ଆମେଠି ସହ ସମ୍ପର୍କ ରାଜନୀତିକ ନୁହେଁ, ବ୍ୟକ୍ତିଗତ: ରାହୁଲ

ଆମେଠି: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତାଙ୍କ ପୂର୍ବ ନିର୍ବାଚନମଣ୍ଡଳୀ ଉତ୍ତର ପ୍ରଦେଶର ଆମେଠି ଗସ୍ତ କରିଥିଲେ। ଏହି ଅବସରରେ ରାହୁଲ ଗାନ୍ଧି ଲୋକଙ୍କ ସହ ବୈଠକ କରି ଆଗାମୀ ଦିନରେ ଦଳକୁ ମଜଭୁତ କରିବା ପାଇଁ ପରାମର୍ଶ ଦେଇଥିଲେ। ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ଆମେଠିରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପାଖରୁ ହାରିଥିଲେ। ଏହାପରେ ଆଜି ଆମେଠିକୁ ରାହୁଲଙ୍କ ପ୍ରଥମ ଗସ୍ତ ଥିଲା। ପ୍ରଥମେ ତିଲୋଇ ବିଧାନସଭା ଅଧିନରେ ଥିବା […]

rahul gandhi amethi

Subhransu Sekhar
  • Published: Wednesday, 10 July 2019
  • , Updated: 10 July 2019, 05:52 PM IST

ଆମେଠି: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତାଙ୍କ ପୂର୍ବ ନିର୍ବାଚନମଣ୍ଡଳୀ ଉତ୍ତର ପ୍ରଦେଶର ଆମେଠି ଗସ୍ତ କରିଥିଲେ। ଏହି ଅବସରରେ ରାହୁଲ ଗାନ୍ଧି ଲୋକଙ୍କ ସହ ବୈଠକ କରି ଆଗାମୀ ଦିନରେ ଦଳକୁ ମଜଭୁତ କରିବା ପାଇଁ ପରାମର୍ଶ ଦେଇଥିଲେ।

ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ଆମେଠିରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପାଖରୁ ହାରିଥିଲେ। ଏହାପରେ ଆଜି ଆମେଠିକୁ ରାହୁଲଙ୍କ ପ୍ରଥମ ଗସ୍ତ ଥିଲା। ପ୍ରଥମେ ତିଲୋଇ ବିଧାନସଭା ଅଧିନରେ ଥିବା ଏକ ଗାଁକୁ ଯାଇ ମୃତ କଂଗ୍ରେସ କର୍ମୀଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ। ଏହାପରେ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ନେଇ ବୈଠକ କରିଥିଲେ।

ସହସ୍ରାଧିକ ଲୋକଙ୍କୁ ନେଇ ଆୟୋଜିତ ହୋଇଥିବା ଏହି ବିଶାଳ ବୈଠକରେ ୧୨ଶହ ଜଣ ନିମନ୍ତ୍ରିତ ଅତିଥି ଥିଲେ ବୋଲି ଜଣାପଡ଼ିଛି। ଆମେଠି ସହ ତାଙ୍କର ସମ୍ପର୍କ ବ୍ୟକ୍ତିଗତ ଏବଂ ରାଜନୀତିକ ନୁହେଁ ବୋଲି ସେ କହିଥିଲେ। ରାଜନୀତିରେ ହାରିବା, ଜିତିବା ଏକ ପ୍ରକ୍ରିୟା, ତେଣୁ ଆଗାମୀ ଦିନ ପାଇଁ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ସେ ଆହ୍ବାନ କରିଥିଲେ। ଆମେଠିବାସୀଙ୍କ ପାଇଁ ତାଙ୍କ ଦ୍ୱାର ଆଜି ବି ଖୋଲା ରହିଛି ବୋଲି ସେ କହିଛନ୍ତି।

ବୈଠକ ପରେ ରାହୁଲ ଗାନ୍ଧି କର୍ମୀ ଓ ସମର୍ଥକଙ୍କ ସହ ଫୋଟ ଉଠାଇଥିଲେ। ଯାହାକୁ ସେ ନିଜ ସୋଶାଲ ମିଡିଆ ଟ୍ୱିଟରରେ ଶେୟାର କରିଥିଲେ। ସୂଚନାଯୋଗ୍ୟ, ଟ୍ୱିଟରରେ ରାହୁଲଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧ କୋଟି ପହଞ୍ଚି ଯାଇଛି। ଏଥିପାଇଁ ସମସ୍ତ ଫଲୋଅର୍ସଙ୍କୁ ଧନ୍ୟବାଦ ଦେଇଥିଲେ।

Related story