ସିନ୍ଧିଆ ବିଜେପିରେ ଯୋଗଦେବା ପରେ ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତିକ୍ରିୟା ରଖିଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେବା ପୂର୍ବରୁ ରାହୁଲଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ। ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧି ରାହୁଲଙ୍କୁ ପଚାରିଥିଲେ। ଜବାବରେ ରାହୁଲ କହିଥିଲେ, ସେ ଏକମାତ୍ର ବ୍ୟକ୍ତି ଥିଲେ, ଯିଏକି ତାଙ୍କ ଘରକୁ ଯେତେବେଳ ଚାହିଁଥିଲେ ଆସିପାରିଥାନ୍ତେ। Congress leader Rahul Gandhi on reports that #JyotiradityaMScindia tried to reach out to […]

rahul_gandhi

rahul_gandhi

Subhransu Sekhar
  • Published: Wednesday, 11 March 2020
  • Updated: 11 March 2020, 06:19 PM IST

Sports

Latest News

ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତିକ୍ରିୟା ରଖିଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେବା ପୂର୍ବରୁ ରାହୁଲଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ। ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧି ରାହୁଲଙ୍କୁ ପଚାରିଥିଲେ। ଜବାବରେ ରାହୁଲ କହିଥିଲେ, ସେ ଏକମାତ୍ର ବ୍ୟକ୍ତି ଥିଲେ, ଯିଏକି ତାଙ୍କ ଘରକୁ ଯେତେବେଳ ଚାହିଁଥିଲେ ଆସିପାରିଥାନ୍ତେ।

https://twitter.com/ANI/status/1237703494116585472

ସୂଚନାଯୋଗ୍ୟ, ତ୍ରିପୁରା ରାଜପରିବାରର ବ୍ୟକ୍ତି ତଥା ସିନ୍ଧିଆଙ୍କ ସମ୍ପର୍କୀୟ ପ୍ରଦ୍ୟୋତ ମଣିକ୍ୟ ଦେବର୍ମା ଗତକାଲି ତାଙ୍କ ଫେସବୁକ ପୋଷ୍ଟରେ ଲେଖିଥିଲେ‘ବିଳମ୍ୱିତ ରାତ୍ରିରେ ସିନ୍ଧିଆଙ୍କ ସହ ଫୋନରେ କଥା ହୋଇଥିଲି। ସେ କହିଲେ ରାହୁଲଙ୍କ ସହ କଥା ହେବା ପାଇଁ ଅନେକ ଚେଷ୍ଟା କରିଥିଲି, ହେଲେ ତାଙ୍କ ଆଡ଼ୁ କୌଣସି ଉତ୍ତର ଆସିଲାନି’। ମଣିକ୍ୟ ହେଉଛନ୍ତି ପୂର୍ବତନ କଂଗ୍ରେସ ନେତା। ଯିଏକି ନିକଟରେ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତ୍ରିପୁରା କଂଗ୍ରେସର ସଭାପତି ଥିଲେ।

ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମଣିକ୍ୟ କହିଥିଲେ “ମୁଁ ଜାଣେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମାସ ମାସ ଧରି ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଚେଷ୍ଟା କରୁଥିଲେ। ହେଲେ ରାହୁଲଙ୍କ ତରଫରୁ କୌଣସି ସମୟ ଦିଆଯାଇନଥିଲା। ଯଦି ସେ (ରାହୁଲ ଗାନ୍ଧୀ) ଆମ କଥା ଶୁଣିବାକୁ ଚାହୁଁନାହାଁନ୍ତି, ତେବେ ସେ ଆମକୁ ପାର୍ଟିରେ କାହିଁକି ଆଣିଲେ?”।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos