ଘାତକ ପ୍ରେମୀଯୁଗଳ: ଜେଲ୍‌ରେ ଗାର୍ଲଫ୍ରେଣ୍ଡ୍‌, ସେପଟେ ଅସ୍ତ୍ରରେ ସଜ୍ଜିତ ହୋଇ ଫେସ୍‌ବୁକ୍‌ରେ ଫଟୋ ଛାଡୁଛି ବୟଫ୍ରେଣ୍ଡ

ଜୟପୁର: ରାଜସ୍ଥାନର ଜଣେ ହତ୍ୟାକାରୀ ଫେସ୍‌ବୁକ୍‌ ଜରିଆରେ ପୋଲିସକୁ ଦେଇଛି ଖୋଲା ଚ୍ୟାଲେଞ୍ଜ। ନିଜକୁ ଗିରଫ କରିବା ପାଇଁ ହତ୍ୟାକାରୀ ପୋଲିସକୁ ଚ୍ୟାଲେଞ୍ଜ କରିଛି। କେବଳ ସେତିକି ନୁହେଁ ପ୍ରେମରେ ପାଗଳ ଥିବା ଏହି ହତ୍ୟାକାରୀ ଜେଲରେ ଥିବା ତା ଗାର୍ଲଫ୍ରେଣ୍ଡ୍‌ ଉପରେ କୌଣସି ଅତ୍ୟାଚାର ହେଲେ ସମସ୍ତଙ୍କୁ ମାରି ଦେବାକୁ ଧମକ ମଧ୍ୟ ଦେଇଛି। ପୋଲିସ୍‌ର କହିବାନୁସାରେ, ଶ୍ରୀଗଙ୍ଗାନଗରର ନେତେବାଳା ବାଇପାସ୍‌ ନିକଟରେ ବ୍ଲାଇଣ୍ଡ୍‌ ମର୍ଡର୍‌ କେସ୍ ସାମ୍ନାକୁ ଆସିଥିଲା। ଯେଉଁଥିରେ ଜଣେ ଯୁବକଙ୍କୁ ଗୁଳି […]

love

Rakesh Mallick
  • Published: Saturday, 12 August 2017
  • , Updated: 12 August 2017, 02:12 PM IST

ଜୟପୁର: ରାଜସ୍ଥାନର ଜଣେ ହତ୍ୟାକାରୀ ଫେସ୍‌ବୁକ୍‌ ଜରିଆରେ ପୋଲିସକୁ ଦେଇଛି ଖୋଲା ଚ୍ୟାଲେଞ୍ଜ। ନିଜକୁ ଗିରଫ କରିବା ପାଇଁ ହତ୍ୟାକାରୀ ପୋଲିସକୁ ଚ୍ୟାଲେଞ୍ଜ କରିଛି। କେବଳ ସେତିକି ନୁହେଁ ପ୍ରେମରେ ପାଗଳ ଥିବା ଏହି ହତ୍ୟାକାରୀ ଜେଲରେ ଥିବା ତା ଗାର୍ଲଫ୍ରେଣ୍ଡ୍‌ ଉପରେ କୌଣସି ଅତ୍ୟାଚାର ହେଲେ ସମସ୍ତଙ୍କୁ ମାରି ଦେବାକୁ ଧମକ ମଧ୍ୟ ଦେଇଛି।

ପୋଲିସ୍‌ର କହିବାନୁସାରେ, ଶ୍ରୀଗଙ୍ଗାନଗରର ନେତେବାଳା ବାଇପାସ୍‌ ନିକଟରେ ବ୍ଲାଇଣ୍ଡ୍‌ ମର୍ଡର୍‌ କେସ୍ ସାମ୍ନାକୁ ଆସିଥିଲା। ଯେଉଁଥିରେ ଜଣେ ଯୁବକଙ୍କୁ ଗୁଳି ମାରି ହତ୍ୟା କରିବା ପରେ ତାକୁ ମାଟି ଖୋଲି ପୋତି ଦିଆଯାଇଥିଲା। ଏହି ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଯାଇଥିଲା। ପୋଲିସ୍‌ ଏହି ଘଟଣାରେ ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଗିରଫ କରିଥିଲା। ତାଙ୍କ ନାଁ ହିନ୍ଦୁବାଳା।

ପୋଲିସ୍ ଏବେ ଗିରଫ ହିନ୍ଦୁବାଳାଙ୍କ ବୟଫ୍ରେଣ୍ଡ ଦୀପକ ମାଲିକଙ୍କୁ ଖୋଜୁଛି। କାଳେ ତା’ ଠାରୁ  କିଛି ତଥ୍ୟ ମିଳିବ। କିନ୍ତୁ  ଦୀପକ ପୋଲିସ୍‌କୁ ଲୁଚି ଲୁଚି ଫେସ୍‌ବୁକ୍ ଜରିଆରେ ସେ ବାରମ୍ୱାର ଧମକ ଦେବାରେ ଲାଗିଛି। ୧୦ ଅଗଷ୍ଟ ପରେ ଦୀପକ ଅନ୍‌ଲାଇନ୍‌ରେ ଆଉ ଆସି ନାହିଁ। ଶ୍ରୀଗଙ୍ଗାନଗରର ଏଏସ୍‌ପି କହିଛନ୍ତି ସୁରେନ୍ଦ୍ର ଚୌଧୁରୀ କହିଛନ୍ତି,“ ଆମେ ଦୀପକର ରହିଥିବା ସ୍ଥାନକୁ ଖୋଜୁଛୁ।”

ଦୀପକ ଓ ହିନ୍ଦୁବାଳା ଉଭୟ ଫେସ୍‌ବୁକ୍ ଆକାଉଣ୍ଟରେ ଅନେକ ପ୍ରକାର  ଅସ୍ତ୍ରଶସ୍ତ୍ର ଧରି ଫୋଟ ଉପଲୋଡ କରୁଛନ୍ତି। ଦୀପକ ତା ଆକାଉଣ୍ଟରେ ରାଇଫଲ୍‌, ଫର୍ସା,ତଲୱାର ଓ ଛୁରୀ ଧରି ଧରି ଫଟୋ ଉପଲୋଡ୍‌ କରିଛି। ପୋଲିସ୍ ଦୀପକର ପରିବାର ଲୋକଙ୍କୁ ପଚରାଉଚରା କରୁଛି।

ଦୀପକ ମାଲିକ ଓ ତା ପ୍ରେମିକା ହିନ୍ଦୁବାଳା ମିଶି ବିନୋଦ ବେନୀବାଳଙ୍କୁ ହତ୍ୟା କରିଛନ୍ତି। ବିନୋଦ ହିନ୍ଦୁବାଳାଙ୍କ ଏକ୍ସ ବଏଫ୍ରେଣ୍ଡ୍‌ ଥିଲେ। ବିନୋଦଙ୍କୁ  ରାସ୍ତାରୁ ହଟାଇବା ପାଇଁ ଦୀପକ ସହିତ ମିଶି ହତ୍ୟା କରିବା ପାଇଁ ହିନ୍ଦୁବାଳା ଯୋଜନା କରିଥିଲା।

Related story