କ୍ଷମତାକୁ ଫେରିଲେ କୃଷି ଆଇନକୁ ଉଚ୍ଛେଦ କରିବ ବୋଲି ପ୍ରତିଶ୍ରୁତି ଦେଲା କଂଗ୍ରେସ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ କୃଷି ସଂସ୍କାର ଆଇନକୁ ନେଇ ସାରା ଦେଶରେ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଛି। ବିରୋଧ ସତ୍ତ୍ୱେ ନୂଆ କୃଷି ବିଲ୍‌କୁ କେନ୍ଦ୍ର ସରକାର ଗୃହରେ ପାରିତ କରିବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ କରିଛନ୍ତି। ତେବେ ଚାଷୀଙ୍କ ଭଳି କଂଗ୍ରେସ ମଧ୍ୟ ଏହାକୁ ବିରୋଧ କରୁଛି। ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପଞ୍ଜାବର ଚାଷୀମାନଙ୍କୁ କହିଛନ୍ତି ଯେ କେନ୍ଦ୍ରରେ ଦଳ କ୍ଷମତାକୁ ଫେରିବା ମାତ୍ରେ […]

u

Hemant Lenka
  • Published: Sunday, 04 October 2020
  • , Updated: 04 October 2020, 08:00 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ କୃଷି ସଂସ୍କାର ଆଇନକୁ ନେଇ ସାରା ଦେଶରେ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଛି। ବିରୋଧ ସତ୍ତ୍ୱେ ନୂଆ କୃଷି ବିଲ୍‌କୁ କେନ୍ଦ୍ର ସରକାର ଗୃହରେ ପାରିତ କରିବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ କରିଛନ୍ତି। ତେବେ ଚାଷୀଙ୍କ ଭଳି କଂଗ୍ରେସ ମଧ୍ୟ ଏହାକୁ ବିରୋଧ କରୁଛି।

ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପଞ୍ଜାବର ଚାଷୀମାନଙ୍କୁ କହିଛନ୍ତି ଯେ କେନ୍ଦ୍ରରେ ଦଳ କ୍ଷମତାକୁ ଫେରିବା ମାତ୍ରେ ପ୍ରଥମେ କୃଷି ଆଇନକୁ ଉଚ୍ଛେଦ କରିବ। ଏଥିସହ ଏମଏସ୍‌ପି, ହୋଲ ସେଲ ମାର୍କେଟ ଓ ଖାଦ୍ୟ ଶସ୍ୟ ସଂଗ୍ରହ ଦେଶର ୩ଟି ସ୍ତମ୍ଭ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଧ୍ୱଂସ କରିବାକୁ ବସିଛନ୍ତି ବୋଲି ସେ କହିଛନ୍ତି।

ପଞ୍ଜାବରେ ୩ ଦିନିଆ ଟ୍ରାକ୍ଟର ରାଲିକୁ ଉଦଘାଟନ କରି ରାହୁଲ କହିଛନ୍ତି, ବିଜେପିର ଗୋଟିଏ ଲକ୍ଷ୍ୟ ହେଲା ଏମଏସପି, ଖାଦ୍ୟ ଶସ୍ୟ ସଂଗ୍ରହ ଓ ହୋଲ ସେଲ ମାର୍କେଟକୁ ଧ୍ୱଂସ କରିବା। ହେଲେ କଂଗ୍ରେସ କେବେ ହେଲେ ସରକାରଙ୍କୁ ଏପରି କରିବାକୁ ଦେବନାହିଁ। ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହୁଁଛି ଯେ କଂଗ୍ରେସ ଯେବେ ବି କେନ୍ଦ୍ରରେ କ୍ଷମତା ଦଖଲ କରିବ ସେତେବେଳେ ଏହି କଳା ଆଇନକୁ ଉଚ୍ଛେଦ କରିବ। ଆମେ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଲଢ଼େଇ କରିବୁ ଓ କଳା ଆଇନକୁ ହଟାଇ ଦେବୁ ବୋଲି ରାହୁଲ କହିଛନ୍ତି।

ନୂଆ କୃଷି ଆଇନ ସମ୍ପର୍କରେ ଲୋକଙ୍କ ପାଖରେ ତଥ୍ୟ ପହଞ୍ଚାଇବା ପାଇଁ କଂଗ୍ରେସ ପକ୍ଷରୁ ଆଜିଠାରୁ କ୍ଷେତି ବଞ୍ଚାଅ ଯାତ୍ରା ଆରମ୍ଭ କରାଯାଇଛି।

Related story