ଭାରତକୁ ପାକିସ୍ତାନ ସହ ତୁଳନା କଲେ ରାହୁଲ: ବିଜେପି କହିଲା, ଯୁବରାଜଙ୍କ କଥାକୁ ତାଙ୍କରି ଦଳର ଲୋକ ଗୁରୁତ୍ୱ ଦିଅନ୍ତି ନାହିଁ

କର୍ଣ୍ଣାଟକରେ ବିଜେପି ସରକାର ଗଠନ ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଯାହାକୁ ନେଇ ଚାରିଆଡ଼ୁ ସେ ସମାଲୋଚନାର ଶିକାର ହୋଇଛନ୍ତି। ରାହୁଲ ଗାନ୍ଧି ଭାରତକୁ ପାକିସ୍ତାନ ସହ ତୁଳନା କରିଛନ୍ତି। ସେ କହିଛନ୍ତି, ଭାରତ ଏବେ ପାକିସ୍ତାନ ଭଳି ପାଲଟି ଗଲାଣି। କେବଳ ଏତିକି ନୁହେଁ, ନାୟପାଳିକା ଉପରେ ମଧ୍ୟ ରାହୁଲ ଆଙ୍ଗୁଳି ଉଠାଇବାକୁ ପଛାଇ ନଥିଲେ। ତେବେ ପ୍ରଶ୍ନ ଉଠୁଛି କେଉଁଥିପାଇଁ ରାହୁଲ ଏପରି ମନ୍ତବ୍ୟ ଦେଲେ। ବାସ୍ତବରେ […]

rahul-gandhi-at-rally_19c552e6-da4c-11e7-9b6d-9e5c5485959d

Rakesh Mallick
  • Published: Thursday, 17 May 2018
  • , Updated: 17 May 2018, 07:03 PM IST

କର୍ଣ୍ଣାଟକରେ ବିଜେପି ସରକାର ଗଠନ ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଯାହାକୁ ନେଇ ଚାରିଆଡ଼ୁ ସେ ସମାଲୋଚନାର ଶିକାର ହୋଇଛନ୍ତି। ରାହୁଲ ଗାନ୍ଧି ଭାରତକୁ ପାକିସ୍ତାନ ସହ ତୁଳନା କରିଛନ୍ତି। ସେ କହିଛନ୍ତି, ଭାରତ ଏବେ ପାକିସ୍ତାନ ଭଳି ପାଲଟି ଗଲାଣି। କେବଳ ଏତିକି ନୁହେଁ, ନାୟପାଳିକା ଉପରେ ମଧ୍ୟ ରାହୁଲ ଆଙ୍ଗୁଳି ଉଠାଇବାକୁ ପଛାଇ ନଥିଲେ।

ତେବେ ପ୍ରଶ୍ନ ଉଠୁଛି କେଉଁଥିପାଇଁ ରାହୁଲ ଏପରି ମନ୍ତବ୍ୟ ଦେଲେ। ବାସ୍ତବରେ କର୍ଣ୍ଣାଟକର ରାଜନୈତିକ ସ୍ଥିତିକୁ ନେଇ ଏବେ ରାହୁଲ ଓ ତାଙ୍କ ଦଳ ଚିନ୍ତିତ। ସେଠି ଦ୍ୱିତୀୟ ବୃହତ ଦଳ ଭାବେ କଂଗ୍ରେସ ଉଭା ହୋଇଥିଲେ ମଧ୍ୟ ଏହାର କୌଣସି ଗୁରୁତ୍ୱ ରହୁନାହୁଁ। ବିଜେପି ଫଳାଫଳ ପ୍ରକାଶ ପରର କୂଟନୀତିରେ ବିଜୟ ଲାଭ କରିଛି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ କର୍ଣ୍ଣାଟକ ନିର୍ବାଚନରେ ପରେ ବିଜେପିକୁ ୧୦୪, କଂଗ୍ରେସକୁ ୭୮ ଓ ଜେଡିଏସ୍‌କୁ ୩୮ ସିଟ୍‌ ମିଳିଥିଲା। ଏପରି ସ୍ଥିତିରେ କଂଗ୍ରେସ ଓ ଜେଡ଼ିଏସ୍‌ ମେଣ୍ଟ ଗଠନ କରି ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କୁ ବିଧାୟକଙ୍କ ସ୍ୱାକ୍ଷର ଥିବା ଦାବିପତ୍ର ଦେଇଥିଲେ। କିନ୍ତୁ ରାଜ୍ୟପାଳ ସର୍ବାଧିକ ସିଟ୍‌ ପାଇଥିବା ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ଏହାକୁ ବିରୋଧ କରି କଂଗ୍ରେସ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ହେଲେ ସୁପ୍ରିମକୋର୍ଟ ଶୁଣାଣିକରି ରାଜ୍ୟପାଳଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ।। କେବଳ ଏତିକି ନୁହେଁ ପୂର୍ବରୁ ମଧ୍ୟ ରାହୁଲ ଅନେକ ଥର ନିଜର ବିବୃତ୍ତିକୁ ନେଇ ସମାଲୋଚନା ହୋଇସାରିଛନ୍ତି। ଏପରି ସ୍ଥିତିରେ ବିଜେପି ମଧ୍ୟ ରାହୁଲଙ୍କୁ ଘେରିବାକୁ ଚେଷ୍ଟା କରିଛି। ବିଜେପି କହିଛି ରାହୁଲଙ୍କ କଥା ତାଙ୍କ ନିଜ ଦଳର ଲୋକେ ଶୁଣନ୍ତିନାହିଁ। ସେ ଯେଉଁ ଦେଶରେ ରହୁଛନ୍ତି ସେହି ଦେଶର ସମ୍ବିଧାନ ଓ ନାୟପାଳିକା ଉପରେ ବିଶ୍ୱାସ ନରଖିବା ଦୁର୍ଭାଗ୍ୟଜନକ।

Related story