ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଗଣତନ୍ତ୍ରର ହତ୍ୟା ହୋଇଛି। ସଂସଦରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏହା କହିଛନ୍ତି। ପ୍ରଶ୍ନ ପଚାରିବାକୁ ସେ ଉଠିଥିଲେ, ହେଲେ ମହାରାଷ୍ଟ୍ରରେ ଗଣତନ୍ତ୍ରର ହତ୍ୟା ହୋଇଛି, ତେଣୁ ଆଜି କୌଣସି ପ୍ରଶ୍ନ ପଚରାଯିବନି ବୋଲି ସେ କହିଥିଲେ। ଏହାପରେ ସଂସଦରେ ବିରୋଧୀ ସାଂସଦମାନେ ବ୍ୟାନର ପୋଷ୍ଟର ଧରି ହୋ ହାଲ୍ଲା କରିଥିଲେ। ବାଚସ୍ପତି ଓମ୍ ବିର୍ଲା ସାସଂଦ ମାନଙ୍କୁ ଶାନ୍ତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବିରୋଧୀ ସାଂସଦ ମାନେ ନ ଶୁଣିବାରୁ ସଦନ ବାହାରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି।
https://twitter.com/ANI/status/1198837427978137601
ଆଜି ସଂସଦ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ସଂସଦୀୟ ବୋର୍ଡର ବୈଠକ ହୋଇଥିଲା। ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ମହାରାଷ୍ଟ୍ର ପ୍ରସଙ୍ଗକୁ ଉଠାଇବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ମହାରାଷ୍ଟ୍ରରେ କଂଗ୍ରେସ ବିଧାୟକ ମାନେ ଏକ ଥିବାରୁ ଦଳ ଏବେ ଶାସକ ବିଜେପିକୁ ଘେରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛି।
https://twitter.com/ANI/status/1198838273679843328
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।