‘ଲୋକଙ୍କୁ ନଗଦ ଟଙ୍କା ନଦେବା ଆଉ ଏକ ନୋଟବନ୍ଦୀ’
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗରିବ ଏବଂ ଏମଏସଏମଇ ଶିଳ୍ପ ପାଇଁ ନଗଦ ଟଙ୍କା ଯୋଗାଇଦେବା ଦରକାର। ନହେଲେ ଏହି ଶ୍ରେଣୀର ବ୍ୟକ୍ତି ଏବଂ ଶିଳ୍ପ ଆଗକୁ ବଢ଼ିପାରିବେନି। ସରକାର ହାତକୁ ଟଙ୍କା ନଦେବା ଅର୍ଥ ଆଉ ଏକ ନୋଟବନ୍ଦୀ ବା ନୋଟବନ୍ଦୀ ୨.୦ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ। ଲକଡାଉନ ମାଡ଼ରୁ ବର୍ତ୍ତିବା ପାଇଁ ସରକାର ଆତ୍ମନିର୍ଭର ଭାରତ ଅଭିଯାନରେ ୨୦ ହଜାର କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ ଆଦୌ ପ୍ରଭାବଶାଳୀ ହେବନି ବୋଲି କଂଗ୍ରେସ କହିଆସୁଛି।
Govt is actively destroying our economy by refusing to give cash support to people and MSMEs.
This is Demon 2.0.https://t.co/mWs1e0g3up
— Rahul Gandhi (@RahulGandhi) June 6, 2020
ଅନ୍ତିମ ସାଧାରଣ ନିର୍ବାଚନ ବେଳେ କଂଗ୍ରେସ ‘ନ୍ୟାୟ’ ଯୋଜନାର ନାରା ଦେଇଥିଲା। ଏହି ଯୋଜନାର ଉଦ୍ଦେଶ୍ୟ ଥିଲା ଗରିବ ଲୋକଙ୍କ ହାତକୁ ଟଙ୍କା ଦେଇ ସେମାନଙ୍କୁ ଆର୍ଥିକ ସହଯୋଗ କରିବା। ଏବେ ଏହି ଯୋଜନାକୁ କିଛି ମାସ ପାଇଁ ହେଲେ ଲାଗୁ କରିବାକୁ କଂଗ୍ରେସ ଏବଂ ରାହୁଲ ଗାନ୍ଧୀ ବାରମ୍ବାର ଦାବି କରିଆସୁଛନ୍ତି। ପରିବାର ପିଛା ମାସିକ ୭,୫୦୦ ଟଙ୍କା ଦେବାକୁ ରାହୁଲ ଗାନ୍ଧୀ ଦାବି କରିଛନ୍ତି।
ସୂଚନାଯୋଗ୍ୟ,କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ଦୀର୍ଘ ଦୁଇ ମାସ ହେବ ଲକଡାଉନ୍ ରହିଥିଲା। ଏହାଦ୍ୱାରା ଗରିବ ଶ୍ରେଣୀର ଲୋକମାନେ ଅଧିକ ପ୍ରଭାବିତ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।