‘ଆମ ପାଖରେ ବହୁମତ ଅଛି, କେନ୍ଦ୍ରୀୟ ତଦନ୍ତକୁ ଡରୁନାହୁଁ’

ଜୟପୁର: ରାଜସ୍ଥାନରେ ସରକାର ଭାଙ୍ଗିବା ନେଇ ବିଜେପି ନାମରେ କଂଗ୍ରେସ ଷଡ଼ଯନ୍ତ୍ର କରିବା ପରେ ବିଭିନ୍ନ ମାମଲାରେ କଂଗ୍ରେସ ନେତାଙ୍କ ଘରେ ଇଡି ଏବଂ ସିବିଆଇ ରେଡ୍ ହୋଇଛି। ଏହାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ସିବିଆଇ, ଇଡି କିପରି କାର୍ଯ୍ୟ କରୁଛି ତାହା ସମସ୍ତେ ଜାଣନ୍ତି, ଏହା ଏକ ନୂଆ କଥା ନୁହେଁ। ଆମେ ଏହି ଆକ୍ରମଣକୁ ଭୟ କରୁ […]

ashok-gehlot

Subhransu Sekhar
  • Published: Thursday, 23 July 2020
  • , Updated: 23 July 2020, 10:06 PM IST

ଜୟପୁର: ରାଜସ୍ଥାନରେ ସରକାର ଭାଙ୍ଗିବା ନେଇ ବିଜେପି ନାମରେ କଂଗ୍ରେସ ଷଡ଼ଯନ୍ତ୍ର କରିବା ପରେ ବିଭିନ୍ନ ମାମଲାରେ କଂଗ୍ରେସ ନେତାଙ୍କ ଘରେ ଇଡି ଏବଂ ସିବିଆଇ ରେଡ୍ ହୋଇଛି। ଏହାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ସିବିଆଇ, ଇଡି କିପରି କାର୍ଯ୍ୟ କରୁଛି ତାହା ସମସ୍ତେ ଜାଣନ୍ତି, ଏହା ଏକ ନୂଆ କଥା ନୁହେଁ। ଆମେ ଏହି ଆକ୍ରମଣକୁ ଭୟ କରୁ ନାହୁଁ କି ଆମର ମିଶନ ବନ୍ଦ ହେବ ନାହିଁ।

ଖୁବଶୀଘ୍ର ବିଧାନସଭା ଅଧିବେଶନ ଅନୁଷ୍ଠିତ ହେବ। ସମସ୍ତ କଂଗ୍ରେସ ବିଧାୟକ ଏକଜୁଟ ହୋଇଛନ୍ତି। ଯେଉଁମାନେ କୋର୍ଟକୁ ଯାଇଛନ୍ତି ରାୟ ପରେ ସ୍ପଷ୍ଟ ହେବ। ଆଣ୍ଟି-ଡିଫେକ୍ସନ୍ ବିଲ୍ ସହିତ କୌଣସି ସମ୍ପର୍କ ନାହିଁ। କଂଗ୍ରେସ ବିଧାୟକ ଥିବା ହୋଟେଲରେ ଏକ ବୈଠକ କରାଯାଇ ସମସ୍ତ ବିଷୟରେ ଆଲୋଚନା ହୋଇଛି ବୋଲି ଗେହଲଟ କହିଛନ୍ତି।

https://twitter.com/ashokgehlot51/status/1286276153527869441

ବିଦ୍ରୋହୀ ବିଧାୟକ ଦଳ ଛାଡିବାକୁ ଚାହୁଁଛନ୍ତି, ତାଙ୍କୁ ନୋଟିସ ଦେବା ପରେ, ତାଙ୍କ ସହ କଥା ହେବା ପରେ ସେ ପଦବୀରେ ରହିବେ କି ନାହିଁ ସେ ନେଇ ନିଜସ୍ୱ ନିଷ୍ପତ୍ତି ନେଇପାରିବେ। ଏବେ କୋର୍ଟରେ ଏହାକୁ ନେଇ ବିତର୍କ ଚାଲିଛି। କୋର୍ଟ ସମସ୍ତ ପ୍ରସଙ୍ଗରେ ରାୟ ଶୁଣାଇବେ। ଆଣ୍ଟି-ଡିଫେକ୍ଟ ଆକ୍ଟ ସହିତ ଏହାର କୈଣସି ସମ୍ପର୍କ ନାହିଁ। ଆମ ପାଖରେ ସଂଖ୍ୟାଗରିଷ୍ଠତା ଅଛି, ଆମେ ଏକଜୁଟ, ବିଧାନସଭାରେ ଏହାର ପ୍ରମାଣ ଦେବୁ ବୋଲି ଗେହଲଟ କହିଛନ୍ତି।

ଯେଉଁମାନଙ୍କୁ ବନ୍ଧକ ରଖି ତାଙ୍କୁ ଭୟଭୀତ କରିବାକୁ ବାଉନ୍ସର୍ ରଖାଯାଇଛି, ସେମାନଙ୍କର ଫୋନ୍ କଲ୍ ଆସିଛି। ସେମାନେ ସେଠାରୁ ବାହାରିବାକୁ ଚାହୁଁଛନ୍ତି। ସେମାନେ ବାହାରକୁ ଆସିଲେ ଗେହଲଟ ସରକାରଙ୍କ ସପକ୍ଷରେ ଭୋଟ୍ ଦେବେ ବୋଲି କଂଗ୍ରେସ କହିଛି।

ଇଡି, ଆୟକର, ସିବିଆଇ ଲଗାତାର ଛଅ ବର୍ଷ ଧରି ପ୍ରଧାନମନ୍ତ୍ରୀଙ୍କ ସରକାରରେ ଅମିତ ଶାହାଙ୍କ ନିର୍ଦ୍ଦେଶରେ କାମ କରୁଛି। ସମସ୍ତେ ଜାଣନ୍ତି ସିବିଆଇ ଏବଂ ଇଡି କିପରି କାର୍ଯ୍ୟ କରୁଛି, ଏହା କିଛି ନୂଆ କଥା ନୁହେଁ। ପୂର୍ବରୁ ରେଡ୍ ଶେଷ ହେବା ପରେ ସମସ୍ତ ଖବର ଜଣାପଡ଼ୁଥିଲା ହେଲେ ଏବେ ରେଡ୍ ହେବାର ତିନି ଚାରି ଦିନ ପୂର୍ବରୁ ଜଣାପଡ଼ି ଯାଉଛି। ଏହି ଆକ୍ରମଣକୁ କଂଗ୍ରେସ ସରକାର ଭୟ କରୁ ନାହୁଁ। ବିଜେପିର ନୀତି ଦେଶକୁ ନଷ୍ଟ କରିବାକୁ ଯାଉଛି। ବିଜେପି ଫାଶିବାଦୀରେ ବିଶ୍ୱାସ କରେ। ଏହାକୁ ପ୍ରତିହତ କରିବାକୁ କଂଗ୍ରେସ ପାଖରେ ଶକ୍ତି ରହିଛି ବୋଲି ରାଜସ୍ଥାନ କଂଗ୍ରେସ କହିଛି।

Related story