ଚାକିରିର ଶେଷ ଦିନରେ ସ୍ତ୍ରୀଙ୍କୁ ହେଲିକପ୍ଟରରେ ଉଡ଼ାଇଲେ ଶିକ୍ଷକ

ଜୟପୁର: ସ୍ତ୍ରୀଙ୍କର ଇଛା ଥିଲା ହେଲିକପ୍ଟରରେ ଉଡ଼ିବେ। ଆଉ ଶିକ୍ଷକତା କରୁଥିବା ସ୍ୱାମୀ ଜଣକ ନିଜ ଚାକିରିର ଶେଷ ଦିନରେ ସ୍ତ୍ରୀଙ୍କର ଏହି ଇଛା ପୂରଣ କରିଛନ୍ତି। ରାଜସ୍ଥାନର ଅଲୱାରରେ ଏଭଳି ଘଟଣା ଘଟିଛି। ଏହି ଶିକ୍ଷକଙ୍କ ନାମ ରମେଶ ଚନ୍ଦ୍ର ମୀନା। ସେମାନେ ହେଲିକପ୍ଟରରୁ ଓହ୍ଲାଇବା ସମୟରେ କୌଣସି ନେତା ବା ପ୍ରସିଦ୍ଧ ଲୋକ ଆସିବା ପରି ଏମାନଙ୍କୁ ମଧ୍ୟ ଦେଖିବାକୁ ବେଶ ଭିଡ଼ ଜମାଇଥିଲେ ଲୋକେ। ପାରମ୍ପରିକ ପୋଷାକ ପିନ୍ଧା ଶିକ୍ଷକ ଜଣକ କଳା […]

teacher

Subrat Kumar Nayak
  • Published: Sunday, 01 September 2019
  • , Updated: 01 September 2019, 04:56 PM IST

ଜୟପୁର: ସ୍ତ୍ରୀଙ୍କର ଇଛା ଥିଲା ହେଲିକପ୍ଟରରେ ଉଡ଼ିବେ। ଆଉ ଶିକ୍ଷକତା କରୁଥିବା ସ୍ୱାମୀ ଜଣକ ନିଜ ଚାକିରିର ଶେଷ ଦିନରେ ସ୍ତ୍ରୀଙ୍କର ଏହି ଇଛା ପୂରଣ କରିଛନ୍ତି। ରାଜସ୍ଥାନର ଅଲୱାରରେ ଏଭଳି ଘଟଣା ଘଟିଛି। ଏହି ଶିକ୍ଷକଙ୍କ ନାମ ରମେଶ ଚନ୍ଦ୍ର ମୀନା।

ସେମାନେ ହେଲିକପ୍ଟରରୁ ଓହ୍ଲାଇବା ସମୟରେ କୌଣସି ନେତା ବା ପ୍ରସିଦ୍ଧ ଲୋକ ଆସିବା ପରି ଏମାନଙ୍କୁ ମଧ୍ୟ ଦେଖିବାକୁ ବେଶ ଭିଡ଼ ଜମାଇଥିଲେ ଲୋକେ। ପାରମ୍ପରିକ ପୋଷାକ ପିନ୍ଧା ଶିକ୍ଷକ ଜଣକ କଳା ଚଷମା ଲଗାଇଥିବା ପତ୍ନୀଙ୍କ ସହ ହେଲିକପ୍ଟରରୁ ଓହ୍ଲାଇବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେ ତାଙ୍କ ସ୍କୁଲଠାରୁ ମାଲାୱାଲିସ୍ଥିତ ଗାଁକୁ ଏହି ହେଲିକପ୍ଟରରେ ଯାଇଥିଲେ।

ଥରେ ଛାତ ଉପରେ ବସିଥିବାବେଳେ ଏକ ହେଲିକପ୍ଟର ଦେଖି ତାଙ୍କ ପତ୍ନୀ ମଜାରେ ଏମିତି ପଚାରିଥିଲେ, ହେଲିକପ୍ଟର ଭଡ଼ା କଲେ କେତେ ଟଙ୍କା ପଡ଼ିବ। ବାସ୍‌ ଏଇ କଥାଟି ଶିକ୍ଷକ ଜଣକ ମନରେ ରଖିଥିଲେ। ଚାକିରିର ଶେଷ ଦିନରେ ଏହାକୁ ସତରେ ପରିଣତ କରାଇଥିଲେ। ସେ ଦିଲ୍ଲୀରୁ ଏକ ହେଲିକପ୍ଟର ୩.୭୦ ଲକ୍ଷ ଟଙ୍କାରେ ଭଡ଼ା ନେଇଥିଲେ। ୧୮ ମିନିଟ୍‌ର ଏହି ଉଡ଼ାଣ ଜୀବନ ସାରା ମନେ ରହିବ ବୋଲି ମୀନା କହିଛନ୍ତି। ଏହି ଉଡ଼ାଣ ପାଇଁ ଅନୁମତି ଦେଇଥିବା ଜିଲ୍ଲା ପ୍ରଶାସନକୁ ସେ ଧନ୍ୟବାଦ ଦେଇଛନ୍ତି।

Related story