'ବଢ଼ିବ ରେଳ ଭଡ଼ା'

ନୂଆଦିଲ୍ଲୀ: ନିକଟରେ ମାଲ ଭଡ଼ା ବଢ଼ିଥିଲା। ଆଗାମୀ ଦିନରେ ରେଳ ଭଡ଼ା ବଢ଼ିବ। ଗୁରୁବାର ରେଲଓ୍ୱେ ବୋର୍ଡର ଅଧ୍ୟକ୍ଷ ଭି କେ ଯାଦବ ଏହା କହିଛନ୍ତି। ଏବେ ଭଡ଼ା ବଢ଼ିବା ପୂର୍ବରୁ ବିଭିନ୍ନ ଦିଗ ଉପରେ ସମୀକ୍ଷା ହେଉଛି। ଏହା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଏବେ ଆମେ ଯାତ୍ରୀଙ୍କ ଭଡ଼ା ଓ ମାଲ ଭଡ଼ା ଉପରେ ସମୀକ୍ଷା କରୁଛୁ। ମୁଁ ଏ ବାବଦରେ ଆଉ ଅଧିକ କହି ପାରିବିନି କହି ଗଣମାଧ୍ୟମକୁ […]

indian-railways-640x420

Subhransu Sekhar
  • Published: Friday, 27 December 2019
  • , Updated: 27 December 2019, 01:51 PM IST

ନୂଆଦିଲ୍ଲୀ: ନିକଟରେ ମାଲ ଭଡ଼ା ବଢ଼ିଥିଲା। ଆଗାମୀ ଦିନରେ ରେଳ ଭଡ଼ା ବଢ଼ିବ। ଗୁରୁବାର ରେଲଓ୍ୱେ ବୋର୍ଡର ଅଧ୍ୟକ୍ଷ ଭି କେ ଯାଦବ ଏହା କହିଛନ୍ତି। ଏବେ ଭଡ଼ା ବଢ଼ିବା ପୂର୍ବରୁ ବିଭିନ୍ନ ଦିଗ ଉପରେ ସମୀକ୍ଷା ହେଉଛି। ଏହା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଏବେ ଆମେ ଯାତ୍ରୀଙ୍କ ଭଡ଼ା ଓ ମାଲ ଭଡ଼ା ଉପରେ ସମୀକ୍ଷା କରୁଛୁ। ମୁଁ ଏ ବାବଦରେ ଆଉ ଅଧିକ କହି ପାରିବିନି କହି ଗଣମାଧ୍ୟମକୁ ଆଡ଼େଇ ଚାଲିଯାଇଥିଲେ ଭି କେ ଯାଦବ।

ତେବେ ରେଲଓ୍ୱେ ଅଫିସ ମଧ୍ୟ ଏ ବାବଦରେ ମତ ରଖିବାକୁ ଯାଇ କହିଛି, ରେଳ ବିଭାଗର ଆର୍ଥିକ ସ୍ଥିତି ଭଲ ନାହିଁ। ଏହି ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ ଭଡ଼ା ବଢ଼ାଇବା ଏକମାତ୍ର ପଦକ୍ଷେପ।

ତେବେ ବିଳମ୍ୱିତ ରାତିରେ ରେଲଓ୍ୱେ ମୁଖପାତ୍ର କହିଛନ୍ତି, ଯାତ୍ରୀ ଭଡ଼ା ବଢ଼ାଇବା ନେଇ କୌଣସି ପ୍ରସ୍ତାବ ନାହିଁ। ଯାତ୍ରୀଙ୍କ ଭଡ଼ା ବାବଦରେ ତର୍କ ସଙ୍ଗତ ଯୁକ୍ତି ଚାଲିଛି। ଏହାର ଅର୍ଥ ନୁହେଁ ଭଡ଼ା ବଢ଼ିବ ଆବଶ୍ୟକ ପଡ଼ିଲେ ଭଡ଼ା କମିପାରେ।

ସୂଚନାଯୋଗ୍ୟ, ନିକଟରେ ପ୍ରଧାନମନ୍ତ୍ରୀଙ୍କ ଅଫିସ ରେଳ ବିଭାଗକୁ ଏକ ନିର୍ଦ୍ଦେଶ ଦେଇଥିଲା। ଯେଉଁଥିରେ ଦେଶର ରେଳ ବିଭାଗର ଆଧୁନିକୀକରଣ ଏବଂ ଭଡ଼ା ବଢ଼ାଇବା ବାବଦରେ ଉଲ୍ଲେଖ କରିଥିଲା। ଏହା ପୂର୍ବରୁ ଅକ୍ଟୋବର ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ରେଳ ବୋର୍ଡର ଏକ ବୈଠକ ବସିଥିଲା। ଯେଉଁଥିରେ ରେଳ ବିଭାଗରେ ଦେଖାଦେଇଥିବା ଆର୍ଥିକ ସ୍ଥିତି ବାବଦରେ ଆଲୋଚନା ହୋଇଥିଲା।

ତେବେ ରେଳ ବୋର୍ଡ଼ ଅଧ୍ୟକ୍ଷ ସ୍ୱୀକାର କରିଛନ୍ତି, ପେନସନ ଉପଭୋକ୍ତାଙ୍କୁ ମିଶାଇ ମୋଟ୍ ୧୩ ଲକ୍ଷ କର୍ମଚାରୀ ରହିଛନ୍ତି। ଏଥିପାଇଁ ରେଳ ବିଭାଗକୁ ୨.୧୮ ଲକ୍ଷ ଟଙ୍କାର ବୋଝ ମୁଣ୍ଡାଇବାକୁ ପଡ଼ୁଛି। ହେଲେ ରେଳ ବିଭାଗ ୨ ଲକ୍ଷ କୋଟି ଟଙ୍କା ରୋଜଗାର କରୁଛି।

Related story