବ ରହିଛି। ମୁଁ ମୋଦିଙ୍କୁ ଭେଟିଲା ବେଳେ ସମ୍ମାନ ଜଣାଏ। ହେଲେ ସେ କେବେ ହେଲେ ସମ୍ମାନ ପ୍ରଦର୍ଶନ କରନ୍ତି ନାହିଁ। ବର୍ତ୍ତମାନ ବିଜେପି-ଆରଏସ୍‌ଏସ୍‌ ବିଚାରଧାରା ଓ ଦେଶର ବିକାଶ ଚାହୁଁଥିବା ଦଳଙ୍କ ମଧ୍ୟରେ ଲଢ଼େଇ ହେଉଛି। ଆମେ ଦେଶର ସମ୍ବିଧାନ ପ୍ରତି ବିପଦ ସୃଷ୍ଟି କରୁଥିବା ବିଚାରଧାରା ବିରୋଧରେ ଲଢ଼େଇ କରୁଛୁ। ପ୍ରଧାନମନ୍ତ୍ରୀ ଆରବିଆଇ କଥାକୁ ଅଣଦେଖା କରି ବିମୁଦ୍ରାକରଣ ଜାରି କରିଥିଲେ। ମୁଁ ଏବେ ଯୁଆଡ଼େ ଯାଉଛି ଲୋକଙ୍କ ମୁହଁରେ କେବଳ ଗୋଟିଏ କଥା- ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦେଶକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି।

ନରେନ୍ଦ୍ର ମୋଦି ଏବେ ରାଜୀବ ଜୀ, ନେହରୁ ଜୀ, ଇନ୍ଦିରା ଜୀଙ୍କ ବିଷୟରେ କହୁଛନ୍ତି। ମୁଁ ଜାଣିଛି ସତ କ’ଣ। ମୁଁ ମୋ ଜେଜେ ମା’ଙ୍କ ସମ୍ପର୍କରେ ସବୁ ସତ କଥା ଜାଣିଛି। ବିଜେପି ଓ ମୋଦି କେବଳ ମିଛ କଥାକୁ ପ୍ରଚାର କରିବାରେ ଲାଗିଛନ୍ତି। ୫ ବର୍ଷ ତଳେ କିଛି ଲୋକ କହୁଥିଲେ ନରେନ୍ଦ୍ର ମୋଦିଙ୍କୁ କେହି ବି ହରାଇ ପାରିବେ ନାହିଁ। କିନ୍ତୁ ଆମେ ଏଥିରେ ହାର ମାନି ନଥିଲୁ। ଆମେ ତାଙ୍କ ସହ ଉଭୟ ସଂସଦ ଏବଂ ତୃଣମୂଳ ସ୍ତରରେ ଲଢ଼େଇ କରୁଛୁ। ଏବେ ସେମାନେ ଭୟଭୀତ। ଏବେ କାହା ମୁହଁରୁ ମୋଦି ଜିତିବେ ବୋଲି ଶୁଣିବାକୁ ମିଳୁନାହିଁ।”

Related story