ବିଧାନସଭା ଅଧିବେଶନ ପାଇଁ ଅନୁମତି ଦେଲେ ରାଜସ୍ଥାନ ରାଜ୍ୟପାଳ

ଜୟପୁର: ରାଜସ୍ଥାନରେ କ୍ଷମତା ଯୁଦ୍ଧ ଚାଲିଥିବା ବେଳେ ରାଜ୍ୟପାଳ କଲରାଜ ମିଶ୍ର ଗେହଲଟ ସରକାରକୁ ବିଧାନସଭା ଅଧିବେଶନ ଡାକିବାକୁ ଅନୁମତି ଦେଇଛନ୍ତି। ୨୧ ଦିନ ମଧ୍ୟରେ ବିଧାନସଭା ଡାକିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ କରୋନା ମହାମାରୀ ଚାଲିଥିବାରୁ ବିଧାନସଭାକୁ ବିଧାୟକମାନେ ଯେମିତି ସୁରକ୍ଷିତ ହୋଇ ଆସିବେ ସେଥିପ୍ରତି ଧ୍ୟାନ ଦେବାକୁ ରାଜ୍ୟପାଳ କହିଛନ୍ତି। ଏମିତିକି ସାମାଜିକ ଦୂରତା ପାଳନ କରିବାକୁ କହିଛନ୍ତି ରାଜ୍ୟପାଳ। ଯଦି ବିଧାନସଭାରେ ସରକାର ସଂଖ୍ୟା ଗରିଷ୍ଠତା ଦେଖାଇବାକୁ ଚାହିଁବେ ତା’ହେଲେ ଏହାକୁ […]

kalraj_mishra

Subhransu Sekhar
  • Published: Monday, 27 July 2020
  • , Updated: 27 July 2020, 05:13 PM IST

ଜୟପୁର: ରାଜସ୍ଥାନରେ କ୍ଷମତା ଯୁଦ୍ଧ ଚାଲିଥିବା ବେଳେ ରାଜ୍ୟପାଳ କଲରାଜ ମିଶ୍ର ଗେହଲଟ ସରକାରକୁ ବିଧାନସଭା ଅଧିବେଶନ ଡାକିବାକୁ ଅନୁମତି ଦେଇଛନ୍ତି। ୨୧ ଦିନ ମଧ୍ୟରେ ବିଧାନସଭା ଡାକିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ କରୋନା ମହାମାରୀ ଚାଲିଥିବାରୁ ବିଧାନସଭାକୁ ବିଧାୟକମାନେ ଯେମିତି ସୁରକ୍ଷିତ ହୋଇ ଆସିବେ ସେଥିପ୍ରତି ଧ୍ୟାନ ଦେବାକୁ ରାଜ୍ୟପାଳ କହିଛନ୍ତି। ଏମିତିକି ସାମାଜିକ ଦୂରତା ପାଳନ କରିବାକୁ କହିଛନ୍ତି ରାଜ୍ୟପାଳ।

ଯଦି ବିଧାନସଭାରେ ସରକାର ସଂଖ୍ୟା ଗରିଷ୍ଠତା ଦେଖାଇବାକୁ ଚାହିଁବେ ତା’ହେଲେ ଏହାକୁ ଟିଭିରେ ସିଧା ପ୍ରସାରଣ କରିବା ଜରୁରୀ ବୋଲି ରାଜ୍ୟପାଳ କହିଛନ୍ତି। ଏହାବାଦ ଅନେକ ସର୍ତ୍ତ ରଖିଛନ୍ତି ରାଜ୍ୟପାଳ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଜୁଲାଇ ୩୧ରେ ବିଧାନସଭା ଅଥିବେଶନ ଡାକିବାକୁ ରାଜ୍ୟପାଳଙ୍କ ଅନୁମତି ମାଗିଥିଲେ। ଏହାବାଦ କଂଗ୍ରେସ ନେତା ସଲମାନ ଖୁର୍ସିଦ, କପିଲ ଶିବଲ ଏବଂ ଅଶ୍ୱିନୀ କୁମାର ରାଜ୍ୟପାଳଙ୍କୁ ଚିଠି ଲେଖି ବିଧାନସଭା ଅଧିବେଶନକୁ ଅନୁମତି ଦେବା ପାଇଁ ନିବେଦନ କରିଥିଲେ।

Related story