ଦୁଇ ଘଣ୍ଟା ବର୍ଷାରେ ଭାସିଲା, ବୁଡ଼ିଲା ଦିଲ୍ଲୀ!

ନୂଆଦିଲ୍ଲୀ: କରୋନା ପରେ ଦିଲ୍ଲୀବାସୀଙ୍କ ଅଣ୍ଟାରେ ମାଡ଼ ମାରିଛି ଲଗାଣ ବର୍ଷା। ସ୍ଥିତି ଏମିତି ଯେ ଦିଲ୍ଲୀରେ ପ୍ରାୟ ଦୁଇ ଘଣ୍ଟା ଧରି ପ୍ରବଳ ବର୍ଷା ହେବାରୁ ଏକ ଘର ଭୁଶୁଡି ପଡ଼ିଛି। ଏହି ଘଟଣା ଆଇଟିଓ ନିକଟ ଆନ୍ନା ନାଗରର ବସ୍ତି ଅଞ୍ଚଳରେ ଘଟିଥିଲା। ପ୍ରବଳ ବର୍ଷା କାରଣରୁ ରାସ୍ତାରେ ଏକ ବିରାଟ ଖାଲ ସୃଷ୍ଟି ହୋଇଥିଲା ଏବଂ ଏହାର କିଛି ସମୟ ପରେ ରାସ୍ତା କଡ଼ରେ ନିର୍ମିତ ଦୁଇ ମହଲା ଘର ଭୁଶୁଡ଼ି ପଡ଼ିଛି। […]

heaviey rain

Subhransu Sekhar
  • Published: Sunday, 19 July 2020
  • , Updated: 19 July 2020, 05:22 PM IST

ନୂଆଦିଲ୍ଲୀ: କରୋନା ପରେ ଦିଲ୍ଲୀବାସୀଙ୍କ ଅଣ୍ଟାରେ ମାଡ଼ ମାରିଛି ଲଗାଣ ବର୍ଷା। ସ୍ଥିତି ଏମିତି ଯେ ଦିଲ୍ଲୀରେ ପ୍ରାୟ ଦୁଇ ଘଣ୍ଟା ଧରି ପ୍ରବଳ ବର୍ଷା ହେବାରୁ ଏକ ଘର ଭୁଶୁଡି ପଡ଼ିଛି। ଏହି ଘଟଣା ଆଇଟିଓ ନିକଟ ଆନ୍ନା ନାଗରର ବସ୍ତି ଅଞ୍ଚଳରେ ଘଟିଥିଲା। ପ୍ରବଳ ବର୍ଷା କାରଣରୁ ରାସ୍ତାରେ ଏକ ବିରାଟ ଖାଲ ସୃଷ୍ଟି ହୋଇଥିଲା ଏବଂ ଏହାର କିଛି ସମୟ ପରେ ରାସ୍ତା କଡ଼ରେ ନିର୍ମିତ ଦୁଇ ମହଲା ଘର ଭୁଶୁଡ଼ି ପଡ଼ିଛି। ଘର ଭୁଶୁଡ଼ିବାର ଏକ ଭିଡିଓ ସୋଶାଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରାସ୍ତା ଉପରେ ଜଳର ପ୍ରଖର ସ୍ରୋତ ଦେଖିବାକୁ ମିଳିଛି।

https://www.facebook.com/OdishaReporter/videos/337101600627810/

ଏଥିସହିତ ଜଣେ ସ୍ଥାନୀୟ ମହିଳା କହିଛନ୍ତି, "ବର୍ଷା ପାଇଁ ଡ୍ରେନ ପାଣି ଭରି ଯାଇ ରାସ୍ତାକୁ ମାଡ଼ି ଆସିଛି। ପାର୍କିଂ ଅଞ୍ଚଳ ପାଇଁ ଖୋଳାଯାଇଥିବା ସ୍ଥାନରେ ବର୍ଷା ପାଣି ଭର୍ତ୍ତି ହୋଇଯାଇଥିଲା। ତେଣୁ ରାସ୍ତା କ୍ରମଶଃ ଦୁର୍ବଳ ହୋଇଯିବାରୁ ଆଖପାଖ ଘରଗୁଡ଼ିକ ପ୍ରଭାବିତ ହୋଇଛି। ମୋର ନିଜ ଘର ମଧ୍ୟ ଏହାର ପ୍ରଭାବରେ ଭୁଶୁଡ଼ି ପଡ଼ିଛି। ତେବେ ଘର ଭିତରେ କେହି ନଥିବା ସୂଚନା ରହିଛି"।

https://twitter.com/ANI/status/1284792597710422017

ରବିବାର ମିଣ୍ଟୋ ରୋଡସ୍ଥିତ ପୋଲ ତଳେ ପାଣିରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଯୋଗୁ ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିବା ବେଳେ ଏକ ଡିଟିସି ବସ ଏବଂ ଏକ ଅଟୋ ରିକ୍ସା, କାର ପାଣିରେ ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି। ଖବର ପାଇବା ପରେ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର, ହେଲପରଙ୍କ ସମେତ ଅନ୍ୟାନ୍ୟ ଲୋକଙ୍କୁ ଉଦ୍ଧାର କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି, ମିଣ୍ଟୋ ରୋଡରେ ଦେଖାଦେଇଥିବା ସ୍ଥିତି ଉପରେ ମୋର ନଜର ଥିଲା। ସକାଳେ ଏଭଳି ସ୍ଥିତି ଦେଖିବା ପରେ ପ୍ରଶାସନ ସହିତ କଥା ହୋଇ ପମ୍ପିଂ ଜରିଆରେ ପାଣିକୁ ନିଷ୍କାସନ କରାଯାଇଛି।

ଅନ୍ୟପଟେ ମଙ୍ଗଳବାର ପର୍ଯ୍ୟନ୍ତ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Related story