ଦଙ୍ଗା ଷଡ଼ଯନ୍ତ୍ର, ରାହୁଲଙ୍କ ସହଯୋଗୀ ଶ୍ୟୋରାଜ ଜୀବନଙ୍କୁ ଉଠାଇନେଲା ପୁଲିସ୍

ଲକ୍ଷ୍ନୌ: ହାଥରସ ଦୁଷ୍କର୍ମ ମାମଲାକୁ ଦଙ୍ଗାରେ ପରିଣତ କରିବା ପାଇଁ ଯୋଜନା କରୁଥିବା କଂଗ୍ରେସ ନେତା ଶ୍ୟୋରାଜ ଜୀବନ ବାଲ୍ମୀକୀଙ୍କୁ ପୁଲିସ ଉଠାଇ ନେଇଯାଇଛି। ଗତକାଲି ଏକ ଜାତୀୟ ଟିଭି ଚ୍ୟାନେଲ ଏକ ଷ୍ଟିଙ୍ଗ୍ ଅପରେସନ ଦେଖାଇଥିଲା। ଯେଉଁଥିରେ ଶ୍ୟୋରାଜ ଦଙ୍ଗା ଯୋଜନା ବାବଦରେ କହୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ପୁଲିସ ତାଙ୍କ ନାମରେ ଏଫଆଇଆର ଦାଖଲ କରିଥିଲା। ଏମିତିକି ହାଜର ହେବା ପାଇଁ ସମନ କରିଥିଲା। ବୁଧବାର ସକାଳେ କିନ୍ତୁ ପୁଲିସ ତାଙ୍କୁ ଏକ ଅଜଣା […]

Shyoraj Jivan Valmiki (1)

Subhransu Sekhar
  • Published: Thursday, 08 October 2020
  • , Updated: 08 October 2020, 12:51 PM IST

ଲକ୍ଷ୍ନୌ: ହାଥରସ ଦୁଷ୍କର୍ମ ମାମଲାକୁ ଦଙ୍ଗାରେ ପରିଣତ କରିବା ପାଇଁ ଯୋଜନା କରୁଥିବା କଂଗ୍ରେସ ନେତା ଶ୍ୟୋରାଜ ଜୀବନ ବାଲ୍ମୀକୀଙ୍କୁ ପୁଲିସ ଉଠାଇ ନେଇଯାଇଛି। ଗତକାଲି ଏକ ଜାତୀୟ ଟିଭି ଚ୍ୟାନେଲ ଏକ ଷ୍ଟିଙ୍ଗ୍ ଅପରେସନ ଦେଖାଇଥିଲା। ଯେଉଁଥିରେ ଶ୍ୟୋରାଜ ଦଙ୍ଗା ଯୋଜନା ବାବଦରେ କହୁଥିବାର ଦେଖିବାକୁ ମିଳିଥିଲା।

ଏହାପରେ ପୁଲିସ ତାଙ୍କ ନାମରେ ଏଫଆଇଆର ଦାଖଲ କରିଥିଲା। ଏମିତିକି ହାଜର ହେବା ପାଇଁ ସମନ କରିଥିଲା। ବୁଧବାର ସକାଳେ କିନ୍ତୁ ପୁଲିସ ତାଙ୍କୁ ଏକ ଅଜଣା ସ୍ଥାନକୁ ନେଇ ଯାଇଛି। ପୁଲିସ ମଧ୍ୟ ଗଣମାଧ୍ୟମକୁ କିଛି ପ୍ରତିକ୍ରିୟା ଦେଇ ନାହିଁ।

ଷ୍ଟିଙ୍ଗ୍ ଅପରେସନରେ ଶ୍ୟୋରାଜ ଦଙ୍ଗା କରିବା ନେଇ ଯେଉଁ ଯୋଜନା କରିଥିଲେ। ସେ ବାବଦରେ ପୁଲିସ ଏବେ ତାଙ୍କୁ ଜେରା କରି କଥା ଆଦାୟ କରିବ ବୋଲି ଜଣାପଡ଼ିଛି।

ଗତକାଲି ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଉପନିର୍ବାଚନ ରାଲିକୁ ଭିଡିଓ କନଫରେନସିଂରେ ସମ୍ୱୋଧନ କରୁଥିବା ବେଳେ ବିରୋଧୀ ଏବଂ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ବର୍ଷିଥିଲେ

Related story