ସୁପ୍ରିମକୋର୍ଟରୁ ମାମଲା ପ୍ରତ୍ୟାହର କଲେ ରାଜସ୍ଥାନ ବାଚସ୍ପତି

ଜୟପୁର: ବିଧାୟକଙ୍କୁ ଅଯୋଗ୍ୟ କରିବା ମାମଲାରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିବା ରାଜସ୍ଥାନ ବାଚସ୍ପତି ସିପି ଜୋଶୀ ଶେଷରେ ପଛଘୁଞ୍ଚା ଦେଇଛନ୍ତି। ସୁପ୍ରିମକୋର୍ଟରେ ସେ ଦାୟର କରିଥିବା ଆବେଦନକୁ ଶେଷରେ ପ୍ରତ୍ୟାହାର କରି ନେଇଛନ୍ତି। ବାଚସ୍ପତିଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି ଯେ ଜୁଲାଇ ୨୪ ରେ ରାଜସ୍ଥାନ ହାଇକୋର୍ଟ ଜାରି କରିଥିବା ୩୨ ପୃଷ୍ଠାର ଆଦେଶରେ ଆମର ଆବେଦନକୁ ବାତିଲ କରାଯାଇଛି। ଏଣୁ ଆମେ ଏହି ଆବେଦନ […]

CP-Joshi-Rajasthan

Subhransu Sekhar
  • Published: Monday, 27 July 2020
  • , Updated: 27 July 2020, 05:27 PM IST

ଜୟପୁର: ବିଧାୟକଙ୍କୁ ଅଯୋଗ୍ୟ କରିବା ମାମଲାରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିବା ରାଜସ୍ଥାନ ବାଚସ୍ପତି ସିପି ଜୋଶୀ ଶେଷରେ ପଛଘୁଞ୍ଚା ଦେଇଛନ୍ତି। ସୁପ୍ରିମକୋର୍ଟରେ ସେ ଦାୟର କରିଥିବା ଆବେଦନକୁ ଶେଷରେ ପ୍ରତ୍ୟାହାର କରି ନେଇଛନ୍ତି।

ବାଚସ୍ପତିଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି ଯେ ଜୁଲାଇ ୨୪ ରେ ରାଜସ୍ଥାନ ହାଇକୋର୍ଟ ଜାରି କରିଥିବା ୩୨ ପୃଷ୍ଠାର ଆଦେଶରେ ଆମର ଆବେଦନକୁ ବାତିଲ କରାଯାଇଛି। ଏଣୁ ଆମେ ଏହି ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଚାହୁଁଛୁ ବୋଲି କପିଲ ଶିବଲ କହିଥିଲେ। ଏହାପରେ ସୁପ୍ରିମକୋର୍ଟ ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଥିଲେ।

କପିଲ ଶିବଲ ଆହୁରି କହିଥିଲେ, ଆମେ ଆମର ଆଇନଗତ ରଣନୀତି ଉପରେ ବିଚାର କରୁଛୁ। ହାଇକୋର୍ଟ ନିର୍ଦ୍ଦେଶ ଜାରି କରୁଛନ୍ତି ଯାହା ସୁପ୍ରିମକୋର୍ଟଙ୍କ ବ୍ୟବସ୍ଥା ଅନୁଯାୟୀ ନୁହେଁ। ଜବାବରେ ସୁପ୍ରିମକୋର୍ଟ କହିଛନ୍ତି କୌଣସି ଅସୁବିଧା ନାହିଁ। ଶୁଣାଣି ହେବାର ମାତ୍ର ୩ ମିନିଟରେ ସୁପ୍ରିମକୋର୍ଟରେ ଏହି ମାମଲା ବନ୍ଦ ହୋଇଥିଲା।

ଏବେ ଏହି ଆବେଦନ ଆମେ ପ୍ରତ୍ୟାହାର କରୁଛି। ଏହାର ଅର୍ଥ ନୁହେଁ ଯେ ଆଗାମୀ ଦିନରେ ଏହି ପ୍ରସଙ୍ଗ ଉଠାଇବୁ ନାହିଁ। ଆବଶ୍ୟକ ପଡ଼ିଲେ ପୁଣି ଉଠାଇବୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୨୪ ରାଜସ୍ଥାନ ହାଇକୋର୍ଟ ସଚିନଙ୍କ ବିଧାୟକ ଗୋଷ୍ଠୀଙ୍କୁ ଆଶ୍ୱସ୍ତି ଦେଇଥିଲେ। ଏହାପରେ ରାଜସ୍ଥାନ ବାଚସ୍ପତି ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Related story