ଶୋଚନୀୟ ପରାଜୟ ପରେ ବି ରାହୁଲଙ୍କ ଦମ୍ଭୋକ୍ତି, କହିଲେ ଆମେ ୫୨ ବିଜେପି ପାଇଁ ଯଥେଷ୍ଟ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପରାଜୟ ପରେ ମଧ୍ୟ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଦମ୍ଭ ଭାଙ୍ଗିନାହିଁ। ମେ’ ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରାହୁଲ ସର୍ବସମ୍ମୁଖକୁ ଆସୁ ନଥିଲେ। କିନ୍ତୁ ନରେନ୍ଦ୍ର ମୋଦିଙ୍କ ଶପଥ ପାଠ ଉତ୍ସବରେ ତାଙ୍କର ଦେଖା ମିଳିଥିଲା। ଆଜି କିନ୍ତୁ ରାହୁଲ ଦଳର ସଂସଦୀୟ ବୈଠକରେ ରଣହୁଙ୍କାର ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସର ୫୨ ଜଣ ସାଂସଦ ବିଜେପି ପାଇଁ ଯଥେଷ୍ଟ। ଆମେ ଲୋକଙ୍କ ହିତ ପାଇଁ […]

op

Hemant Lenka
  • Published: Saturday, 01 June 2019
  • , Updated: 01 June 2019, 04:42 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପରାଜୟ ପରେ ମଧ୍ୟ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଦମ୍ଭ ଭାଙ୍ଗିନାହିଁ। ମେ’ ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରାହୁଲ ସର୍ବସମ୍ମୁଖକୁ ଆସୁ ନଥିଲେ। କିନ୍ତୁ ନରେନ୍ଦ୍ର ମୋଦିଙ୍କ ଶପଥ ପାଠ ଉତ୍ସବରେ ତାଙ୍କର ଦେଖା ମିଳିଥିଲା। ଆଜି କିନ୍ତୁ ରାହୁଲ ଦଳର ସଂସଦୀୟ ବୈଠକରେ ରଣହୁଙ୍କାର ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସର ୫୨ ଜଣ ସାଂସଦ ବିଜେପି ପାଇଁ ଯଥେଷ୍ଟ। ଆମେ ଲୋକଙ୍କ ହିତ ପାଇଁ ବିଜେପି ସହ ଲଢ଼େଇ କରିବୁ।

ଶନିବାର ସଂସଦର ସେଣ୍ଟ୍ରାଲ ହଲ୍‌ରେ ଆୟୋଜିତ କଂଗ୍ରେସ ସଂସଦୀୟ ବୋର୍ଡ ବୈଠକରେ ରାହୁଲ କହିଛନ୍ତି,“ଆମକୁ ଭୋଟ୍‌ ଦେଇଥିବା ଲୋକଙ୍କୁ ଧନ୍ୟବାଦ। ଆମେ ସମ୍ବିଧାନର ସୁରକ୍ଷା ପାଇଁ ଲଢ଼େଇ କରୁଛୁ ବୋଲି ସମସ୍ତ କଂଗ୍ରେସ ନେତା ଓ କର୍ମୀ ମନେ ରଖିବା ଦରକାର। ଆମେ କୌଣସି ଭେଦଭାବ ନ କରି ସମଗ୍ର ଦେଶବାସୀଙ୍କ ପାଇଁ ଲଢ଼େଇ କରୁଛେ। ଆମକୁ ମଜଭୂତ ଓ ଆକ୍ରମଣାତ୍ମକ ହେବାକୁ ପଡ଼ିବ। ଆମେ ଲୋକସଭାରେ ୫୨ଟି ଆସନ ଜିତିଛୁ ସତ, କିନ୍ତୁ ଏହି ୫୨ ଜଣ କଂଗ୍ରେସ ସାଂସଦ ବିଜେପି ସହ ଲଢ଼େଇ କରିବା ପାଇଁ ଯଥେଷ୍ଟ।”

କଂଗ୍ରେସ ୫୪୨ ଲୋକସଭା ଆସନରେ ହୋଇଥିବା ନିର୍ବାଚନରେ ମାତ୍ର ୫୨ଟି ଆସନ ଜିତିବାକୁ ସକ୍ଷମ ହୋଇଛି। ବିଜେପି ୩୦୩ଟି ଜିଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୩୫୧ଟି ଜିତିଛି। କଂଗ୍ରେସ ୫୨ଟି ଆସନ ଜିତିଥିବାରୁ ଲୋକସଭାରେ ବିରୋଧୀ ଦଳ ନେତା ପଦ ହାସଲ କରିବା ପାଇଁ ଦଳ ଯୋଗ୍ୟତା ଅର୍ଜନ କରିପାରି ନାହିଁ।

Related story