ରାଜଧାନୀର କରୋନା ସ୍ଥିତି ପାଇଁ ସ୍ୱତନ୍ତ୍ର ରଣନୀତି, ୮୦୦ ବେଡ୍‌ ବିଶିଷ୍ଟ ରେଳ କୋଚ୍‌ ମୁତୟନ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ହସ୍ପିଟାଲରେ ବେଡ୍‌ ସଂଖ୍ୟାର ଅଭାବ ଦେଖାଯିବାର ଆଶଙ୍କା ପ୍ରକାଶ ପାଇଛି। ଦିଲ୍ଲୀ ସରକାରଙ୍କୁ ଏଭଳି ସ୍ଥିତିରେ ସହଯୋଗ କରିବା ପାଇଁ କେନ୍ଦ୍ର ହାତ ବଢ଼ାଇଛି। ଆଜି ଏଥିପାଇଁ କେନ୍ଦ୍ର ସରକାର ଦିଲ୍ଲୀରେ ୮୦୦ ବେଡ୍‌ର ବ୍ୟବସ୍ଥା ଥିବା ରେଳ କୋଚ୍‌ ମୁତୟନ କରିଛନ୍ତି। ଏଥିସହ ୪୫ ଜଣ ଡାକ୍ତର ଓ ୧୬୦ ପାରାମେଡିକାଲ ଷ୍ଟାଫଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଏହି କୋଚ୍‌ଗୁଡ଼ିକ କୋଭିଡ କେୟାର କମ୍‌ […]

r

Hemant Lenka
  • Published: Wednesday, 18 November 2020
  • , Updated: 18 November 2020, 05:39 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ହସ୍ପିଟାଲରେ ବେଡ୍‌ ସଂଖ୍ୟାର ଅଭାବ ଦେଖାଯିବାର ଆଶଙ୍କା ପ୍ରକାଶ ପାଇଛି। ଦିଲ୍ଲୀ ସରକାରଙ୍କୁ ଏଭଳି ସ୍ଥିତିରେ ସହଯୋଗ କରିବା ପାଇଁ କେନ୍ଦ୍ର ହାତ ବଢ଼ାଇଛି। ଆଜି ଏଥିପାଇଁ କେନ୍ଦ୍ର ସରକାର ଦିଲ୍ଲୀରେ ୮୦୦ ବେଡ୍‌ର ବ୍ୟବସ୍ଥା ଥିବା ରେଳ କୋଚ୍‌ ମୁତୟନ କରିଛନ୍ତି। ଏଥିସହ ୪୫ ଜଣ ଡାକ୍ତର ଓ ୧୬୦ ପାରାମେଡିକାଲ ଷ୍ଟାଫଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।

ଏହି କୋଚ୍‌ଗୁଡ଼ିକ କୋଭିଡ କେୟାର କମ୍‌ ଆଇସୋଲେସ ବେଡ୍‌ ଭାବେ ବ୍ୟବହାର କରାଯିବ। ଏ ସମ୍ପର୍କରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପୂର୍ବରୁ ଥିବା ୨୫୦ ଆଇସିୟୁ ବେଡ୍ ବ୍ୟତୀତ ଡିଆରଡିଓ ଆଉ ୨୫୦ଟି ଆଇସିୟୁ ବେଡ୍‌ ତିଆରି କରିବ। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଏହି ବେଡ୍‌ କାମ ଶେଷ ହେବ। ଦିଲ୍ଲୀ ପାଇଁ ନିୟୋଜିତ ହୋଇଥିବା ଡାକ୍ତର ଓ ପାରାମେଡିକାଲ କର୍ମଚାରୀମାନେ ଦିଲ୍ଲୀ ଏୟାରପୋର୍ଟ ନିକଟରେ ଥିବା ଡିଆରଡିଓ ହସ୍ପିଟାଲ ଓ ଛତ୍ରପୁର ଠାରେ ଥିବା ଗୋଟିଏ କୋଭିଡ କେୟାର ସେଣ୍ଟର୍‌ରେ କାମ କରିବେ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୧୦ଟି ଟିମ୍‌ ଗଠନ କରିଛି। ସେମାନେ ଦିଲ୍ଲୀରେ ଥିବା ୧୦୦ରୁ ଅଧିକ ଘରୋଇ ହସ୍ପିଟାଲକୁ ଯାଇ ସେଠାରେ ଥିବା ବେଡ୍‌ ଓ ଟେଷ୍ଟିଂ ସଂଖ୍ୟାର ଆକଳନ କରିବେ। ସେହିପରି ରେଳବାଇ ପକ୍ଷରୁ ୮୦୦ ବେଡ୍‌ ବିଶିଷ୍ଟ ରେଳ କୋଚ୍‌କୁ ଶାକୁର ବସ୍ତି ନିକଟରେ ମୁତୟନ କରାଯାଇଛି।

ଏଠାରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ରହିଛନ୍ତି। ଖାଲି ସେତିକି ନୁହେଁ, ବେଙ୍ଗାଲୁରୁରେ ଥିବା ଭାରତ ଇଲେକଟ୍ରୋନିକ୍ସ ଲିଃ (ବିଇଏଲ)ରୁ ଦିଲ୍ଲୀ ପାଇଁ ୨୫୦ଟି ଭେଣ୍ଟିଲେଟର ତିଆରି କରାଯାଇଛି। ଏଗୁଡ଼ିକ ସେଠାରୁ ଦିଲ୍ଲୀ ଅଭିମୁଖେ ବାହାରିଛି।

ଚଳିତ ସପ୍ତାହ ଶେଷ ସୁଦ୍ଧା ସେଗୁଡ଼ିକ ଦିଲ୍ଲୀରେ ପହଞ୍ଚି ଯିବ। ସେହିପରି ଦିଲ୍ଲୀରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଘର ଘର ବୁଲି ସର୍ଭେ କରାଯାଉଛି। ଆସନ୍ତା ୨୫ ତାରିଖ ସୁଦ୍ଧା ଏହା ଶେଷ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Related story