ରାଜଭବନ ପାଲଟିଲା କରୋନାର ହଟସ୍ପଟ

ଚେନ୍ନାଇ: ଦେଶରେ ବେକାବୁ ହୋଇଛି କରୋନା। ଏବେ ତାମିଲନାଡୁର ରାଜଭବନ କରୋନାର ହଟସ୍ପଟ ପାଲଟିଛି। ରାଜଭବନରେ ନିୟୋଜିତ ଥିବା ୮୪ରୁ ଅଧିକ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ସୁରକ୍ଷାକର୍ମୀ, ସିକ୍ୟୁରିଟି ଗାର୍ଡ ମଧ୍ୟ ରହିଥିବା ସୂଚନା ରହିଛି। ରାଜଭବନରେ ନିୟୋଜିତ ଥିବା ୧୪୭ କର୍ମଚାରୀଙ୍କ କରୋନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ୮୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ରାଜଭବନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରି କୁହାଯାଇଛି। ଏବେ ସମସ୍ତ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା […]

Tamilnadu RAJ BHAVAN

Subhransu Sekhar
  • Published: Thursday, 23 July 2020
  • , Updated: 23 July 2020, 05:54 PM IST

ଚେନ୍ନାଇ: ଦେଶରେ ବେକାବୁ ହୋଇଛି କରୋନା। ଏବେ ତାମିଲନାଡୁର ରାଜଭବନ କରୋନାର ହଟସ୍ପଟ ପାଲଟିଛି। ରାଜଭବନରେ ନିୟୋଜିତ ଥିବା ୮୪ରୁ ଅଧିକ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ସୁରକ୍ଷାକର୍ମୀ, ସିକ୍ୟୁରିଟି ଗାର୍ଡ ମଧ୍ୟ ରହିଥିବା ସୂଚନା ରହିଛି।

ରାଜଭବନରେ ନିୟୋଜିତ ଥିବା ୧୪୭ କର୍ମଚାରୀଙ୍କ କରୋନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ୮୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ରାଜଭବନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରି କୁହାଯାଇଛି।

ଏବେ ସମସ୍ତ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ତାମିଲନାଡୁ ସ୍ୱାସ୍ଥ୍ୟ ବିଭାଗ କହିଛି। ଆକ୍ରାନ୍ତ ମାନେ ରାଜ୍ୟପାଳଙ୍କ ବାସଭବନ ବାହାରେ ନିୟୋଜିତ ଥିଲେ। କେହି ରାଜ୍ୟପାଳଙ୍କ ସହିତ ସମ୍ପର୍କରେ ଆସି ନାହାନ୍ତି ବୋଲି ରାଜଭବନ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ତାମିଲନାଡୁରେ ୧,୮୬,୪୯୨ ଜଣ ଏଯାବତ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୧,୩୧, ୫୮୩ ଆରୋଗ୍ୟ ହୋଇଥିବା ବେଳେ ୫୧, ୭୬୨ ଚିକିତ୍ସାଧୀନ ରହିଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୩,୧୪୪ ରହିଛି।

Related story