ନିଜ ବିମାନ ନିଜେ 'ମରାମତି' କଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିଛି। ସେ ହିମାଚଳ ପ୍ରଦେଶରେ ପ୍ରଚାର ପାଇଁ ଯାଇଥିବା ବେଳେ ସେଠାରେ ନିଜ ବିମାନର ମରାମତି କରୁଥିବା ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତ ଏକ ଫଟୋକୁ ରାହୁଲ ଗାନ୍ଧି ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଶୁକ୍ରବାର ରାହୁଲ ହିମାଚଳ ପ୍ରଦେଶରେ ପ୍ରଚାର କରିବାକୁ ଯାଇଥିଲେ। ଏଠାରେ ତାଙ୍କ ବିମାନ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ସେ ଏହାର ମରାମତି ପାଇଁ ମେକାନିକଙ୍କ ପାଇଁ ଅପେକ୍ଷା […]

saqq

Hemant Lenka
  • Published: Sunday, 12 May 2019
  • , Updated: 12 May 2019, 05:56 PM IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିଛି। ସେ ହିମାଚଳ ପ୍ରଦେଶରେ ପ୍ରଚାର ପାଇଁ ଯାଇଥିବା ବେଳେ ସେଠାରେ ନିଜ ବିମାନର ମରାମତି କରୁଥିବା ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତ ଏକ ଫଟୋକୁ ରାହୁଲ ଗାନ୍ଧି ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ଶୁକ୍ରବାର ରାହୁଲ ହିମାଚଳ ପ୍ରଦେଶରେ ପ୍ରଚାର କରିବାକୁ ଯାଇଥିଲେ। ଏଠାରେ ତାଙ୍କ ବିମାନ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ସେ ଏହାର ମରାମତି ପାଇଁ ମେକାନିକଙ୍କ ପାଇଁ ଅପେକ୍ଷା କରି ନଥିଲେ। ବରଂ ବିମାନରେ ଥିବା ଅନ୍ୟ କର୍ମଚାରୀଙ୍କ ସହ ମିଶି ନିଜେ ବିମାନର କିଛି ଅଂଶରେ ସ୍କ୍ରୁ ଲଗାଇଥିଲେ। ଉନ୍ନାଠାରେ ରାହୁଲ ଏପରି ମରାମତି କରୁଥିବା ବେଳେ ପ୍ରଫେସନାଲ ମେକାନିକଙ୍କ ଭଳି ବିମାନର ତଳ ଭାଗରେ ଶୋଇ କାମ କରିଥିଲେ। ଏହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Related story