ନୂଆଦିଲ୍ଲୀ:ପୂର୍ବତନ ଆରବିଆଇ ଗଭର୍ଣ୍ଣ ରଘୁରାମ ରାଜନ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ ବା ଆଇଏମ୍ଏଫ୍ରେ ସାମିଲ ହୋଇଛନ୍ତି। ସେ ବର୍ତ୍ତମାନ ଆଇଏମ୍ଏଫ୍ର ପରିଚାଳନା ନିର୍ଦ୍ଦେଶକଙ୍କ ପରାମର୍ଶଦାତା ଗ୍ରୁପ୍ର ସଦସ୍ୟ ରହିବେ।
ଆଇଏମ୍ଏଫ୍ର ଏମ୍ଡି କ୍ରିଷ୍ଟାଲିନା ଜର୍ଜିଭା ନୂଆ ପରାମାର୍ଶଦାତା ଗ୍ରୁପ୍ ଗଢ଼ିଛନ୍ତି। ଏହା ସାରା ବିଶ୍ୱରେ ବିଭିନ୍ନ ପଲିସି ସର୍ମ୍ପକିତ ସମସ୍ୟା ଉପରେ ନଜର ରଖିବ। ବିଶେଷ କରି ବର୍ତ୍ତମାନ କରୋନା କାରଣରୁ ଉପୁଜିଥିବା ସ୍ଥିତି ଉପରେ ଏହି ଗ୍ରୁପ୍ ଧ୍ୟାନ ରଖିବ।
ଏକ ବିବୃତ୍ତି ଜାରି କରି ଆଇଏମ୍ଏଫ୍ ଏମ୍ଡି କହିଥିଲେ, କରୋନା ବ୍ୟାପିବା ପୂର୍ବରୁ ମଧ୍ୟ ସେମାନେ ସ୍ୱାସ୍ଥ୍ୟ, ଅର୍ଥନୀତି ଏବଂ ଆର୍ଥିକ ସମସ୍ୟା ଉପରେ କାମ କରୁଥିଲେ। ଏବେ ସାରା ବିଶ୍ୱରୁ ତଥ୍ୟ ଏବଂ ବିଶେଷଜ୍ଞଙ୍କ ପରାମର୍ଶ ଦରକାର ପଡ଼ିବ। ଏତଦ୍ବ୍ୟତୀତ ଆଇଏମ୍ଏଫ୍ର ଆଇଡିଆକୁ ନେଇ ପ୍ରତିକ୍ରିୟା ମଧ୍ୟ ଦରକାର ପଡ଼ିବ ବୋଲି ସେ କହିଛନ୍ତି। ଏହି ଗ୍ରୁପ୍ରେ ବିଶ୍ୱର ବିଭିନ୍ନ ଅର୍ଥନୀତିକ ବିଶେଷଜ୍ଞ ସଦସ୍ୟ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପ୍ରେମ ପକ୍ଷୀଙ୍କୁ ବିଷ ପିଆଇଲେ, ତଣ୍ଟି ଚିପି ମାରିଦେଲେ ଝିଅ ଘର ଲୋକ
ଯେଉଁ ପରିବାରକୁ ପ୍ରେମ ପକ୍ଷୀ ଏତେ ଭଲ ପାଉଥିଲେ, ଶେଷରେ ସେଇମାନେ ହିଁ ଉଭୟଙ୍କ ଜୀବନ ନେଇ ଗଲେ। ପ୍ରେମ ପକ୍ଷୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟ କରିଛନ୍ତି ଝିଅ ଘର ଲୋକ।
Politics
ବିଜେପି ନେତାଙ୍କ କଟାକ୍ଷ ଶୁଣି କାନ୍ଦିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ବିଜେପି ନେତା ରମେଶ ବିଧୁରୀଙ୍କ ବିବାଦୀୟ କଟାକ୍ଷ ସମ୍ପର୍କରେ ମତ ରଖିବା ବେଳେ ଆଜି ସର୍ବସମ୍ମୁଖରେ କାନ୍ଦିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ।
National
HMPV ନୂଆ ଭାଇରସ ନୁହେଁ, ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରାମର୍ଶ
ଏଚଏମପିଭି କୌଣସି ନୂଆ ପ୍ରକାରର ଭାଇରସ ନୁହେଁ। ତେଣୁ ଦେଶବାସୀ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ଭାଇରସ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା। ସେବେଠାରୁ ଏହା ବିଶ୍ୱର ବିଭିନ୍ନ ସ୍ଥାନରେ ରହିଛି ବୋଲି ନଡ୍ଡା କହିଛନ୍ତି।
National
ଆତ୍ମହତ୍ୟା କରିଥିବା ଅତୁଲଙ୍କ ପତ୍ନୀଙ୍କୁ କୋର୍ଟଙ୍କ ପ୍ରଶ୍ନ: କାହିଁକି ତୁମେ ତଦନ୍ତ ଚାହୁଁନ?
ବେଙ୍ଗାଲୁରୁରେ ଗୋଟିଏ ଅଟୋମୋବାଇଲ କମ୍ପାନୀରେ କାମ କରୁଥିବା ଅତୁଲଙ୍କୁ ଛାଡ଼ପତ୍ର ବିବାଦର ସମାଧାନ ପାଇଁ ପତ୍ନୀ ନିକତା ୩ କୋଟି ଟଙ୍କା ମାଗୁଥିଲେ। ଏପରି କି ସେ ତାଙ୍କୁ କୋର୍ଟକୁ ଟାଣି ମାନସିକ ଚାପ ପକାଉଥିଲେ।
National
୪ ଦଶନ୍ଧିର ସେବା ପରେ ଅବସର ନେଲେ କାନ୍ଦାହାର ଅପହରଣର ହିରୋ ଦେବୀ ଶାରନ
କର୍ଣ୍ଣାଲ ଫ୍ଲାଇଂ କ୍ଲବରୁ ୧୯୮୪ରେ କ୍ୟାପ୍ଟେନ ଦେବୀ ଶାରନଙ୍କ ବେସାମରିକ ବିମାନ ଚଳାଚଳ ଯାତ୍ରା ଆରମ୍ଭ ହୋଇଥିଲା। ୧୯୮୫ରେ ସେ ଇଣ୍ତିଆନ ଏୟାରଲାଇନ୍ସରେ ଯୋଗ ଦେଇଥିଲେ।