ମା’ଙ୍କ ଶରଣରେ ରାହୁଲ, ୧୫ ମିନିଟ୍‌ରେ ଚଢ଼ିଲେ ୬୩୮ ପାହାଚ

ଅହମ୍ମଦାବାଦ: ଗତ ବୁଧବାର ଶେଷ ହୋଇଛି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ତିନି ଦିନିଆ ଗୁଜରାଟ ଗସ୍ତ। ରାହୁଲଙ୍କ ଗୁଜରାଟ ଗସ୍ତର ଯେଉଁ ଦିଗଟିକୁ ନେଇ ଏବେ ଅଧିକ ଚର୍ଚ୍ଚା ଚାଲିଛି  ତାହା ହେଉଛି ସେ ତିନି ଦିନରେ ସେଠାରେ ଏକାଧିକ ମନ୍ଦିରକୁ ଯାଇ ଭଗବାନଙ୍କ କୃପା ଭିକ୍ଷା କରିଥିଲେ। ଗସ୍ତର ଶେଷ ଦିନରେ ସେ ଚାମୁଣ୍ଡା ଦେବୀଙ୍କ ମନ୍ଦିରକୁ ଯାଇଥିଲେ। ଏହି ମନ୍ଦିରଟି ଏକ ପାହାଡ଼ ଉପରେ ରହିଛି। ଏହି ମନ୍ଦିରକୁ ଯିବା ପାଇଁ ୬୩୮ଟି […]

Rakesh Mallick
  • Published: Friday, 29 September 2017
  • , Updated: 29 September 2017, 04:30 AM IST

ଅହମ୍ମଦାବାଦ: ଗତ ବୁଧବାର ଶେଷ ହୋଇଛି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ତିନି ଦିନିଆ ଗୁଜରାଟ ଗସ୍ତ। ରାହୁଲଙ୍କ ଗୁଜରାଟ ଗସ୍ତର ଯେଉଁ ଦିଗଟିକୁ ନେଇ ଏବେ ଅଧିକ ଚର୍ଚ୍ଚା ଚାଲିଛି  ତାହା ହେଉଛି ସେ ତିନି ଦିନରେ ସେଠାରେ ଏକାଧିକ ମନ୍ଦିରକୁ ଯାଇ ଭଗବାନଙ୍କ କୃପା ଭିକ୍ଷା କରିଥିଲେ। ଗସ୍ତର ଶେଷ ଦିନରେ ସେ ଚାମୁଣ୍ଡା ଦେବୀଙ୍କ ମନ୍ଦିରକୁ ଯାଇଥିଲେ। ଏହି ମନ୍ଦିରଟି ଏକ ପାହାଡ଼ ଉପରେ ରହିଛି। ଏହି ମନ୍ଦିରକୁ ଯିବା ପାଇଁ ୬୩୮ଟି ପାହାଚ ଚଢ଼ିବାକୁ ହୁଏ। ମାତ୍ର ୧୫ ମିନିଟ୍‌ରେ ରାହୁଲ ଏତେ ସଂଖ୍ୟକ ପାହାଚ ଚଢ଼ି ମନ୍ଦିରରେ ପହଞ୍ଚି ଯାଇଥିଲେ। ଚାମୁଣ୍ଡା ଦେବୀଙ୍କ ମନ୍ଦିର ବ୍ୟତୀତ ସେ ସେହିଦିନ ଆଉ ତିନୋଟି ମନ୍ଦିର ଯାଇଥିଲେ।

ଗୁଜରାଟ ଗସ୍ତ ସେ ‘ଦ୍ୱାରକା’ରୁ ଆରମ୍ଭ କରିଥିଲେ। ‘ଦ୍ୱାରକାଧୀଶ’ଙ୍କ ଆଶୀର୍ବାଦ ନେଇ ସେ ତାଙ୍କ ଗସ୍ତ ଆରମ୍ଭ କରିଥିଲେ। ଦ୍ୱାରକାରେ ଭଗବାନ ଶ୍ରୀକୃଷ୍ଣ ‘ଦ୍ୱାରକାଧୀଶ’ ଭାବେ ପୂଜା ପଆନ୍ତି। ଏ ତିନି ଦିନରେ ସେ ଅନେକ  ରୋଡ୍‌ ଶୋ’ କରିଥିଲେ। ଚାଷୀମାନଙ୍କୁ ଭେଟିଥିଲେ। ନବରାତ୍ର ଚାଲିଥିବାରୁ ସେ ବିଭିନ୍ନ ମଣ୍ଡପକୁ ଯାଇ ଲୋକଙ୍କୁ ଭେଟିଥିଲେ। ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲଙ୍କ ଏ ରଣନୀତି କେତେ ଫଳପ୍ରଦ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ।

Related story